STORYMIRROR

Sakuntala Parida

Inspirational

3  

Sakuntala Parida

Inspirational

-:ସମ୍ପର୍କ:-

-:ସମ୍ପର୍କ:-

1 min
251

ସମ୍ପର୍କର ଏଇ ଅଡୁଆ ସୂତାରେ

    ଆଜି ଏ ମଣିଷ ପଡିଛି ବନ୍ଧା, 

ସ୍ବାର୍ଥ ପାଇଁ ଏଠି ସମ୍ପର୍କ ଗଢନ୍ତି

    ଏ ମଣିଷ ସାଜିଛି ବୋକା।୧। 

ସମ୍ପର୍କ ଏଠି ବିକ୍ରୀ ଚାଲିଛି

  ଯେମିତି ବିକ୍ରୀ ହୁଏ ପରିବା, 

ହାଟରେ ବସାଇ ନିଲାମ କରୁଛି

  ଯେମିତି ଏ ମଣିଷର ହୃଦୟ କାଗଜର ଏକ ପତ୍ରିକା।୨।

ଅର୍ଥ ପାଇଁ ଏଠି ଅନର୍ଥ ଚାଲିଛି

  ବାପାପୁଅ, ଭାଇଭାଇ, ସ୍ବାମୀସ୍ତ୍ରୀ ସମ୍ପର୍କ ପଡିଛି ଫିକା, 

ଯିଏ ଦେଇଥିଲେ ଜନ୍ମ ଆଉ ପୁଣି ସମାଜରେ ଏକ ପରିଚୟ

  ସେ ଆଜି ବୁଲନ୍ତି ଦୁଆରେଦୁଆରେ ମେଣ୍ଟାଇବା ପାଇଁ ଏଇ ଭୋକ। ୩। 

କେମିତି ଯୋଡିବି ମୁଁ ସମ୍ପର୍କ

  ଯଉଁଠି ସମ୍ପର୍କର ମୂଲ୍ଯ ବୁଝିପାରେନା ଏ ମଣିଷ, 

ଅଳିଆ ଗଦାରେ ଫିଙ୍ଗି ଦିଏ

  ଯେବେ ସରିଯାଏ ସମ୍ପର୍କରେ ସ୍ବାର୍ଥ। ୪। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational