Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ତୁମେ କୁହ ପ୍ରିୟତମା

ତୁମେ କୁହ ପ୍ରିୟତମା

1 min
1.3K


ଭଲ ପାଏ ବୋଲି ଭୁଲି ମୁଁ ପାରୁନି

ଝୁରି ହୁଏ ଦିନ ରାତି !!

କୁହ ପ୍ରିୟତମା କେମିତି ଭୁଲିବି

ଅଲିଭା ଏପ୍ରେମ ସ୍ମୃତି !!

ହୃଦୟ ମନ୍ଦିରେ ତୁମେ ଅଛ ମୋର

ପ୍ରେମ ପୂଜାରିଣୀ ସାଜି ;

ମୋ ଆଖିରେ ଭାସେ ତୁମ ପ୍ରତି ଛବି

ତୁମ ନାମ ହୁଏ ଭଜି !!!

ସପନ ନିଦରେ ତୁମକୁ ମୁଁ ଖୋଜେ

ପ୍ରେମର ପରଶ ପାଇଁ ;

ତୁମେ କୁହ ପ୍ରିୟା କେତେ ଭଲପାଏ

ଭୁଲି କି ପାରିବି ମୁଇଁ !!?!!

ଦିନେ ନ ଦେଖିଲେ ମୁଁ ଖୋଜି ବୁଲେ

ସକାଳ ରୁ ସଞ୍ଜ ଯାଏ ;

ତଵ ପ୍ରେମ ପାଠ ମୋ ପାଇଁ ବିଶିଷ୍ଟ

ପ୍ରେମ ଗୀତି ଗାଇ ଦିଏ !!

କରିଛି ପ୍ରତୀକ୍ଷା ନେଇଛି ମୁଁ ଦୀକ୍ଷା

ପ୍ରେମ ର ସାନିଧ୍ୟ ପାଇଁ ;

କୁହ ପ୍ରିୟାତୁମେ ଭୁଲିବନି ମୋତେ

ନୂଆ ସ୍ୱପ୍ନ କେଵେ ଦେଖି !!

ସୁହାଗ ସିନ୍ଦୂର ରଖିଛି ସାଇତି

ପ୍ରୀତି ଫରୁଆରେ ମୋର ;

ଏଇ ଫଗୁଣ ରେ ଦେବିମୁଁ ସିନ୍ଥୀରେ

ଝରିବ ପ୍ରେମର ନୀର !!

ପ୍ରେମ ର ମହକ ହେବ ବିଛୁରିତ

ଏ ଦୁନିଆଁ ଜାଣିବ ସତ ;;

ତୁମ ହସ ଦେଖି ମୁଁ ହସି ଦେବି

ଏଇତ ପ୍ରେମର ତତ୍ତ୍ୱ !!

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!??????!!!

ସଦାନନ୍ଦ ସାହୁ ;କାରାକର୍ମଚାରୀ

କେନ୍ଦ୍ରୀୟ କାରାଗାର ;କଟକ ; ଚୌଦ୍ୱାର

ଦୂରଭାଷସଂଖ୍ୟା -9777 36 1178


Rate this content
Log in

Similar oriya poem from Romance