STORYMIRROR

SAROJ KUMAR SAHU

Others

4  

SAROJ KUMAR SAHU

Others

ସ୍ୱାଧୀନତାର ସ୍ବାଦ

ସ୍ୱାଧୀନତାର ସ୍ବାଦ

1 min
87

ସ୍ୱାଧୀନତା ସ୍ଵାଦ କେତେ ଯେ ମଧୁର 

ଗାନ୍ଧୀ ନେତାଜୀଙ୍କୁ ପଚାର !

କେତେ ତନୁ ତ୍ୟାଗ କେତେ ଆନ୍ଦୋଳନ

ନିଜସ୍ବାର୍ଥକୁ କରି ପର ।।

କାର୍ଯ୍ୟ କରିଗଲେ ହୃଦୟରେ ରଖି

ଦେଶ ଏକତାର ବିଚାର,

ପର ଅଧିନରୁ ଉର୍ଦ୍ଧ୍ଵଗାମୀ ହୋଇ

ଲକ୍ଷ୍ୟ ଦେଶ ସ୍ଵାଧୀନତାର ।।

ଇଂରେଜ ଶାସନେ ସହି ଅତ୍ୟାଚାର

ମରଣକୁ କରି ନିଜର ,

ଜୀବ ଦାନ ଦେଇ କେତେ ସଂଗ୍ରାମୀଙ୍କ 

ସ୍ୱାଧୀନ ପାଇଛୁ ଦେଶର ।।

ମହାପୁରୁଷଙ୍କ ବଳିଦାନ ଆଜି

ସଭିଙ୍କୁ ଆଙ୍ଗୁଳି ଦେଖାଏ,

ନିଦ୍ରାରେ ଶୋଇଛୁ ଦେଶର ସନ୍ତାନ

ଦେଶ ରକ୍ଷା କରିବ କିଏ ।।

ମୂଷା ଛୁଆ ଆଜି ବାଘ ରକ୍ତ ପିଏ

ବିଶ୍ୱାସଘାତ ଛୁରୀ ମାରି,

କାହିଁକି କରୁଛୁ ଅହିଂସା ପାଳନ

ହିଂସ୍ର ହୋଇଯା ବ୍ୟାଘ୍ର ପରି ।।

ସ୍ବାଧିନ ଦେଶର ନାଗରିକ ଆମ୍ଭେ

ସହିବୁ ନାହିଁ ଅତ୍ୟାଚାର

ଶତ୍ରୁ ଘରେ ପଶି ମାରିବୁ ତାହାକୁ

ସମାଧି ଦେବୁ ତା ଶରୀର ।।

ସୀମାରେ ସୈନିକ ଠିଆ ହେଲେ ଯଦି

ହୋଇ ଯିବ କି ଦେଶ ରକ୍ଷା,

ସ୍ୱଦେଶୀ ହୁଅ ହେ ଦେଶ ଯୁବ ଭାଇ

ଶତ୍ରୁଙ୍କୁ ମିଳୁ ଦ୍ରୋହୀ ଶିକ୍ଷା ।।

ସୁରକ୍ଷା ସୀମାର କରୁଛି ସୈନିକ

ଆମେ କଣ ହାତ ବାନ୍ଧିବା,

ବାପୁଜୀଙ୍କ ଭଳି ଏକତା ଗଢ଼ିବା

ଅଦୃଶ୍ୟ ଶତ୍ରୁଙ୍କୁ ଲଢ଼ିବା ।।

ଭାରତ ମାତାର ସୁସନ୍ତାନ ଆମ୍ଭେ

ବିଭିନ୍ନତା ମଧ୍ୟେ ଏକତା,

ଜାତି ଧର୍ମ ବର୍ଣ୍ଣ କର୍ମ ନିର୍ବିଶେଷେ

ହୃଦେ ଭରିବା ଜାତୀୟତା ।।

ବୀର ସଂଗ୍ରାମୀଙ୍କ ଅତୀତ ପୃଷ୍ଠାରୁ

ରଚିବା ଭବିଷ୍ୟତ ଗାଥା,

ସ୍ୱାଧୀନ ସଫଳ ଭାରତ ତୋଳିବା

ପ୍ରୟାସ ନହେଉ ଅନ୍ୟଥା ।।

ଏତେ ମିଠା ନୁହେଁ ସ୍ବାଧିନତା ସ୍ଵାଦ

କହଇ ଇତିହାସ ବ୍ୟଥା,

ଦେଶବାସୀ ମିଶି ଦେଶକୁ ଟେକିବା

ବିଶ୍ୱେ ହେବା ଜଗତଜିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍