STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ରବି କୁମାର

ରବି କୁମାର

1 min
170


   ରବି କୁମାର ହେ ରବି କୁମାର

   ଅଭିନନ୍ଦନ ଘେନ ଆମର

    ଉତ୍କଳ ଜନନୀ ଯୋଗ୍ୟ ସନ୍ତାନ

   ଗଉରବ ତୁମେ ଗର୍ବ ଆମର ।


   ବ୍ରହ୍ମପୁରର ବ୍ୟାୟାମଶାଳା

   ତୁମ ପାଇଁ ଥିଲା ଆଧାରଶିଳା

   ଭାର ଉତ୍ତୋଳନ ଅଭ୍ୟାସ ପାଇଁକି

   ଯୁବପ୍ରାଣେ ତୁମ ଉତ୍ସାହ ଦେଲା

   

    ମନ ପ୍ରାଣ ଦେଇ ଅଭ୍ୟାସ କଲ

   ଅଭ୍ୟାସ ଭରିଲା ମନରେ ବଳ

   ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ

   ସ୍ୱର୍ଣ୍ଣ ପଦକ ଅର୍ଜନ କଲ ।


   ଦେଶ ପାଇଁ ତୁମେ ଆଣିଲ ଯଶ

   ଭଞ୍ଜ ଭୂଇଁକୁ ଜାଣିଲା ବିଶ୍ୱ

   ଓଡିଶା ପାଇଁକି ଲେଖିଗଲ ତୁମେ

   ଇତିହାସ ନୂଆ ଇତିହାସ ।


   ତୁମ ସଫଳତା ପ୍ରେରଣା ପାଇ

   ନୂଆ ପ୍ରତିଭା ତ ଉଠିଲେ ଚେଇଁ

   ଭାର ଉତ୍ତୋଳନ ପ୍ରତିଯୋଗିତାରେ

   ପଦକ ଜିଣନ୍ତି ରାଇଜ ପାଇଁ


   



    


Rate this content
Log in

Similar oriya poem from Inspirational