ଲେଖନୀ ତୁମର
ଲେଖନୀ ତୁମର
ଲେଖନୀ ତୁମର
ଆଭାକାନ୍ତ ମହାନ୍ତି
ଲେଖନୀ ତୁମର ଅସତୀ ପଛକେ ହେଉ
ଯଦି କା' ଲେଖନୀ ତହିଁରେ ଉଠିବ ଜୀଇଁ
ଏହାଠାରୁ କୁହ ପୂଣ୍ୟ ଅଛି କି ଗୋ ଆଉ
ଅବୁଝା ମତିରେ ତୁମେ କରିବ କି ନାହିଁ ? । ୦ ।
ଆଚ୍ଛା, କହିବଟି ପ୍ରେମର ଯେ' ପରିଭାଷା
ପ୍ରସଙ୍ଗ ପଥରେ ପଡ଼େନାହିଁ ପାରିଶୁଆ
ଘଟଇ, ହେଲେ ତା ପ୍ରୀତିର ପ୍ରଚ୍ଛନ୍ନ ତୃଷା
ପ୍ରେମରେ ଫୁଙ୍ଗୁଳା ହୃଦ ଖାଲି ଦିଆନିଆ
ପ୍ରେମ ତ ଆସଇ କମଳ-ମିହିର ଦେଶୁ
ବରଷା ପରର ଖରାରେ ଗୋ ଅବଗାହି । ୧ ।
ପ୍ରେମରେ ରହିଛି ଗୋଟିଏ ଶବଦ ‘ଦେବା'
‘ନେବା'ର ସେଇଠି ପ୍ରଶନ ଗୋ ଉଠେନାହିଁ
ପ୍ରେମ ପରିସରେ ଭୀରୁପଣ ନୁହେଁ ଲୋଭା
କରେନା କେ' ପ୍ରେମ, ପ୍ରେମ ତ ଯାଏ ଗୋ ହୋଇ
ପ୍ରେମରେ ତୁମର ପାରିଲେ କିଏସେ ଜିଇଁ
ନୋହିବ କି ଏହା ମଣିଷପଣର ଦ୍ୱାହି ? । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****