ଋତୁ
ଋତୁ
ଛଅ ଋତୁ ପରା ଭାରତବର୍ଷର
ବିଭିନ୍ନ ରୂପଟି ତାର,
ଯହିଁ ବର୍ଷାଗ୍ରୀଷ୍ମ ଶରଦ ହେମନ୍ତ
ଶିଶୁର ଓ ବସନ୍ତର।
ଶୀତପରେ ଆସେ ବସନ୍ତଋତୁଟି
ମନ ହୁଏ ହର୍ଷଚିତ,
ନଥାଏ ଟି ଠଣ୍ଡା ନଥାଏ ଗରମ
କରେଋତୁ ଆନନ୍ଦିତ।
ବସନ୍ତ ପଞ୍ଚମୀ ବସନ୍ତ ଋତୁରେ
ସରସ୍ୱତୀ ପୂଜା ଯହିଁ,
ହୁଏ ଭକ୍ତିମୟ ପବିତ୍ର ଧରଣୀ
ପବିତ୍ର ଟି ମନ ତହିଁ।
ପ୍ରାକୃତିକ ଛଟା ସୁସଜ୍ଜିତ ହୁଏ
ସୁନ୍ଦର ଦିଶେ ଧରଣୀ
ହୁଏ ପରିବେଶ ଅତି ମନରୋମ
ଖିଞ୍ଚି ନିଏ ମନ ଟାଣି।
ଭୂମି ସୁଭାଷିତ ନାହିଁ ପଟାନ୍ତର
ଚହଟି ଉଠେ ଧରଣୀ,
କରେ ପୁଷ୍ପବାସ୍ନା ରମାଞ୍ଚିତ ମନ
ଆସିଟି ବସନ୍ତ ରାଣୀ।
ନୂଆପତ୍ରେ ବୃକ୍ଷ ପଲ୍ଲବିତ ହୁଏ
ଦିଶେଟି ବସନ୍ତ ରାଣୀ,
ହୁଏ ଆମ୍ବବୃକ୍ଷେ ନୁଆପତ୍ର ଯହିଁ
ସୁନ୍ଦର ଦିଶେ ଧରଣୀ
ସୋରିଷ ଫୁଲରେ ଦିଶୁଥାଏ ଜମି
ମନ ଆକର୍ଷିତ କରେ,
ଉଦ୍ୟାନ ଦିଶେଟି ଅତିହିଁ ସୌନ୍ଦର୍ଯ୍ୟ
ଋତୁ ରାଜ ବସନ୍ତରେ।
ଭ୍ରମର ଗୁଞ୍ଜନେ ମନ କୁତୁହଳ
ଭ୍ରମୁ ଥାନ୍ତି ଡାଳ ଡାଳ,
ଗୁଣୁଗୁଣୁ ଶବ୍ଦ ମହୁମାଛିଙ୍କର
କର୍ଣ୍ଣେ ଶୁଭେ କରତାଳ।
ଶୁଦ୍ଧଅମ୍ଳଜାନ ବୁହେଟି ମହୀରେ
ବସନ୍ତ ଋତୁ ରେ ଯହିଁ,
ସୁସ୍ଥରେ ରୁହନ୍ତି ଧରା ପ୍ରାଣୀ ଗଣ
ଋତୁ ଆଗମନେ ତହିଁ।
ମୟୂର ର ନୃତ୍ୟ ରମାଞ୍ଚିତ କରେ
ବସନ୍ତ ଋତୁରେ ଯହିଁ,
କୋଇଲିର ସ୍ବନ୍ନ ମନ୍ତ୍ରମୁଗ୍ଧ କରେ
କବିର କବିତା ତହିଁ।
ବାସ୍ତବରେ ଋତୁ ମନ ରଞ୍ଜୁ ଥାଏ
ବସନ୍ତ ଋତୁରେ ଯହିଁ,
ନାହିଁ ତାର ପରି ଋତୁ ଆଉ ସବୁ
ଅପୂର୍ବ ସୌନ୍ଦର୍ଯ୍ୟତହିଁ।
ସୌନ୍ଦର୍ଯ୍ୟବସନ୍ତେ କବିମନଗୁଞ୍ଜେ
ସୌନ୍ଦର୍ଯ୍ୟ ରୂପକୁ ଦିଏ,
ପ୍ରାକୃତି ଦୃଶ୍ୟର ଅନୁପମ ରୂପ
କବିତା କବିର ହୁଏ।
