STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

## ଅଫୁଟା ଫୁଲ ##

## ଅଫୁଟା ଫୁଲ ##

1 min
210

ମନ କାନନରେ ଅଫୁଟା ଫୁଲଟି

   ବିତରି ଦେଲା ତା ବାସ

ସେରୂପ ସୌରଭ ବିମୋହିତ କଲା

   ଦୂରେଇ ଗଲା ବିବସ ।।


ଦୂନିଆ ବୁଝେନା ତାହାର ଯେ ମୂଲ

    ସିଏ ମୋ ମଧୁର ସ୍ମୃତି 

ବାସ ଭରି ଅଛି ଏକାନ୍ତ ଜୀବନେ

   ପ୍ରତିଦାନେ ତାର ପ୍ରୀତି ।।


ସିଏ ମହକିଲେ ଆଶା ତ ଚହଟେ

   ମତୁଆଲା ହୁଏ ପ୍ରାଣ

ତାର ଉପସ୍ଥିତି ମନେ ଭରେ ଶକ୍ତି 

   ସିଏମୋ କଳ୍ପନା ଜାଣ ।।


କେବେ ମାଗିନାହିଁ ଚାନ୍ଦରେ ମହଲ

    ମାଗି ନାହିଁ ଜହ୍ନ ରାତି

ଅଲୋଡା ପଣରେ ନିଜର କରିଛି

   ଦୂରେଇ କାମନା ଭୀତି ।।


ତାର ସମ୍ଭାବନା ପୁଲକିତ କରେ

    ନିସଙ୍ଗ ଜୀବନେ ମୋର

ଅନୁରୋଧ ରଖେ ହତାଦରେ ତାକୁ

    ଭାବିବାନି ଆଉ ଛାର ।।


ଅଭିଯୋଗ କେବେ କରିବିନି ଆଉ

    ଅଭିମାନ ରଖି ମନେ

ସଜ ସଜ ଆଜି ଅଫୁଟା କଢି ସେ

   ଫୁଟିଛି ମୋ ଉପବନେ ।।


ହୃଦୟରେ ମୋର ତାହାରି ସ୍ପନ୍ଦନ 

    ନିତି ଶୁଣିଥାଏ  ମୁହିଁ 

ନ ରହୁ ଜଗତେ ପରିଚୟ ହୀନ

   ଅଫୁଟା ଫୁଲଟି ହୋଇ ।।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational