STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

ମୁଁ କବିଟିଏ

ମୁଁ କବିଟିଏ

1 min
251


ମୁଁ କବିଟିଏ, କବିତାର ରୁପ ମୁଁ ଦେଖିଛି

ସମୟ ସମୟେ ପାହଡର ଶୀଖର ଚଢିଛି

ଝରଣାର କଳକଳ ଶବ୍ଦେ ବିଭୋର ହୋଇଛି

ବେଳେ ବେଳେ ନିର୍ବାସନର ଦଣ୍ଡ ମୁଁ ଭୋଗିଛି

ଭାବନାରେ ଶବ୍ଦକୁ ମାଟି ରୁ ଆକାଶ ଖୋଜିଛିା

ମୁଁ କବିଟିଏ, କବିତାକୁ ଛନ୍ଦରେ ଲେଖିଛି।


ସମୟ ସମୟେ ଧର୍ମ ଅଧର୍ମର ଲଢିବା ଦେଖିଛି

ପରାଧୀନ ଶୃଙ୍ଖଳରୁ ମାତୃଭୂମିକୁ ଖୋଜିଛି

କାରାଗାରର ଚାରିକାନ୍ଥେ ଆବଦ୍ଧ ହୋଇଛି

ଭାଷାକୁ ବଂଚିବା ପାଇଁ ଲଢେଇ କରିଛି

ମୁଁ କବିଟିଏ, କବିତାର କଷ୍ଟ ମୁଁ ବୁଝିଛି।


ସମୟ ସମୟେ ମାତୃତ୍ବର ବିଳାପ କରିଛ

ଯୁଦ୍ଧଭୁମିରେ ଶତୃକୁ ହାରିବା ଦେଖିଛି

କଳଙ୍କର ବୋଝସବୁ ମୁଣ୍ଡରେ ଲଦିଛି

କଲମ ମୁନରେ ଶବ୍ଦସବୁ ଶୀକାର କରିଛି

ମୁଁ କବିଟିଏ, କବିତାର ହୃଦୟ ଛୁଇଁଛି।


ସମୟ ସମୟେ ଦେଶପାଇଁ ଅଶୃ ବି ଢାଳିଛି

ବୀରଯବାନଙ୍କ ଅମରଗାଥା ପୃଷ୍ଠାରେ ଲେଖିଛି

ପ୍ରେମ ବିରହର କାହାଣୀକୁ ହୃଦୟେ ଧରିଛି

ମା`ର ପଣତକାନୀ କୁ ପଦରେ ଯୋଡିଛି

ମୁଁ କବିଟିଏ, କବିତାର ଗଭୀରତା ମାପିଛି।


ସମୟ ସମୟେ ମୁଁ ବରଷାକୁ ଅପେକ୍ଷା କରିଛି

ବସନ୍ତର ମୃଦୁ ମଳୟକୁ ହୃଦୟେ ଥାପିଛି

ଯାଜ୍ଞସେନୀର ଯନ୍ତ୍ରଣାକୁ ଲୁହରରେ ଲେଖିଛି

ଈଶ୍ବରଙ୍କୁ ଶବ୍ଦରେ ଗୁହାରୀ କରିଛି

ମୁଁ କବିଟିଏ, କବିତାର ନିରବତା ଦେଖିଛି।


ସମୟ ସମୟେ ସାଗରର ଢେଉରେ ଭାସିଛି

ପ୍ରକୃତିର ରୁଦ୍ରରୁପ ଅତି ନିକଟେ ଦେଖିଛି

ସକାଳର ସୁରଜକୁ ରକ୍ତିମ କିରଣ ମାଗିଛି

ଜହ୍ନର ଜୋଛନାରେ କଳଙ୍କର ଗାର ବି ଆଙ୍କିଛି

ମୁଁ କବିଟିଏ, କବିତାର ସୌନ୍ଦର୍ଯ୍ୟ ଦେଖିଛି।


ବେଳେ ବେଳେ ଶବ୍ଦ ସଙ୍ଗେ ସଙ୍ଗ୍ରାମ କରିଛି

ଭାବନା ସହରେ ଶବ୍ଦର ପ୍ରାସାଦ ଗଢିଛି

ସମୟ ସମୟେ ସାଗର ବୁକୁରେ ବୋଇତ ସାଜିଛି

ଇନ୍ଦ୍ରଧନୁର ସପ୍ତରଙ୍ଗକୁ ଶବ୍ଦରେ ଆଙ୍କିଛି

ମୁଁ କବିଟିଏ, କବିତାର ଦୈଘ୍ର୍ୟ ବି ମାପିଛି।



Rate this content
Log in

Similar oriya poem from Inspirational