ପ୍ରିୟତମା ପ୍ରିୟଦର୍ଶିନୀ
ପ୍ରିୟତମା ପ୍ରିୟଦର୍ଶିନୀ
ଵିକାର ଶୂନ୍ୟ ହୁଅନ୍ତା କି ହୃଦୟ
ସତ୍ୟ ହୁଅନ୍ତା ମୋ ପ୍ରିୟତମା
ନିର୍ଲିପ୍ତ ଭାବରେ କରିଯାନ୍ତି କାମ
କାମର ମାନ ବି ହୁଅନ୍ତା ଉତ୍ତମା
କାନ ଶୁଣୁଥାନ୍ତା ହରିର ନାମକୁ
ଯେହ୍ନେ ପ୍ରିୟତମା ତ ରାଧା
ଦେଖେଇ ଚାଲନ୍ତେ ଉତ୍ତମ ପଥକୁ
ନ ହୁଅନ୍ତା କିଛି ଅସୁବିଧା
ଭକତି ହୁଅନ୍ତା କି ମୋ ପ୍ରିୟତମା
ସ୍ଵପ୍ନରେ ଶୁଣନ୍ତି କାହ୍ନୁ ବଂଶୀ
ଗୋପ ଗୋପାଳୁଣୀ ଆଉ ଜେମା
ଭିତରେ ମୁଁ ତ ହସୁଥାନ୍ତି
ମଣିଷ ଜୀବନ ସବୁଠୁ ଦୁର୍ଲ୍ଲଭ
ନିଃଶ୍ଵାସପ୍ରଶ୍ଵାସ ମୋ ପ୍ରିୟତମା
ତାକୁ ଛାଡିଲେ କାର୍ଯ୍ୟ ଅସମ୍ଭବ
ଶୁଦ୍ଧଵାୟୁ ରୋଗ କରେନି ଜମା
ସୃଷ୍ଟି ଆଉ ସ୍ରଷ୍ଟା ହୁଅନ୍ତୁ ଏକାଠି
କରନ୍ତି ମୀରାବାଈ ଭଜନ
ପ୍ରିୟତମା ହୁଅନ୍ତି ଶବରୀ ପରି
ବାନ୍ଧି ନ ପାରନ୍ତା ଯମ
ପ୍ରିୟତମା ପ୍ରିୟଦର୍ଶିନୀ ହୁଅନ୍ତି
କୃଷ୍ଣଙ୍କର ପ୍ରାଣସଖୀ
କୁରୁକ୍ଷେତ୍ର ପଛେ କଷ୍ଟରେ ଦେଖନ୍ତି
ହୁଅନ୍ତିନି କେବେ ଦୁଃଖି