STORYMIRROR

SAROJ KUMAR SAHU

Inspirational Others

4  

SAROJ KUMAR SAHU

Inspirational Others

ଚକା ଆଖି

ଚକା ଆଖି

1 min
425


ସର୍ବଶୋଭାର ସ୍ଥଳ ଆହେ ଜଳାଶୟି

ଏ ଭବରେ ତୁମ ପରି ଦେଖିନି ତ କାହିଁ ।

ମୁଗ୍ ଧ ଯେଣୁ ଚକାଆଖି ଛବି ଦେଖି ତୁମ,

ତବ ଗୁଣ ଗାନେ ମଗ୍ନ ହେବାକୁ ମାେ ମନ ।


ଗୁଣାତିତ ଗୁଣମୟ ଅତି ଅନୁପମ,

ବିରାଟ ରୁ ବଡ ପୁଣି ସୁକ୍ଷ୍ମ ଠାରୁ ସୁକ୍ଷ୍ମ ।

କରୁଣା ଅନନ୍ତ ଧାରା ଢାଳିଦିଅ ସଦା,

ନାହିଁ ଭେଦା ଭେଦ ତହିଁ ପାଇବାରେ ବାଧା ।


ଏତିକି ପ୍ରାର୍ଥନା ପ୍ରଭୁ ଲଭି ସେ ପ୍ରସାଦ,

କରିବି ଜୀବନ ଧନ୍ୟ ମେଣ୍ଟିଯିବ ସାଧ ।

ସୁବିଶାଳ ଧରା ବକ୍ଷେ ହେଲେ ହେଁ ମୁଁ ନ୍ୟୁନ,

ତୋଳି ନିଅ ଶ୍ରୀ ଚରଣେ ହେ ଚକାନୟନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational