STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

ସ୍ୱଛ ଭାରତ

ସ୍ୱଛ ଭାରତ

1 min
198


ସ୍ୱଚ୍ଛ ଓ ସ୍ୱଚ୍ଛତା ଏକ ପବିତ୍ର ଗୁଣ

ମଣିଷକୁ ଶୁଭ୍ର ଶାନ୍ତ କରାଏ ଜାଣ

ସ୍ୱଚ୍ଛତା ଆମ ପରମ୍ପରା ଜୀବନ ଧାରା

ପରିବେଶ ସ୍ୱଚ୍ଛ ରଖିବା ଜୀବନ ସାରା।।


ଗାନ୍ଧୀଙ୍କ ମୌଳିକ ଶିକ୍ଷା ନୀତିରେ

ସ୍ୱଚ୍ଛତା ଥିଲା ମୁଖ୍ୟ ବିଷୟରେ

ଦେଶ ଓ ରାଜ୍ୟର ସବୁ ବିକାଶ

ପରିବେଶ ସ୍ୱଚ୍ଛତାରେ ହେବ ପ୍ରକାଶ।।


ଗାଁଠୁ ସହର ଆବର୍ଜନା ଠୁଳଠୁଳ

ମଣିଷକୁ ସ୍ୱଚ୍ଛ ପାଇଁ ନାହିଁ ବେଳକାଳ

ଗାଁ ପରିମଳ ଧୋବା ତୁଠରୁ ତ ଜଣା

ସ୍ୱଚ୍ଛତାରୁ ଆମେ ହେବା ନାହିଁ ବାଟବଣା।।


ଉତ୍ତମ ଜୀବନ ପାଇଁ ସ୍ୱଚ୍ଛତା ଜରୁରୀ

ସ୍ୱଚ୍ଛତା ପଣକୁ ଆମେ ନେବା ଆଦରି

ସରକାରୀ ହେଉ ଅବା ବେସରକାରୀ

ସମସ୍ତଙ୍କର ସ୍ୱଚ୍ଛତା ଅତି ଜରୁରୀ।।


ଯଦି ଆମେ ସ୍ୱଚ୍ଛତା କୁ କରିବା ପଣ

ତେବେ ଗାନ୍ଧୀଙ୍କ ସ୍ବପ୍ନ ହେବ ପୁରଣ

ସ୍ୱଚ୍ଛଭାରତ ଏକ ସାମୂହିକ ଉଦ୍ୟମ

ସଭିଏଁ କରିବା ସ୍ୱଚ୍ଛତା ପାଇଁ କରମ।।


ଗଙ୍ଗାରୁ ଗୋଦାବରୀ କୃଷ୍ନା କାବେରୀ

ପୂର୍ବରୁ ପଶ୍ଚିମ କଶ୍ମୀରରୁ କନ୍ୟାକୁମାରୀ 

ସଚେତନତା ଆମର କରିବା ଅସ୍ତ୍ର

ସ୍ୱଚ୍ଛ ଭାରତ ହେବ ଆମର ମନ୍ତ୍ର।।




 




Rate this content
Log in

Similar oriya poem from Inspirational