STORYMIRROR

Sakuntala Parida

Others

4  

Sakuntala Parida

Others

ଶୁଖିଲା ହୃଦୟରେ ବର୍ଷା ଜଳ

ଶୁଖିଲା ହୃଦୟରେ ବର୍ଷା ଜଳ

1 min
222

ଜୀବନର ଚଲାପଥେ ଏକୁଟିଆ

ଚାଲୁଥିଲିରେ ମୁଁ

ନ ଥିଲେ କେହି ସାହାରା ମୋର

ନ ଥିଲେ କେହି ଜୀବନ ମୋର

ତୁ ଆସିଲୁ,ସାହାରା ଦେଲୁ

ହାତ ଧରି ମୋର ସାଥେ ଚାଲିଲୁ

ପୁଣି ଅଧାବାଟେ ମୋର

ହାତ ଛାଡ଼ିଦେଲୁ

କାହିଁକି ଏମିତି କଲୁ

ଶୁଖିଲା ହୃଦୟରେ ମୋର 

ବର୍ଷାର ଛିଟା କାହିଁ ଛିଞ୍ଚିଲୁ


ଏଇ ଭଙ୍ଗା ହୃଦୟକୁ କାହିଁ ଯୋଡ଼ିଲୁ

ତୋ ପାଇଁ ଏଇ ହୃଦୟରେ ଘରଟେ କଲୁ

ମରିଯାଇଥିବା ଗଛରେ କାହିଁ ପାଣି ଟୋପେ ଦେଲୁ

ବଞ୍ଚିବାର ମାନେ ତାକୁ କାହିଁ ଶିଖେଇଲୁ

ପୁଣି ସେ ହୃଦୟକୁ ଭାଙ୍ଗି ଦେଇ ଚାଲିଗଲୁ

କାହିଁକି ଏମିତି କଲୁ

ଶୁଖିଲା ହୃଦୟରେ ମୋର 

ବର୍ଷାର ଛିଟା କାହିଁ ଛିଞ୍ଚିଲୁ


କଥା ଦେଇଥିଲୁ ମଥା ଛୁଇଁ ମୋର

ସାରା ଜୀବନ ପାଇଁ ମତେ କରିବୁ ନିଜର

ଆଖିରେ ଆଖିଏ ସ୍ବପ୍ନ ସଜେଇ

ସବୁ ସ୍ବପ୍ନ ମୋର ଦେଲୁ ଭଣ୍ଡେଇ

ପୁଣି ଏକା କରିଦେଲୁ 

ସେହି ବାଟେ ଛାଡ଼ିଦେଲୁ

କାହିଁକି ଏମିତି କଲୁ

ଶୁଖିଲା ହୃଦୟରେ ମୋର 

ବର୍ଷାର ଛିଟା କାହିଁ ଛିଞ୍ଚିଲୁ


ଏ ହୃଦୟର ଧଡକନ ତୋ ପାଇଁ

କାହିଁକି ଧଡକେଇଲୁ

ତୋ ପାଇଁ ଏ ମନରେ

କାହିଁକି ପ୍ରେମ ପକ୍ଷୀ ଉଡେଇଲୁ

ପୁଣି ସେ ପ୍ରେମ ପକ୍ଷୀର ଡେଣାକୁ

କାଟିଦେଇ କାହିଁ ଛାଡି ଚାଲିଗଲୁ

କାହିଁକି ଏମିତି କଲୁ

ଶୁଖିଲା ହୃଦୟରେ ମୋର 

ବର୍ଷାର ଛିଟା କାହିଁ ଛିଞ୍ଚିଲୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍