STORYMIRROR

Chittaranjan Nanda

Romance

3  

Chittaranjan Nanda

Romance

ହୃଦୟର ସ୍ମୃତି

ହୃଦୟର ସ୍ମୃତି

1 min
214

ଆମେ ସବୁ ଅଭିନେତାଗଣ ଏଇ ସଂସାରରେ

କରୁଛେ ଗତି ସମୟର କ୍ରୂର କାଳଚକ୍ରରେ


ସମୟର ତାଳେ ତାଳେ ମଣିଷ ରଙ୍ଗ ବଦଳାଏ

କିଏ ଜଣେ ଭଲ ପାଇବ, ମନରେ ଆଶା ଥାଏ


ଦେଖେ ସପନ, ଜାଗ୍ରତରେ ଅବା ନିଦ୍ରିତ ନୟନରେ  

ପ୍ରିୟାର ପଣତ ଉଡ଼େ ଫରଫର ତାହାର ଆଖିରେ


କଳ୍ପନାରେ କଦମ୍ବର ବାସ ଆସେ ହୃଦୟ କନ୍ଦରରେ

କେତେ ଚିତ୍ର ଆଖି ଆଗେ ଆଙ୍କି ଉଠେ ମନ ମଧ୍ୟରେ


ସେ ସପନର ଜହ୍ନ, ତାହାର ପରଶ କଅଣ ଦେହରେ ଛୁଏଁ

ଇନ୍ଦ୍ରଧନୁର ରଙ୍ଗ ଭଳି ହୃଦୟରେ ସ୍ମୃତି ମଧ୍ୟେ ରହିଯାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance