ଶୁଭ ଦୀପାବଳୀ
ଶୁଭ ଦୀପାବଳୀ
ଉଡନ୍ତା କି ଏକ ଧର୍ମ ର ଧ୍ଵଜା
ଫର ଫର ଅଗଣା ରେ
ଜଳନ୍ତା କି ସବୁ ପାପ ର ପତଙ୍ଗ
ଦୀ ପାଳୀ ର ସ ଳିତା ରେ ।
ଚାଇନା ଜିନିଷ କରନ୍ତେ ବର୍ଜିତ
ମାଟି ଦୀପ ଜଳୁ ଥାନ୍ତା
ଅୟୁତ ଦୀପ ର ଶିରୀ ସୌନ୍ଦର୍ଯ୍ୟ ରେ
ବସୁମତୀ ହସୁ ଥାନ୍ତା ।
ଆଲୋକ ର ଅଗ୍ନି ଶିଖା ରେ ଜଳନ୍ତା
ଭୁତାଣୁ ଙ୍କ ର ଦୌରାତ୍ମ୍ୟ
ଶାନ୍ତି ରେ ମାନବ ମାର ନ୍ତେ ନିଃଶ୍ୱାସ
ମିଳନ୍ତାକି ସେ ସୌଭାଗ୍ୟ।
କୋଟିଏ ଟଙ୍କା ର ବାଣ ଫୁଟାଇବା
ଟଙ୍କା ଜଳା ଇବା ଜାଣ
ଏହି ଜ୍ଞାନ ଥରେ ହୁଅନ୍ତା ଉଦୟ
ହୁଏ ବାୟୁ ପ୍ରଦ୍ୟୁଷଣ ।
ଅଜ୍ଞାନ ତମସା ଯା ଆ ନ୍ତେ କି ଘୁଞ୍ଚି
ମାଟି ଦୀପ ଆଲୁଅ ରେ
ନୂତନ ସୂର୍ଯ୍ୟ ର ହୁଅନ୍ତା ଉଦୟ
ସତ୍ୟ ଜ୍ଞାନ ଆଲୋକ ରେ।
ଅ ନ୍ଧା ରେ ଅନ୍ଧାରେ ଯା କଳି କାଳ
ଅନ୍ଧାରେ ବାହୁଡ଼ି ଯା
ସତ୍ୟ ଶାନ୍ତି ର ରାମ ରାଇଜ କୁ
ଆଲୁଅ ରେ ନେଇ ଆ ।
