STORYMIRROR

Prasanna Kumar Das

Inspirational

4  

Prasanna Kumar Das

Inspirational

ଦୀପାବଳୀ

ଦୀପାବଳୀ

1 min
221


ଆଜି ଶୂଭ ଦୀପାବଳୀ,

ଜଗତ ମଗଂଳ କାମନା କରିବା 

ସର୍ବେ ମିଳି ଦୀପଜାଳି ।।


ବିଶ୍ବ ଜନମନ ତିମିର ନାଶନ 

ହେତୁ କର ଦୀପଦାନ।

ଘୃଣା ପ୍ରତିହିଂସା ଅବିଶ୍ବାସ ଇର୍ଷା

ହେବ ଆଜି ବିଧ୍ବସଂନ ।।

ହେଉ ଶୁଭ ଦୀପାବଳୀ,

ନଗରେ ଗ୍ରାମରେ ସର୍ବ ପଲ୍ଲୀ ପୁରେ

ପ୍ରେମେ ତ୍ୟାଗ ଘୃତ ଜାଳି।୧।


ସେ' ଦୀପ ପ୍ରକାଶ ମୁଖେ ଦେଉ ହସ

ପୁରାଇ ସକଳ ଆଶ

ଦରିଦ୍ର କୁଟୀରେ ଲକ୍ଷ୍ମୀଠାକୁରାଣୀ 

ନିରତେ କରନ୍ତୁ ବାସ।।

ତେବେ ହେବ ଦୀପାବଳୀ,

ପ୍ରତି ଘର ଘର ଆନନ୍ଦ ଉଛ୍ବାସ

ପ୍ରକାଶେ ଯାଉ ଉଛୁଳି।୨।


ହୃଦେଜାଳି ଦୀପ କରିବା ସଂକଳ୍ପ

ସ୍ବାରଥେ ନୋହି ଉନ୍ମତ୍ତ।

ଦୁଃଖୀ ଆକ୍ଷି ଲୁହ ପୋଛି ଦେବା ସ୍ନେହ

ହସିବ ସୁଖିଲା ଓଠ।।

ହେବ ଶୁଭ ଦୀପାବଳୀ,

ଜଳାଇବା ଯେବେ ପ୍ରୀତିର ପ୍ରଦୀପ

ସାନ ବଡ ଭେଦ ଭୁଲି।୩।


ବାରୁଦ ବାଣର କରି ବିଷ୍ଫୋରଣ

ନ କରିବା ପ୍ରଦୁଷଣ ।

ବାୟୁମଣ୍ଡଳକୁ ପ୍ରଦୁଷିତ କଲେ 

ଜୀବନ ହେବ ବିପନ୍ନ ।।

ଖୁସିର ପରବ ଏହି,

ଜାଣି ଶୁଣି ଦୁ୍ଃଖ ଶୋକ ଅରଜିବା

କହିଁକି ଭଉଣୀ ଭାଇ ?୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational