STORYMIRROR

Sakuntala Parida

Others

3  

Sakuntala Parida

Others

ପ୍ରେମ

ପ୍ରେମ

1 min
275

ପ୍ରେମ ମାନେ ମତେ ପଚାରନି ବନ୍ଧୁ

 ପ୍ରେମ ଏଠି ବହୁତ ପ୍ରକାରେ

ପ୍ରେମ ଭଳି ଏଠି ପବିତ୍ର ସଂପର୍କ

 ବିକ୍ରୀ ହୁଏ ହାଟ ବଜାରେ ।। 

କେମିତି କରିବି ମୁଁ ପ୍ରେମର ବାଖ୍ଯା

 ପ୍ରେମ ସାଜିଲାଣି କଳଙ୍କ

ପ୍ରେମ ଏଠି ସବୁ ନାମକୁ ମାତ୍ର

 ଟାଇମପାସ୍ ପାଇଁ ଖାଲି ପ୍ରେମିକା ପ୍ରେମିକ ।। 

ପ୍ରେମ ଏଠି ଖାଲି ଚେହେରାରୁ ହୁଏ

 ସୁନ୍ଦର ହୃଦୟ ବି ଲାଗେ ପଙ୍କ

ସୁନ୍ଦର ହୃଦୟ ଯେବେ ପ୍ରେମ କରି ବସେ

 ଲାଗିଯାଏ ଏଠି ତା ଚରିତ୍ରରେ କଳଙ୍କ ।।

ଆଉ ନାହିଁ ସେଇ ରାଧାକୃଷ୍ଣ ପ୍ରେମ

 ପ୍ରେମ ମାନେ ଖାଲି ଶାରୀରିକ ସମ୍ପର୍କ

ଯିଏ ନ କରିଲା ଏମିତିକା ପ୍ରେମ

 ସେ ସାଜିଲାଣି ହୀନ ଚରିତ୍ର ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍