ତୁମେ କେଉଁ ତାରା!
ତୁମେ କେଉଁ ତାରା!
ଆଜିକାଲି ରାତି ହେଲେ ମୁଁ ଅଧିକ ସମୟ ଛାତ ଉପରେ କଟାଏ। ବେକ ଭାଙ୍ଗି ଆକାଶକୁ ଅନାଏଁ। ଜଣଙ୍କ ସହ ଖୁବ୍ ଗପେ।ସବୁ ଗପ ସେଇ ଜଣକୁ ନେଇ।ଗପରେ ମୁଁ ନଥାଏ।ଅନ୍ଧାର ରାତିରେ ବେଶୀ ହସନ୍ତି ସେ। ଜହ୍ନ ଥିଲେ ସେ ଦିଶନ୍ତିନି। ଜହ୍ନ ମୋତେ ଭଲ ଲାଗେ। ତା ସୁନାରୀ ରଙ୍ଗରୁ ଟିକେ ଦେ ବୋଲି ମାଗେ। ଦେଖତ, ମୁଁ କେମିତି ମେଘ ରଙ୍ଗୀ! ଜହ୍ନ ଟିକେ ରଙ୍ଗ ଦେଲେ ବୋଳି ହୋଇ ପଡି ମୁଁ ଝଟକନ୍ତି ନି ! କିନ୍ତୁ ଜହ୍ନଟା ସୁଦୁ ଫୁଲେଇ। ରଙ୍ଗ ନା ଫଙ୍ଗ, କିଛି ଦିଏନି, ଖାଲି ହସେ। ଏତେ ବଦମାସୀଟା ଯେବଉଦ ସଙ୍ଗେ ଗୋଡା ଗୋଡି ଖେଳେ। କେତେ ହେଁ ହେଁ ଫେଏଁ ଫେଏଁ ହୁଏ। ଇଚ୍ଛା ହୁଏ ଦିଟା କୁଟି ଦିଅନ୍ତି। ହେଲେ ମୋର କଣ ହାତ ଜହ୍ନ ଯାଏ ପାଏ କି !
ଜହ୍ନ ଜାଣିନି, ଏଇ ମେଘ ରଙ୍ଗୀ ପାଇଁ ମୋତେ କେତେ ଅପଦସ୍ତ ହେବାକୁ ପଡେ। ସବୁ ଗୁଣ ଥାଇ ବି ସିଡ୍, କେକେ, ଜୋଜୋ କେହି ମୋତେ ପସନ୍ଦ କରନ୍ତିନି। ସାଙ୍ଗ ତ ହୁଅନ୍ତି କିନ୍ତୁ କେହି ଜଣେ ପ୍ରେମ କରନ୍ତିନି। ପ୍ରେମରେ ପଡିବା ପ୍ରଥମ ପାହାଚ ବୟସ ମୋର। ବିପରୀତ ଲିଙ୍ଗ ପ୍ରତି ଆସକ୍ତି ମୋତେ ଖୁବ୍ ହଇରାଣ କରନ୍ତି। ଭାରି ଇଚ୍ଛା ହୁଏ କାହାକୁ ଆଇ ଲବ୍ ୟୁ କହିବାକୁ।ଚଟ୍ କିନା କିସ୍ ଟିଏ କାହାକୁ ଦେବାକୁ ନଚେତ କାହାର ନେବାକୁ।କାହାକୁ ଗୋଟେ ସ୍ୱପ୍ନ ଦେଖିବାକୁ। ଗ୍ରୀଟିନିଙ୍ଗିସ୍ ଭିତରେ ଲବ୍ ଚିତ୍ର କରି ଓଠ ଚିତ୍ର ଦେବାକୁ। କିନ୍ତୁ କଣ ହେବ ମୋର ତ ବୟ ଫ୍ରେଣ୍ଡ୍ ନଥିଲେ ଯେ।ଖାସ୍ ଏଇ ରଙ୍ଗ ପାଇଁ।ଆନୁଆଲ୍ ଫଙ୍କସନ୍ ରେ ମୋତେ ହିରୋଇନ୍ କରି ଯେତେବେଳେ ପାର୍ଲର୍ ଆଣ୍ଟି ସଜେଇ ଦିଅନ୍ତି ଆଃ କି ସୁନ୍ଦର ଦିଶେ ମୁଁ।ସିଡ୍, କେକେ ଓ ଜୋଜୋ ଆଖି ଫାଡ଼ି ହୋଇଯାଏ । ସେମାନେ ମୋତେ ଚିମୁଟି ପରଖନ୍ତି ମୁଁ ଶ୍ୟାମଳି ତ! ମୋତେ ସଭିଏଁ ସିମ୍ ଡାକନ୍ତି। କୁହନ୍ତି ୱାଓ! ସତରେ ସିମ୍ ତୁ ଏମିତି ହିଇଥାନ୍ତୁ କି? ଏକ୍ସଲେଣ୍ଟ ଲାଗୁଛୁ । ପୁରା ହିରୋଇନ୍।
ମୋର କଟିଂ ଟା କୁଆଡେ ଯୋଖା। ସଜେଇ ଦେଲେ ପରିଟିଏ ଲାଗେ। ସେଇଥି ପାଇଁ ଜହ୍ନକୁ କୁହେ ତୁ ମୋତେ ତୋର ସେଇ ସୁନାରୀ ରଙ୍ଗ ଟିକେ ପରମାନେଟ୍ ଦେଇଦେ। ଯାହା ଧୋଇଲେ ଛାଡିବନି। ଆଦ୍ୟ ଯୌବନ ମ୍ୟାଜିକ୍ ପ୍ରେମପୁର୍ଣ୍ଣ ଦୃଷ୍ଟି ଟିକେ ପାଇବାକୁ କିଏ ବ୍ୟାକୁଳ ନ ହୁଏ କହିଲୁ? ହୁଁ ତୁ ତ ସୁନା ରଙ୍ଗୀଟା । ତୁ କିଆଁ ବୁଝିବୁ ସିମ୍ ମାନଙ୍କ ଯନ୍ତ୍ରଣା, ପୀଡା ! ଖାଲି ଦେଖେଇ ହଉଥା ରୂପ ରଙ୍ଗ। କେତେବେଳେ କିଏ ଟାଣି ନେଇ ଧର୍ଷଣ କରିବ କିଏ କହିବ!ଅତି ସୁନ୍ଦର ହେବା ଏ ଯୁଗରେ ଅଭିଶାପ।ହୁସିଆର ଥିବୁ ଲୋ ଜହ୍ନ।
ମୋ ରଙ୍ଗ ଦେଖି ମୋତେ କେହି ପ୍ରେମ କରନ୍ତି ନାହିଁ ବୋଲି ଜଣକୁ ମୋ ଆଡୁ ପ୍ରେମ କଲି। ତା ଓଠରେ ଓଠ ଛୁଆଁ ଦେଲି।ତାକୁ ମୋ ଛାତି ଉପରେ ଭିଡି ଧରି ପ୍ରେମକୁ ଅନୁଭବ କଲି।ଏକାକୀ ଡୋର୍ ଲକ୍ ଘର ଭିତରେ ତା ସହ କେତେ କଥା ହେଲି।। ସେ ମୋ ପ୍ରେରଣାର ଉତ୍ସ ଥିଲେ। ଅଭିନୟ କରି ସବୁ ବର୍ଷ ପ୍ରଥମ ପ୍ର୍ରାଇଜ ତ ତାଙ୍କରି ପାଇଁ ପାଏ।ତାଙ୍କୁ ଅନୁକରଣ କରି କ୍ରିକେଟ୍ ବି ଖେଳିଲି।ଏବେ ମୁଁ ଆମ ଟିମ୍ ର୍ କ୍ୟାପେଟନ୍।
ଯାହା ପାଇଁ ମୁଁ ବଂଚିବା ଶିଖିଲି, ଯିଏ ମୋ ଇଂସ୍ପ୍ରେରେସନ୍ ସେ ବି ମୋତେ ଛାଡିଦେଲେ। ସିଏ ମୋ ହିରୋ ଥିଲା। ହିରୋ। ମୋର କଣ ଏକା, ସମସ୍ତ ଙ୍କର ଅତି ପ୍ରିୟ। କାହିଁକି କହିଲେ? ତାଙ୍କ ଠାରେ କୁତ୍ରିମତା ନଥିଲା।ଅଭିମାନ, ଗର୍ଵ କି ଅହଂକାର ବି ତାଙ୍କୁ ଛୁଇଁ ନଥିଲା। ଅନ୍ୟ ମାନଙ୍କ ପରି ଭାଉ ଖାଉ ନଥିଲେ। ପରୋପକାରୀ ହୃଦୟବାନ ମଣିଷ ପରି ମଣିଷଟିଏ ଥିଲେ। ଜଣେ ମେଧାବୀ ଇଞ୍ଜିନିୟର ସେ।ବେଶୀ ଦେଶୀ ପ୍ରତିଫଳନ ତାଙ୍କୁ ସଭିଙ୍କ ଆଗରେ ପ୍ରସିଦ୍ଧି ଆଣି ଦେଇଥିଲା। କହିବା, ବେଶ, ହସ, ଅଙ୍ଗଭଙ୍ଗୀ ସବୁ ନେଚୁରାଲ୍ ଲାଗେ। ସେଥିପାଇଁ ଖୁବ୍ କମ୍ ସମୟରେ ମୋ ହିରୋ ସଭିଙ୍କ ହିରୋ ହୋଇ ଯାଇଥିଲେ। ମଣିଷ ଛାତିରେ ମୋ ହିରୋ ନାଁ। ଖୁବ୍ କମ୍ ସମୟ ରେ ସେ ବିଗ୍ ଷ୍ଟାର ହୋଇଗଲେ।
ମୋ ନାନୀ ଟିଭି ସିରିଏଲ୍ ରେ ତାଙ୍କୁ ମାନବ ନାମରେ ଜାଣିଥିଲା।ପବିତ୍ର ରୁସ୍ତା ସିରିଏଲ୍ ଦେଖିବାକୁ ସେ ପାଗଳ ହୋଇଯାଉଥିଲା । ଏକ୍ଜାମ୍ ମୁଣ୍ଡ ଉପରେ ଥିଲେ ବି ସେ ସିରିଏଲ ଦେଖା ଛାଡୁ ନଥିଲା। ନିଶା ଚଢିଯାଇଥିଲା ସେ ସିରିଏଲର ତା ଉପରେ । ବାବା ଓ ମାମା ଯେତେ ବାରଣ କଲେ ବି ସେ ଲୁଚିକି ଦେଖୁଥିଲା ।ମୋତେ ସେତେବେଳକୁ ବୋଧେ ଫୋର ଇଅରସ୍ ହୋଇଥିବ। ମୁଁ ନାନୀ ଦେଖା ଦେଖୀ ତୁମକୁ ପ୍ରେମ କରି ବସିଲି।ଅତି ସାନ ବେଳେ କିଛି ନ ବୁଝି ତୁମ ପ୍ରେମରେ ପଡି ଯାଇଥିଲି।ବଡ଼ ହେଲାରୁ ମୋତେ ସମ୍ଭାଳେ କିଏ? ନାନୀ କି ପାଗଳ ତୁମ ପାଇଁ! ମୁଁ ନାନୀଠାରୁ ଶହେ ଗୁଣ ପାଗଳ ହୋଇଗଲି। ରେକର୍ଡ ଭଙ୍ଗା ଭଲ ପାଇବା ତୁମ ପାଇଁ ମୋର ଥିଲା।
କ୍ରିକେଟ ଖେଳିବାକୁ ଭାରି ଇଚ୍ଛା ଥିଲା । କିନ୍ତୁ ଝିଅଟିଏ ବୋଲି ମୋତେ ସେ ଖେଳ ଖେଳିବାକୁ ମନା ଥିଲା।ଯେଉଁଦିନ ତାଙ୍କ ମୁଭି ଏମ୍ ଏସ୍ ଧୋନୀ ଦେଖିଲି, ଆଉ କି କିଏ ମୋତେ ପାରେ ! ଲୁଚେଇ ଲୁଚେଇ ଖେଳୁ ଖେଳୁ ଯେତେବେଳେ ଇଣ୍ଟର ସ୍କୁଲ ଗାର୍ଲସ ମ୍ୟାଚ୍ ରେ ମୁଁ ଶତକ କରିଦେଲି କି ଅଭିନନ୍ଦନ, ଶୁଭେଚ୍ଛା ଗଦେଇ ପଡିଲା!ଟ୍ରଫି ସହ ଦଶ ହଜାର ପୁରସ୍କାର ରାଶି! ୱାଓ ବାବା ମାମା , ଫ୍ରେଣ୍ଡସ ସମସ୍ତଙ୍କର କି ଖୁସି! ମୋତେ ଏତେ ସମ୍ମାନ,ଖୁସି ତ ତୁମ ମୁଭି ଦେଖି ନିଂସ୍ପାୟର ହୋଇ ଖେଳି ଥିବାରୁ ମିଳିଥିଲା ! ପିକେ, ଛିଛୋରା, କେଦାର ନାଥ, ରାବତା ମୁଁ ଦେଖିଛି ତୁମ ଚମତ୍କାର ଅଭିନୟ।ଦେଖିଛି ତୁମକୁ ସୁଦୁ ଦେଶୀ ରୋମାନ୍ସ ରେ ଦେଶୀ ଵଏର କମାଲ ଦେଶୀ ଲବ୍। ତୁମେ ମୋତେ ନୂଆ ସୁନ୍ଦର ଜୀବନ ଟିଏ ଦାନ ଦେଲ।
ମୋ ମେଘ ରଙ୍ଗୀ କୁଆଡେ ଲୁଚିଗଲା। କେବଳ ତୁମ ଅଭିନୟ, ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଏବେ ସଭିଙ୍କ ପ୍ରିୟ। ଅଭିନୟ କୁହ କି ଖେଳ ସବୁଥିରେ ମୋ ନାଁ।ପାଠ ତ ଏମିତିରେ ମୋର ଭଲ ହେଉଥିଲା। ତୁମକୁ ଫଲୋ କରି କରି ମୁଁ ବି ସଭିଙ୍କ ପ୍ରିୟପାତ୍ର ହୋଇଗଲି। ଶୁଣ କାହାକୁ କହିବନି ଏବେ ସିଡ୍,କେକେ ଓ ଜୋଜୋଙ୍କ ମଧ୍ୟରେ ପ୍ରତିଯୋଗୀତା କିଏ ମୋ ବେଷ୍ଟ୍ ଵଏ ଫ୍ରେଣ୍ଡ୍ ହେବ। ମୁଁ କିନ୍ତୁ ସେମାନଙ୍କୁ କାହାକୁ ଭଲ ପାଉନି। ତୁମେ କହିବ ଏତେ ସେମାନଙ୍କ ଭଲ ପାଇବା ଖୋଜୁଥିଲୁ ,ସେମାନେ ଏବେ ହାତ ମୁଠାରେ ଥିଲେ ଧରା ଦେଉନୁ !
କାହିଁକି ନା, ଏମାନେ ମୋତେ ନୁହେଁ ମୋ ପ୍ରତିଭାକୁ ଭଲ ପାଉଛନ୍ତି ମୋ ପ୍ରଶଂସା କୁ ଭଲ ପାଉଛନ୍ତି। ଭାରି ସ୍ୱାର୍ଥପର ଏମାନେ। ମୁଁ ନୀଳ୍ କୁ ଭଲ ପାଏ।କାରଣ ସେ ମୋ ମେଘ ରଙ୍ଗକୁ ଭଲ ପାଏ। କୁହେ ସିମ୍ ତୋ ରଙ୍ଗ ଗୋଟେ ସ୍ପେଶାଲ ରଙ୍ଗ।ନୀଳ ଆକାଶ ପରି । ଏମିତି ଝିଅ ତ କେଉଁଠି ନାହାନ୍ତି।ନୀଳ୍ ମୋତେ ଭଲ ପାଏ, ମୋ ପ୍ରତିଭା କି ମୋ ସମ୍ମାନ କୁ ନୁହେଁ। ଏଣୁ ସିଏ ମୋର ବେଷ୍ଟ୍ ବଏ ଫ୍ରେଣ୍ଡ୍।
ମୋର ସବୁ ମେଡାଲ୍, ସବୁ ଟ୍ରଫି ଆଗ ତୁମକୁ ଦେଉଥିଲି। ଡୋର ଲକ୍ କରି କେତେ କଥା ହେଉଥିଲି ତୁମ ସହ କହିଲ ! କିନ୍ତୁ ଏବେ ଖୁବ୍ ଏକୁଟିଆ ଲାଗେ।
ତୁମେ କିନ୍ତୁ ଭଲ କଲନି ହିରୋ।ଏମିତି ତୁମର କରିବା ଅନ୍ୟାୟ।କାହିଁକି ନିଜ ଜୀବନ ନିଜ ହାତରେ ନେଲ?ଯେଉଁ ଦିନ ସବୁ ଚ୍ୟାନେଲ୍ , ସବୁ ନିୟୁଜ୍ ପେପର୍ ହେଡ୍ ଲାଇନ୍ ରୁ ତୁମ ବିସ୍ମୟ କର ଅବିଶ୍ୱାସନୀୟ ଆତ୍ମହତ୍ୟା ଖବର ଜାଣିଲି ସେ ଦିନ ମୋ ମନ ସ୍କାଇଲାବ୍ ପାହାଡ଼ ଦେହରେ ପିଟି ହୋଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଅବା।
ସୁଶାନ୍ତ ସିଂ ରାଜ୍ ପୁତ୍ କମିଟ୍ ସୁସାଇଡ୍ ! ଓଃ ନୋ ମୋ ହିରୋ, ମୋ ଆଦର୍ଶ, ମୋ ପ୍ରେରଣା ଆଉ ନାହାନ୍ତି !!
ସେବେଠାରୁ ମୁଁ ଶୁନ୍ୟ। ଆଉ କ୍ରିକେଟ ବ୍ୟାଟ୍ ଧରୁନି। ତୁମକୁ ଖୋଜୁଛି ହିରୋ ତାରାରେ। ଛାତ ଉପରେ ଆକାଶକୁ ଅନାଇଁ ସବୁ ଦିନ ପଚାରୁଛି , "ତୁମେ କେଉଁ ତାରା ହିରୋ ! ମୁଁ ତ ଚିହ୍ନି ପାରୁନାହିଁ !"
ହିରୋ ! କିଛି ଗୋଟେ କ୍ଲୁ ତ ଦିଅ। ସତରେ ଚିହ୍ନି ପାରୁନି ତୁମକୁ। ହିରୋ ତୁମେ ଏମିତି କାଇଁ କଲ ? ମୁଁ ତୁମ ଉପରେ ଖୁବ୍ ରାଗିଛି। ଯେତେ ଅବସାଦ, ଯେତେ ଅସୁବିଧା କି ସମସ୍ୟା ଆସିଲେ ଆତ୍ମହତ୍ୟା କଣ କେବଳ ଗୋଟିଏ ବାଟ! ମରିଗଲେ କଣ ହୁଏ କେହି ଜାଣିଛ! ଅମୂଲ୍ୟ ଜୀବନକୁ ନିଜ ହାତରେ ମାରିବା କଣ ଠିକ?ତୁମେ ଭୁଲ୍ କଲ୍ ହିରୋ। ତୁମେ ଯାହା କଲ ଆଦୌ ଠିକ୍ କଲନି। ସେଥିପାଇଁ ଆଇ ହେଟ୍ ୟୁ ହିରୋ। ଲୁହରେ ଓଦା ହେଉଥିଲା ମୋ ଛାତି। ମାମାଙ୍କ ଡାକରେ ପ୍ରକୃତିସ୍ଥ ହେଲି ।
ଅଧିକାଂଶ ସମୟ ରାତିରେ ତୁ ଛାତ ଉପରେ କଣ କରୁ ସିମ୍ ! ମା ପଚାରିଲେ।
ମୁଁ ତାରାରେ ଖୋଜୁଛି ଜଣକୁ।ମୋର ଅନେକ କଥା ପଚାରିବାର ଅଛି ତାଙ୍କୁ।
ତାରାରେ !
ହଁ, ମରିଗଲେ ଆକାଶର ତାରା ହୋଇ ଯାଆନ୍ତି ପରା! ତୁମେ କୁହ ହେଇ ଦେଖ, ଏ ତାରାଟି ତୋ ଜେଜେ। କହିଲ ମାମା ମୋ ହିରୋ ତାରା କିଏ?
ତୋ ହିରୋ !
ହଁ ଶୁଶାନ୍ତ ସିଂ ରାଜ୍ ପୁତ୍।
ମା ବିସ୍ମୟ ହୋଇ ମୋତେ ଟିକେ ଚାହିଁ ଛାତିକୁ ଆଉଜାଇ ନେଇ ମୋ ମୁଣ୍ଡ ସାଉଁଳି କହିଲେ, ପାଗେଳି ଟା ।
