STORYMIRROR

Sakuntala Parida

Others

4  

Sakuntala Parida

Others

ରଫ୍ ଖାତା

ରଫ୍ ଖାତା

1 min
250

ସେ ଛୋଟ ବେଳର ପ୍ରଥମ ଖାତା ରଫ୍ ଖାତା

ଯାହାକୁ ପ୍ରଥମଥର ପାଇଁ ମୁଁ ସ୍କୁଲ ନେଇଥିଲି, 

ଆଉ ମୋ କୁନୀ ହାତରେ

ପ୍ରଥମଥର ପାଇଁ କିଛି ଅକ୍ଷର ଲେଖିଥିଲି         । ୧। 

ଆଉ ସେଇ ରଫ୍ ଖାତାରୁ ଗୋଟିଏ ଫର୍ଦ୍ଦ ଚିରି ଡଙ୍ଗାକରି ମଧ୍ଯ 

ସ୍କୁଲରୁ ଆସିବା ବାଟରେ ପାଣିରେ ଭସେଇ ଦେଇଛି, 

ଆଉ ବେଳେ ବେଳେ ତ କଲର୍ ପେନସିଲରେ

କେତେ କଣ ଛବି ଆଙ୍କି ଦେଇଛି               । ୨। 

କିଛି ବି ହୋମୟାର୍କ ଖାତାରେ ଲେଖିବା ପୂର୍ବରୁ

ମୁଁ ପ୍ରଥମେ ରଫଖାତାରେ ଲେଖିଛି, 

ହଁ ସେ ପୁରୁଣା ଅଭ୍ଯାସଟା

ଏବିବି ମୋର ଅଛି                      । ୩।

ସ୍କୁଲ ବ୍ଯାଗରୁ ନଉଥିବା ରଫଖାତା       

ବଦଳି ଯାଇଛି ସତ, 

ହେଲେ ଆଜି ବି କଲେଜ ବ୍ଯାଗରେ

କଉ ଖାତା ଥାଉ କି ନଥାଉ ରଫଖାତାଟି ନିଶ୍ଚିତ ଥିବ । ୪।

ହଁ ସେ ରଫଖାତାର ସ୍ମୃତିଟା

ଏବେବି ମୋ ସହିତ ଅଛି, 

ଆଉ କଲର ପେନସିଲର ଛବିଟା

ଆଜି ତ୍ରିଭୁଜ, ଚର୍ତୁଭୁଜରେ ପରିଣତ ହୋଇଯାଇଛି   । ୫। 



Rate this content
Log in