ତଥାପି ମୋ ଗାଁ ହସୁଛି
ତଥାପି ମୋ ଗାଁ ହସୁଛି
ବଳଦ ନାହିଁ କି ଗୁହାଳ ନାହିଁଲଙ୍ଗଳ ନାହିଁ କି ହଳିଆ ନାହିଁଅମଳ ପାଇଁ କି ଖଳାଟେ ନାହିଁରଖିବା ପାଇଁ କି ଅମାର ନାହିଁସବୁତ ବଦଳି ଯାଇଛିତଥାପି ମୋ ଗାଁ ହସୁଛି ।
ସକାଳ ହୋଇଲେ ରାବୁନି କାଉପିଢ଼ା ନାହିଁ ଆଉ ମାଡିବ ଲାଉଚାଷ ହେଉନାହିଁ ଭଲରେ ଆଉଖାଆନ୍ତିନି କେହି ମାଣ୍ଡିଆ ଯାଉସେସବୁ ପୁରୁଣା ହେଇଛିତଥାପି ମୋ ଗାଁ ହସୁଛି ।
ଓଷା ପରବରେ ଚିତା ପଡୁନିନୂଆବୋହୂ ଆଉ ଲାଜ କରୁନିପଖାଳ ଖାଇଲେ ଦେହେ ଯାଉନିବାଡ଼ିରେ ବି ଛତୁ ଆଉ ଫୁଟୁନିସନ୍ଧ୍ୟାରେ ବିଲୁଆ ଜମା ଭୁକୁନିସବୁତ ବଦଳି ଯାଇଛିତଥାପି ମୋ ଗାଁ ହସୁଛି ।
ନଥାଉ ପଛକେ ଗୋଠରେ ଗାଈକଅଁଳା ବାଛୁରୀ ନଥାଉ ଡେଇଁପୋଖରୀରେ ପଛେ ନଫୁଟୁ କଇଁନମିଳୁ ପଛକେ ଗଛର ଛାଇଶୋଭା ସିନା ହଜି ଯାଇଛିତଥାପି ମୋ ଗାଁ ହସୁଛି ।
ଗାଁଆ ପୁଅ ପଛେ ସହର ଧାଉଁପାଠ ପଢି ପଛେ ବେକାର ହେଉବିଷ ଖାଇ ପଛେ ଚାଷୀଟା ଶୋଉଚାଷ ବାସ ପଛେ ଉଜୁଡି ଯାଉଶାଢ଼ୀ ଛାଡି ବୋହୁ ଜିନ୍ସ ନାଉମନଟାକୁ ସିନା ବାଧୁଛିତଥାପି ମୋ ଗାଁ ହସୁଛି ।
ମାଟିର ହାଣ୍ଡିରେ ବସୁନି ଭାତବିଲରେ ପଡୁନି ଗୋବର ଖତଚାଳ ଘର ସବୁ ହୋଇଛି ଛାତପୁଅ ମାରୁଅଛି ବାପକୁ ନାତକାହାର କଅଣ ଯାଉଛିତଥାପି ମୋ ଗାଁ ହସୁଛି ।
ରଜରେ ଆଉ ଲାଗୁନି ଦୋଳିବାଡ଼ି ନାହିଁ ଆଉ ହୋଇବ କୋଳିପିଠା ପଣା ନାହିଁ ଭଳି କି ଭଳିବଗିଚା ନାହିଁ କାହୁଁ ଆସିବ ମାଳିସବୁ ସିନା ସ୍ମୃତି ହୋଇଛିତଥାପି ମୋ ଗାଁ ହସୁଛି ।
ଜମି ବାଡ଼ି ପଛେ ପଡୁ ପଡିଆ ପ୍ଲାଷ୍ଟିକ ଜରିରେ ଭରୁ ଗାଡିଆହେଲେହେଉ ତାହା ଯେତେ ଅଳିଆଲାଗି ରହିଥାଉ ଗଣ୍ଡ ଗୋଳିଆଗାଁଆ ପଛେ ଯେତେ ନିନ୍ଦା ପାଉଛିତଥାପି ମୋ ଗାଁ ହସୁଛି ।
ନନଷ୍ଟିକ ସାଜିଛି ମାଟିର ହାଣ୍ଡିନାହିଁ ହାଣ୍ଡିଶାଳ ନାହିଁ ଦେଇପିଣ୍ଡିମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡିତଥାପି ପ୍ରେମରେ ରଖିଛି ବାନ୍ଧିକର୍ପୂର ଉଡି କନା ପଡି ରହିଛିତଥାପି ମୋ ଗାଁ ହସୁଛି
