STORYMIRROR

Jashobant Pattanayak

Inspirational

4  

Jashobant Pattanayak

Inspirational

ଅଫୁଟାଫୁଲ

ଅଫୁଟାଫୁଲ

1 min
221

 

ନୂଆ ନୂଆ ବାହା ଗୋଲାପି ଶେଯର

ସୁନେଲି ସପନ ଧାରେ,

ମଧୁଝରା ପ୍ରୀତି ଉଷୁମ ପରଶେ

"ମୁଁ" ଆସେ ଧିରେ ଧିରେ ।।


ଜଠର ସାଗର କୋଳରେ ଖେଳେ ମୁଁ

କୁନି ମୀନଟିଏ ପରି,

ଖୋଲେ ଢଳଢଳ ଚପଳ ନୟନ

ନେଇ ଆଶା ଅସୁମାରୀ ।।


ଦେଖିବି ଦୁନିଆଁ ଦରୋଟି ହସରେ

ଜନମଦାତାଙ୍କ କୋଳେ,

ଖେଳିବି,ନାଚିବି,ଗାଇବି,ବୁଲିବି,

ଝୁଲିବି ଝୁଲଣା ଦୋଳେ ।।


ମା' ଛାତିର ନିଗିଡା ଅମୄତ ପିଇ

ହୋଇଯିବି ଦିନେ ବଡ଼,

ପାଠପଢି ମାଟି ନାଁ ମୁଁ ରଖିବି

ଜିଣିବି ଶତ୍ରୁର ଗଡ଼ ।।


ବାପାଙ୍କ ପିଠିରେ ସବାର ହେବି ମୁଁ

ସବାରୀରେ ଯିବି ଦୂର,

ବୋହୂଟିଏ ସାଜି ରଖିଯିବି ଟେକ 

ଦୁଇକୁଳ ପରିବାର ।।


କିନ୍ତୁ.......


ପ୍ରଶ୍ଵାସର ସେଇ ପ୍ରଥମ ବିଶ୍ବାସ

ନିଃଶ୍ବାସରେ ଭରେ ବିଷ,

"ଅଫୁଟାଫୁଲ" ମୁଁ ଅକାଳରେ ଝଡେ

ଅକାରଣେ ଯାଏ ନାଶ ।।


ଆଶା ଜଳିଯାଏ ନିରାଶା ଶ୍ମଶାନେ

ରକତର ରଙ୍ଗେ ହଜେ,

ଭୄଣଟିଏ ମୁଁ ଯେ କନ୍ୟା ରୂପରେ

ବାତ୍ସଲ୍ୟ ମମତା ଖୋଜେ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational