STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ବାପା

ବାପା

1 min
286

,      

ବାପା ଏକ ନିଃଶବ୍ଦ ଅନୁଭୂତି

ଭୂମିରୁ ଭୂମାକୁ ଯାହାର ବ୍ୟାପ୍ତି।


ବାପା ପର୍ବତ ପରି ଶୁଷ୍କ ରୁକ୍ଷ

ବାପା ପିଠି ପରି ବୋଝକୁ ଦକ୍ଷ।


ବାପାଙ୍କର ନୁହନ୍ତି ସୁକ୍ଷ୍ମ ଚେତା

ଅହଂକାରୀ ପରି ଥାଏ ମଥା।


ବାପା ନାରିକେଳ ପରି ଟାଣ

ବାପା ଥାଆନ୍ତି ସଦା ମ୍ରିୟମାଣ।


ବାପା ମୂର୍ତ୍ତି ଗଢିବା କାରିଗର

ନିହାଣ ପିଟନ୍ତି ଧରି ମୁଗୁର।


କାରଣ

ଯିଏ ସହିଗଲା ମୂର୍ତ୍ତି ବନିଲା

ମନ୍ଦିରରେ ବସି ପୂଜା ପାଇଲା।


ଯିଏ ନ ମାନିଲା ବିଦ୍ରୋହ କଲା

ଭାଂଗିଯାଇ ରାସ୍ତାରେ ପଡିଲା।


ହିରଣ୍ୟକଶ୍ୟୁପ ଥିଲେ ପିତର

ଭକ୍ତ ପ୍ରହଲାଦ ହୁଏଟି ପୁତ୍ର।


ବାପାର ଅଭିନୟ ସବୁଠାରୁ କଷ୍ଟ

ବାପା ନଷ୍ଟ ହେଲେ ସଂସାର ନଷ୍ଟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational