କର୍ମ
କର୍ମ
ଏକା ଏକା ଚାଲ ବାଟେ ସାଥୀ
ଅନେକ ମିଳିବେ ।
ନେବା ମନ ଛାଡି ଦିଅ ଭାଇ
ସଭିଏଁ ଝୁରିବେ ।।
କିଛି କରିବାର ସ୍ବପ୍ନ ମନେ
ରଖ ନିରନ୍ତର ।
କର୍ମ ଫଳ ମିଠା ସଦା ଭାଇ
କର ଯେ ସକଳ ।।
କିଏ କହେ ନିମ୍ନ ପୁଣି ଉର୍ଦ୍ଧ୍ଵ
ସଂସ୍ଥା ଅଟେ ସେହି ।
କର୍ମେ କାର୍ଯ୍ୟ ସବୁ ସିଦ୍ଧି ଭାଇ
କର୍ମ କର ତୁହି ।।
