STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଏମିତି ଦୀପଟିଏ ଦିଅ ଜାଳି

ଏମିତି ଦୀପଟିଏ ଦିଅ ଜାଳି

1 min
264



ଅନ୍ଧାର କିଟି ମିଟି କୋଭିଡ୍

ଭୟେ ଲାଗେ ଛାଟି ପିଟି

ଦୀପଟିଏ ଦେବା ଆସ ଜଳାଇ

ଅନ୍ଧାର ଯାଉ ଭୟ ଯିବ ଦୁରେଇ।।


ଆଲୋକ ଆନନ୍ଦ ଏଇ ପରବେ

ମରତକୁ ଆଲୋକିତ କରିବା 

ଆମ ମନ ଭିତର ଅନ୍ଧାରକୁ ଆସ

ଆଗ ଜାଳି ଦେବାର ଶପଥ ନେବା।


ଦେଖ କେମିତି ହୋଇଛି ମୁହଁ

ଆମ ପିତୃ ପୁରୁଷଙ୍କର ଟିକେ ଚାହଁ

କି ଆଲୁଅ ଜାଳ ସବୁଠି ଅନ୍ଧାର

କାନ୍ଧନ୍ତି କେମିତି ସର୍ବେ ଉଠାଇ କୋହ!!


ବଡ ବଡୁଆ ହୋ ତୁମେ

କାହିଁକି ହେଉଛ ଏମିତି ଉଦାସ

ଅନ୍ଧାରେ ଭରା ପରା ଆମଦୁନିଆଁ

ଆମେ ନିଜେ ଡାକୁ ନିଜର ବିନାଶ!


ଧୂଆଁ ମେଳେ ଆଖି ପୋଡଇ

ଶ୍ବାସ ରୋଗ ମାଡି ବସଇ

କିସମ କ

ିସମ ବାଣ ଧୂଆଁ ରେ

ପରିବେଶ ପ୍ରଦୂଷଣ ହୁଅଇ।।


କିଛି ବି ଅମୁଲ୍ୟ ଜୀବନ

ବାଣ ଫୁଟାରେ ଲଭନ୍ତି ମରଣ

କିଆଁ ଏମିତି ମଣିଷ ହେଉଛ

ନିଜ ହାତେ କରଜିହ୍ଵା ଛେଦନ!!


ଅଧର୍ମ ନାଶ କରିବା ପାଇଁକି

ମା କାଳୀ ତୁମେ ଆସ ଏ ଭୂଇଁ କି

ଦୁଷ୍କର୍ମ, ଦୁଃନୀତି, ଅନ୍ଧ ସମାଜେ

'ଚେତନା 'ର ଦୀପ ଜାଳି ଦିଅଟି।।


ଆସ ଅନ୍ଧାରୀ ଜୀବନେ ଆଲୁଅ

ଭରି ଦେବା ସେଇମାନଙ୍କ ମୁହଁରେ

ଯହିଁ ଅସହାୟେ ଝରେ ଜୀବନ

ଦୁଃଖ ଦୁର୍ଦ୍ଦିନରେ ଝରେ ଅବେଳେ।।


'ବୁଦ୍ଧି'ରାମ ଫେରୁ ଅଯୋଧ୍ୟାକୁ

ବଳି ପାତଳେ ରୋଷଣୀ ହେଉ

ଏମିତି ଦୀପଟିଏ ଜାଳିଦିଅ

ପୃଥିବୀରୁ ସବୁ ଅନ୍ଧାର ଦୁରେଇ ଯାଉ।।



Rate this content
Log in

Similar oriya poem from Inspirational