STORYMIRROR

JAGYASINI PARIDA

Romance

3  

JAGYASINI PARIDA

Romance

କବିତା ତୁମେ

କବିତା ତୁମେ

1 min
211

ଲେଖୁଛି ଲେଖିବି, ଭାବୁଛି ଭାବିବି

ଭାବନାରେ ନଆସୁ କେବେ ବିରତି

ଗୋଟେ ଦିନ ତୁମକୁ ନ ଭାବିଲେ

ଜୀବନେ ଲାଗେନାହିଁ କିଛି ଶାନ୍ତି।


ଶୟନେ, ସ୍ଵପନେ ତୁମ ଆତଯାତ

କରିଦିଏ ମୋତେ ବନ୍ଦୀ

ଖୁସି ଭାରି ଲାଗେ, ଶାନ୍ତି ମଧ୍ଯ ଲାଗେ

ହେବାକୁ ତୁମ ଶବ୍ଦ ଭଣ୍ଡାରରେ ବାନ୍ଧି।


ମୋ ହାତ ସ୍ପର୍ଶର କଲମ ମୁନରେ

ତୁମେ ଯେବେ ଶୋଭାପାଅ

ଭାଗ୍ୟଶାଳୀ ଭାବେ ସଦା ନିଜକୁ ମୁଁ

ଗର୍ବେ କୁହେ ପୁଣି ତୁମେ ମୋ ପରିଚୟ।


ଅସ୍ତବ୍ୟସ୍ତ କରୁ ତୁମ ଭାବନା ମୋତେ କିନ୍ତୁ 

ସୃଷ୍ଟି ନକରୁ କେବେ ମନେ କ୍ରୋଧ 

ତୁମରି ଦୟାରୁ କରିପାରିବି ମୁଁ 

ମୋ ସୃଜନୀ ସବୁକୁ ଉଦ୍ଭବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance