STORYMIRROR

Sakuntala Parida

Romance Fantasy

2  

Sakuntala Parida

Romance Fantasy

କାହିଁକି ଏମିତି କଲୁ

କାହିଁକି ଏମିତି କଲୁ

1 min
190

ଜୀବନର ଚଲାପଥେ ଏକୁଟିଆ

  ଚାଲୁଥିଲିରେ ମୁଁ

ନଥିଲେ କେହି ସାହାରା ମୋର

   ନଥିଲେ କେହି ଜୀବନେ ମୋର

ତୁ ଆସିଲୁ, ସାହାରା ଦେଲୁ

  ହାତଧରି ମୋର ସାଥେ ଚାଲିଲୁ

ପୁଣି ଅଧାବାଟେ ମୋର

   ହାତ ଛାଡି ଦେଲୁ

କାହିଁକି ଏମିତି କଲୁ                   ।୧। 


ଏଇ ଭଙ୍ଗା ହଋଦୟକୁ କାହିଁ ଯୋଡିଲୁ

  ତୋ ପାଇଁ ଏଇ ହଋଦୟରେ ଘରଟେ କଲୁ

ମରିଯାଇଥିବା ଗଛରେ କାହିଁ ପାଣି ଟୋପେ ଦେଲୁ

  ବଞ୍ଚିବାର ମାନେ ତାକୁ କାହିଁ ଶିଖେଇଲୁ

ପୁଣି ସେ ହଋଦୟକୁ ଭାଙ୍ଗିଦେଇ ଚାଲିଗେଲ

  କାହିଁକି ଏମିତି କଲୁ                    ।୨। 


କଥା ଦେଇଥିଲୁ ମଥା ଛୁଇଁ ମୋର

 ସାରା ଜୀବନ ପାଇଁ ମତେ କରିବୁ ନିଜର

ଆଖିରେ ଆଖିଏ ସପ୍ନ ସଜେଇ

  ସବୁ ସପ୍ନକୁ ମୋର ଦେଲୁ ଭଣ୍ଡେଇ

ପୁଣି ଏକା କରିଦେଲୁ

  ସେହି ବାଟେ ଛାଡିଦେଲୁ

କାହିଁକି ଏମିତି କଲୁ                      ।୩। 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance