STORYMIRROR

MADHU MITA

Inspirational

4  

MADHU MITA

Inspirational

ଭଗ୍ନା ବୟବ..

ଭଗ୍ନା ବୟବ..

1 min
246

...


ଦିନେ ଜଳୁଥିଲି ।।

ଆଉ ବି ଜାଳୁଥିଲି ।।

ଅନ୍ଧାର ର ଛାତି ଚିରି ।।

ଆଲୋକ ସଂକେତ ଲେଖୁଥିଲି ।।


ଏକମାତ୍ର ସଲିତା ମଧ୍ୟ ।।

ସକ୍ଷମତା ର କ୍ଷମତା ପାଇଥିଲା ।।

ଟୋପାଏ ତେଲ ହେଲେ ମଧ୍ୟ ।।

ପରୋପକାର ରେ ସେ ଲାଗିଥିଲା ।।


କେତେ ଦେବ ଉପାସନା ରେ ।।

କେବେ ଅବା ଗର୍ବ ଗୌରବ ରେ ।।

କେତେ ବୀର ବନ୍ଦନା ରେ ।।

କେତେ ମୃତ କାନ୍ଦଣା ରେ ।।


ମୋ ବିନା ଅସମ୍ଭବ ଥିଲା ।।

ଅତୀତ ର ସାନ୍ଧ୍ୟ ଆସର ।।

ମୂକ ସାକ୍ଷୀ ମୁଁ ତ ଅଟଇ ।।

ଦାମ୍ପତ୍ୟ ପ୍ରେମ ସମ୍ଭାର ର ।।


ଭଗ୍ନ ମୋ ଅବୟବ ଆଜି ।।

ମନୋରଥ ତ ଭାଙ୍ଗି ଯାଇନି !!

ସତରେ ଭଙ୍ଗା ଦିପାଲି କଣ ..

କେବେ କାହା କାମରେ ଆସେନି!!??


Rate this content
Log in

Similar oriya poem from Inspirational