ଧରନା କଙ୍କି
ଧରନା କଙ୍କି
ବୁବୁଲା ଟୁବୁଲା ଆସ ଏଣିକି ,
ଛପି ଛପି ଆଉ ଧରନା କଙ୍କି ।
ଉଡ଼ି ବୁଲୁଛନ୍ତି ଆନନ୍ଦେ ଆସି ,
ଥକିଗଲେ ଟିକେ ଯାଆନ୍ତି ବସି ।
ଧରିନେଲେ ସିଏ ଭୋଗିବେ କଷ୍ଟ ,
ଜରିମଖା ଡେଣା ହୋଇବ ନଷ୍ଟ ।
କୁନି ପୋକ ଆଉ ମଶାଙ୍କୁ ଖାଇ ,
ଆମ ଉପକାର କରନ୍ତି ସେଇ ।
ସେମାନଙ୍କ ରଙ୍ଗ,ଖେଳ-କୌତୁକ,
ଦେଖି ପରା ଆମେ ପାଆନ୍ତି ସୁଖ ।
ପତଙ୍ଗ ସେମାନେ ନୁହେଁ ବଇରୀ ,
ତୁମ ଖୁସି ଲାଗି ନିଅନା ଧରି ।
ତାଙ୍କ ପ୍ରତି ତୁମେ ସଦୟ ହୁଅ ,
ସାଥୀମାନଙ୍କୁ ବି ବୁଝାଇ କୁହ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।