STORYMIRROR

Sakuntala Parida

Inspirational

3  

Sakuntala Parida

Inspirational

ହସ ଲୁହ ଭରା ଏଇ ଜୀବନ

ହସ ଲୁହ ଭରା ଏଇ ଜୀବନ

1 min
302

ଖୁସି କଣ ମୁଁ ଜାଣିନି

 କାହିଁକି କେଜାଣି ତଥାପି ମୁଁ ହସୁଛି, 

ଲୁହ କେମିତିକା ପଦାର୍ଥ ମୁଁ ଜାଣିନି

 ତଥାପି ଏ ଆଖିକୋଣ ଦେଇ ସେ ବହିଯାଉଛି    ।୧। 

ଜଣାନାହିଁ ଏ ଆଖି ପରଦାରେ କଣ ପଡିଯାଇଛି 

କାହିଁକି କେଜାଣି ଏ ଆଖିରୁ ପାଣି ବନ୍ଦ ହବାର ନା ହିଁ ଧରୁନି, 

ଏ ମନ ଭିତରେ ଅନେକ କଷ୍ଟକୁ ଲୁଚେଇ ରଖିଛି

ହେଲେ ଯେବେ ଆଇନା ଦେଖେ ସେ ଚେହେରାରେ ହଜିଯାଇଥିବା ଖୁସିକୁ ମୁଁ ଫେରିପାଇଛି          ।୨।

ଏ ହୃଦୟ ବାରମ୍ବାର ବାରମ୍ବାର ଭାଙ୍ଗିଛି

 ହେଲେ ସେ ଲେଚାକୋଚା ଅବସ୍ଥାରେ ପଡି ରହିଥିବା, 

ସେ ହୃଦୟ ତିଆରି ତକିଆକୁ ସଜାଡ଼ି ଯୋଡ଼ି ଦେଇଛି  ।୩।

ଏ ଆଖି, ମନ, ହସ, ହୃଦୟ

 ସତରେ ବଡ଼ ଅଜବ, 

କେତେବେଳେ ତାର କଣ ହୁଏ

 କେବଳ ସେ ହିଁ ଜାଣିଛି                   ।୪।

କେବେ କଇଁ କଇଁ ହୋଇ

 ଛୁଆଙ୍କ ଭଳି କାନ୍ଦୁଚି ତ, 

ଆଉ କେବେ ଆକାଶରେ

 ଚିକ୍ ମିକ୍ କରୁଥିବା ତାରା ଭଳି ହସୁଛି        ।୫।

ଜାଣିନି ମୋତୀ ଭଳି ବହିଯାଉଥିବା

 ଏ ଲୁହକୁ ଆଉ , ଗୋଲାପ ଫୁଲଭଳି ସେ କଅଁଳ ହସକୁ, 

ବେଶୀଦିନ ଧରି ଏ ଜୀବନରେ

ସାଉଁଟି ରଖିପାରିବି କି ନାହିଁ                  ।୬। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational