Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା

ପଦଟିଏ ତୋ ନାଁରେ ପ୍ରିୟା

1 min
206


ଜାଣେ ନାହିଁ

ବୁଝି ପାରିବ କି ନା

ଅନ୍ତରର ବେଦନା ମୋର;

ମୋ ମନ କେତେ ଯେ ବ୍ୟାକୁଳ

ତୁମକୁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ

ଦେଖିବାକୁ ।


ଦିନ ରାତି ବିତିଯାଏ

ତୁମ କଥା ଭାବି ଭାବି

ସତେ କଣ ତୁମକୁ

ଏ ଜୀବନେ ପାଇ ମୁଁ ପାରିବି ?


ଦିନ ସାରା ବସି ରହେ

ତୁମ ଅଗଣାରେ ।

ମନରେ ସାହସ ବାନ୍ଧି

କେବେ ପୁଣି ଚାଲି ଯାଏ

ତୁମ ନିକଟକୁ;

କିନ୍ତୁ , କଣ ବା କହିବି

ମୁଖର ମୋ କଣ୍ଠନଳୀ

ମୁକ ହୋଇ ଯାଏ

ତୁମେ ବି ବଧିର ହୁଅ ।

ଫେରି ଆସେ ନିରାଶାରେ ।


ନିର୍ଜନ ରାତିରେ ଭାବେ

ଥରେ ହେଲେ ସ୍ଵପ୍ନରେ ବି

ପାଆନ୍ତି ତୁମକୁ

ସେତକ ବି ଭାଗ୍ୟେ ଲେଖା ନାହିଁ ।


ସମସ୍ତେ କହନ୍ତି ପ୍ରେମ

ହୃଦୟର ଭାଷା ପାରେ ବୁଝି ।

ମୋ ହୃଦ ବେଦନା କେବେ

ବୁଝିବ ଗୋ ପ୍ରିୟା

ତୁମ ବିନା ଅନ୍ଧକାର ଲାଗୁଅଛି

ଏ ସାରା ଦୁନିଆ ।


Rate this content
Log in

Similar oriya poem from Romance