STORYMIRROR

Sakuntala Parida

Inspirational

4  

Sakuntala Parida

Inspirational

ଗାନ୍ଧୀ ହେ ତୁମ ଦେଶରେ

ଗାନ୍ଧୀ ହେ ତୁମ ଦେଶରେ

1 min
215

ଗାନ୍ଧୀ ହେ ତୁମ ଦେଶରେ 

ରାକ୍ଷସ ଗୁଡା ବସୁଛନ୍ତି ଦେଖ

ମହାପୁରୁଷଙ୍କ ବେଶରେ

ଗାନ୍ଧୀ ହେ ତୁମ ଦେଶରେ। ୧। 

ସବୁଦିନ ଏଠି ଚାଲେ ଗଣଦୁଷ୍କର୍ମ

କାନ୍ଦେ ଆଜି ଏ ମାଟିମାଆରେ

ଲକ୍ଷ୍ଯ ଲକ୍ଷ୍ଯ ଝିଅ ଆଜି ଟଳି ପଡନ୍ତି

ଏ ରାକ୍ଷସ ଗୁଡାଙ୍କ ହାତରେ

ଗାନ୍ଧୀ ହେ ତୁମ ଦେଶରେ। ୨। 

ଶାସନ ଚାଲିଛି ଶୋଷଣ ଚାଲିଛି

ସରକାର ସାଜିଛି ବ୍ରିଟିଶ୍

ହାତରେ ନ ମାରି ଭାତରେ ମାରୁଛି

କଋଷକର ଶରୀର ଝୁଲେଇ ଗଛରେ

ଗାନ୍ଧୀ ହେ ତୁମ ଦେଶରେ। ୩। 

ସ୍ବାଧୀନତା ପାଇଁ ଲଢୁଥିଲ ତୁମେ

ସଭିଙ୍କୁ କରି ଏକରେ

ଏଠି ଦଳଦଳ ହୋଇ ସଭିଏଁ ଲଢନ୍ତି

କେତେ ଗରିବଙ୍କ ପେଟ ରୁହେ ଭୋକରେ

ଗାନ୍ଧୀ ହେ ତୁମ ଦେଶରେ। ୪। 

କେତେ ଗରିବଙ୍କ ପିଲା ବେକାର ବୁଲନ୍ତି

ଧାଇଁ ଧାଇଁ ଛିଣ୍ଡେ ଜୋତା

ଏଠି MP, MLAଙ୍କ ପିଲା ସାଜେ ହାକିମ ଜାଲରେ

ଗାନ୍ଧୀ ହେ ତୁମ ଦେଶରେ। ୫। 

ନ୍ଯାୟ ମାଗିଲେ ତାରିଖ ମିଳେ

ଜୀବିକା ମାଗିଲେ ଜୀବନ ଦବାକୁ ପଡେ

ତମ ରାମରାଜ୍ୟର ସ୍ବପ୍ନ ଆଜି ସାଜିଛି

ରାବଣର ଲଙ୍କା ପୁରିରେ

ଗାନ୍ଧୀ ହେ ତୁମ ଦେଶରେ। ୬। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational