STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଅନ୍ତର୍ଦ୍ୱନ୍ଦ୍ୱ ଅନ୍ତର୍ଘାତୀ ସମୟର

ଅନ୍ତର୍ଦ୍ୱନ୍ଦ୍ୱ ଅନ୍ତର୍ଘାତୀ ସମୟର

1 min
146

ତୁମେ 

ପୂର୍ବାହ୍ନ...

ପୂର୍ବାହ୍ନର ଅଭିଳାଷ... !

ମୁଁ  

ଅପରାହ୍ନ...

ଅପରାହ୍ନର ଅଭିଷେକ... !!

ହୁଏତ ;

ଆମ ସାକ୍ଷାତ...

ଦୁର୍ଘଟଣାଗ୍ରସ୍ତ 

ସୂକ୍ଷ୍ମ ବିନ୍ଦୁଟିଏ  ଆକସ୍ମିକ !!


ସମୟ

ହୁଏତ ମଧ୍ୟାହ୍ନ...

ଆମ ପାଇଁ  

ଆମ...

ସଂକ୍ଷିପ୍ତ ସାକ୍ଷାତ ପାଇଁ... !

ସେଇ ସାକ୍ଷାତ  

ହୁଏତ..

ଚିର ଅଭ୍ୟସ୍ତ 

ଦୁର୍ବାର ସମୟର

ପ୍ରତୀକ୍ଷିତ କେନ୍ଦ୍ର ବିନ୍ଦୁଟିଏ... !!


ସେଇ ସାକ୍ଷାତ

ବିନ୍ଦୁ ବର୍ତ୍ତୁଳତା ନେଇ...

ଆଙ୍କି ଦେଇଗଲା

ଅସଂଖ୍ୟ ବକ୍ରରେଖା...

ଅସମାନ୍ତରାଳ.....

ସମସ୍ତେ 

ପ୍ରତୀକ୍ଷାରତ....

ମଧୁମିଳନର ଅପେକ୍ଷାରେ...

ଅପୂର୍ବ ମିଳନର ଜିଜ୍ଞାସା...

ଏକ ନୂତନ ସୃଜନୀ ପାଇଁ.... !!


ଆକର୍ଷଣ...

ଉତ୍କଣ୍ଠା  ଆଲୋଡ଼ନ...

ଆତ୍ମୀୟତା  

ଅଳ୍ପ ମୁହୂର୍ତ୍ତରେ...

ପ୍ରଗାଢ ବିଶ୍ୱାସର 

ଅଭ୍ର ଅଟ୍ଟାଳିକା  

ସତେ କି ନଭଶ୍ଚୁମ୍ବୀ....

ସ୍ୱପ୍ନସବୁ ଭିଡ଼ ଜମେଇଲେ ।

କେତେବେଳେ ମିନର୍ଭା ତାଜ୍...

ପୁଣି  କେତେବେଳେ 

କୋଣାର୍କ କୌମୁଦୀ.... !!


ହଠାତ୍

ଶିଥିଳତା...

ନମ୍ର ନମ୍ର ନୀରବତା...

ସତେ କି

ସମୟ ସୁଅରେ

ଊର୍ଦ୍ଧ୍ୱମୁଖୀ ଜୁଆର...

ଅବା  ଭାବନା ଭିତରେ

ସପ୍ତଫଣୀ ସର୍ପ ଦଂଶନ....

ହଠାତ୍ ସବୁ 

ନୀରବ ନିଶ୍ଚଳ...

ନିଃଶବ୍ଦ ନିସ୍ତବ୍ଧ.....

ସତେ କି 

ତାହା ମଧ୍ୟାହ୍ନର

ଅମା ଅନ୍ଧକାର......


ଜାଣେନା  

ଭାବି ବି ହୁଏନା...

ସେ ମୁହୂର୍ତ୍ତ...

ଆଉଥରେ 

ଆସିବ କି ନା.... 

ସେଇ ସୃଜନୀ

ଅଙ୍କୁରିବ କି ନା....

ସେଇ ତୁମେ ଆଉ ମୁଁ

ଭେଟ ହେବା କି ନା.....


ହୁଏତ..

ହଁ ଆଉ  

ନା' ଭିତରେ...

ଥିବ କିଛି ଅନ୍ତର୍ଦ୍ୱନ୍ଦ୍ୱ.....

ଅନ୍ତର୍ଘାତୀ ସମୟର

ବୁକୁଫଟା ଅଟ୍ଟହାସ୍ୟ.... !!

ଅଥବା...

ଆମ ସ୍ୱପ୍ନମାନଙ୍କର

ସ୍ୱପ୍ନିଳ ବର୍ଣ୍ଣିଳ ପଟ୍ଟଭୂମି.... !!!



Rate this content
Log in