ସେ ଦିନ,ସେ ସଖା,ସେଇ ପରିବେଶ
ଭୁଲି କି ପାରିବି କେବେ !
ମୋ ମନରୁ ସେଇ ସ୍ମୃତି ହଜିଯିବ
ମଶାଣିକୁ ଯିବି ଯେବେ ।
ନୁହଁ ତୁମେ କୃଷ୍ଣ, ନୁହେଁ ମୁଁ ସୁଦାମା
ନାହିଁ ସେ ଦ୍ବାପର ଯୁଗ ।
ତଥାପି ବନ୍ଧୁ ହେ ! ଆମ ଏ ମିତ୍ରତା
ଚିର ଅକ୍ଷୁର୍ଣ୍ଣ ରହିବ ।
ମାଟିର ମଣିଷ ମାଟିରେ ମିଶଇ
ଯଶ କ୍ଷାତି ମିଶେ ନାହିଁ।
ବନ୍ଧୁ ପଣିଆର ନିଆରା ହୃଦୟ
ଜଗତେ ମିଳୁଛି କାହିଁ ?