STORYMIRROR

Baman Chandra Dixit

Romance

5.0  

Baman Chandra Dixit

Romance

ମିତ କାନ ଡେରିଥା

ମିତ କାନ ଡେରିଥା

1 min
866



ବାମନ ଚନ୍ଦ୍ର ଦୀକ୍ଷିତ


ଏ ତ ଭାବ ପୀରତି ର କଥା ଲୋ

ମିତ କାନ ଡେରି ଥା

ଏକ କାନୁ କଥା ଦି କାନ ହୋଇଲେ

ମିଛେ ହେବୁ ଲୋକ ହସା ଲୋ

ମିତ କାନ ଡେରି ଥା।।


ଏ ତ ଗୁଲାବି ପ୍ରେମ ପତର ଲୋ

ମିତ କାନ ଡେରି ଥା

ଗୋପନେ ଲେଖିବୁ ସପନେ ଦେଖିବୁ

ଆସୁଥିବେ ଚିତ୍ତ ଚୋର ଲୋ

ମିତ କାନ ଡେରି ଥା।


ଏ ତ ଆଖି ର ଅକୁହା ଭାଷା ଲୋ

ମିତ କାନ ଡେରି ଥା

କହି ଦେଲେ ଆଖି ଶୁଣି ପାରେ ଆଖି

ବୁଝି ପାରେ ଆଖି ପତା ଲୋ

ମିତ କାନ ଡେରି ଥା।।


ଏ ତୋ ଛାତି ହୁଏ ଧକ ଧକ ଲୋ

ମିତ କାନ ଡେରି ଥା

ନହୁଲୀ ବୟସ ପହିଲି ପୀରତି

ମନ ହୁଏ ଶକ ଶକ ଲୋ

ମିତ କାନ ଡେରି ଥା।


ଏ ତ ମହୁଲିଆ ଶୀତ ସଞ୍ଜ ଲୋ

ମିତ କାନ ଡେରି ଥା

ଅନ୍ଧାର ହେଲାଣି ଯାଆନା ନଈ କୁ

ମିଛେ ହେବ ଅପବାଦ ଲୋ

ମିତ କାନ ଡେରି ଥା।।

*************************


Rate this content
Log in

Similar oriya poem from Romance