ପ୍ରେମ
ପ୍ରେମ


ପ୍ରେମତ ଶାଶ୍ୱତ ପ୍ରେମ ଚିରନ୍ତନ
ଅମୃତ ର ବାରିଧାରା l
ପାନ କରି ସୁଧା ପ୍ଲାବିତ
ହୃଦୟ ମରୁଭୂମି ପରା l
ଅପ୍ରାପ୍ତି ମଧ୍ୟେ ପ୍ରାପ୍ତି ନିଶା
ଅନ୍ତରରେ ଦିଏ ଭରି l
ଅପୂର୍ଣ୍ଣତା ଲଭି ପୂର୍ଣ୍ଣତାର ଭାବ
ମନରେ ଯାଏ ସଞ୍ଚରି l
ପ୍ରେମର ଦହନ କେଡେତ ଗହନ
ଜାଣେ ଦହିତ ପ୍ରାଣ l
ଆବାହନେ କୃଷ୍ଣ ବାଉଥିଲେ ବଂଶୀ
ବ୍ୟଥିତ ରାଧା ର ମନ l
r>
ରାଧାକୃଷ୍ଣ ପ୍ରେମ ସଦା ବନ୍ଦିତ
ବିରହରେ ପ୍ରେମ ଭରା l
ସ୍ବର୍ଗୀୟ ଆନନ୍ଦ ପ୍ରୀତିର ସୁଗନ୍ଧେ
ବିତରିଲେ ଜଗତ ସାରା l
ଅସମ୍ମତି ଭାବେ ଥାଏ ସମ୍ମତି
ବୁଝିଗଲା ପରେ ଥରେ l
ଜୀବନ ବହ୍ନିରେ ଝାସ ଦେଇ
ଶୀତଳତା ପ୍ରାଣେ ଭରେ l
ତନୁସିନା ନଲଭେ ପ୍ରେମ ପରସ
ହୃଦ କରୁଥାଏ ସ୍ନାନ l
ଜର୍ଜରିତ ହୁଏ ପ୍ରେମ ଆସ୍ପାଦନେ
ପ୍ରାପ୍ତି ଅପ୍ରାପ୍ତି ସବୁସମାନ l