STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ତୋର ମାଆ ମୁଁ

ତୋର ମାଆ ମୁଁ

3 mins
335


    ମଣିଷ ସବୁବେଳେ କିଛି ପାଇବାକୁ ଚାହେଁ। ସେ ଟଙ୍କାସୁନା ହେଉ ଅବା ମୂଲ୍ୟବାନ ସମ୍ପତ୍ତି, ପ୍ରଶଂସା ହେଉ ବା ସ୍ନେହ ଶ୍ରଦ୍ଧା।ବଡ଼ ଅଜବ ଏଠି ମଣିଷ ।ମୁଁ ବି ସେଥିରୁ ବାଦ୍ ଯାଇନାହିଁ।ମୁଁ ସବୁବେଳେ ଚାହେଁ କେବଳ ମୋ ମାଆ ପାଖରୁ।କାରଣ ମାଆ ଏମିତି ଏକ ମମତାର ଭଣ୍ଡାର, ତା ପାଖରୁ କେହି କେବେ ଖାଲି ହାତରେ ଫେରେ ନାହିଁ, ସେ କିଛି ନା କିଛି ଦେଇ ସନ୍ତୋଷ କରାଏ। ସେହିଭଳି ଭାବରେ ହଠାତ ପରିଣତ ବୟସରେ ପହଞ୍ଚି ଥିବା ମାଆ ପାଖରେ ପହଞ୍ଚି ଥିଲି ମାଆର ଅଜାଣତରେ । ଆଉ ସେ ଅନେକ ଦିନ ନ ହେଲେ ବି ସେଦିନ ମୋତେ ଦେଖି ଦେଇ ଅଭିମାନ ଭରା ସ୍ଵରରେ ଅନେକ ଅବ୍ୟକ୍ତ କଥା ସବୁ କହି ପକାଇଲା ,ଆଉ ତା'ପୁଣି କାନ୍ଦି କାନ୍ଦି।।ଅନେକ ବୁଝେଇବା ପରେ ପ୍ରକୃତିସ୍ଥ ହୋଇଥିଲା ସେ ।


   ସେ ଯାହା କିଛି ମୋତେ କହିଲା, ସେସବୁ ମୋ ଆୟତ୍ତ ବାହାରେ ଥିଲା।ତଥାପି ଏସବୁ ପରେ ତା ସହ କିଛି ସମୟ କଥା ହେଲି।ଯେତେବେଳେ ବି ତା ପାଖକୁ ମୁଁ ଯାଏ ତାକୁ ମିଛରେ ହେଉ ବା ସତରେ କଥା ଛଳରେ କିଛି ନା କିଛି ମାଗେ ।ଆଉ ସେ ଖୁସିରେ ଯାହା ବି ହେଲେ ଦିଏ । କେତେବେଳେ ବିସ୍କୁଟ ଖଣ୍ଡେ ପାଟିରେ ପୁରେଇ ଦିଏ ତ କେତେବେଳେ ଚକୋଲେଟ ଗୋଟିଏ ନ ହେଲେ କିଛି ଜିନିଷ । କିଛି ନଥିଲେ ପାନ ଖଣ୍ଡେ ଦିଏ।

ସେଦିନ ବି ଭେଟିବା ସମୟରେ ମାଗିଥିଲି ,ଆଉ ସେ ତ ଅନେକ କାନ୍ଦିଲା । 


ଏଥର କିନ୍ତୁ ସେ ମୋତେ କେତେ ଯେ ଲୁହ ଦେଇଥିଲା ତା'ଅଜାଣତରେ ଆଉ ପ୍ରମାଣିତ କରିଥିଲା କେତେ ଅସହାୟ ବୋଲି । କାହାର ଦୟାରେ ବଞ୍ଚିଛି ବୋଲି । ସବୁ ମାଆ ବୋଧହୁଏ ଏୟା । କାହିଁକି ନା ଏହି ମାଆ ମାନେ ତ କେବଳ ଅସହାୟ ବେଳେ ବହେ କାନ୍ଦି ଦିଅନ୍ତି, ଅସରା ଅସରା ଲୁହକୁ ପୁଣି ଟୋପାଏ ତଳେ ପଡିବାକୁ ନ ଦେଇ ନିଜେ ନିଜେ ପିଇ ଯାଆନ୍ତି। ମୋ ମାଆ ବି ସେହିଭଳି। ମୁଁ ମୋ ମାଆକୁ ଖୁବ୍ ଜୋରରେ ଜାବୁଡ଼ି ଧରି ବୁଝେଇବାର ବାହାନା ଆଳରେ ତା ଠାରୁ ଅଧିକ କାନ୍ଦିଥିଲି ନିଶବ୍ଦରେ । ଠିକ ଗୋଟିଏ ଛୁଆର ଅଳି ପୂର୍ଣ୍ଣ କରି ନ ପାରିବା ସମୟରେ ନିଃସହାୟ ମାଆ ଭଳି ।


 ମାଆ ଏବେ ପରିଣତ ବୟସରେ, ସେ ଠିକ ଛୋଟ ଛୁଆ ଭଳି ଭାରି ଅଭିମାନ କରୁଛି ଏବେ ମୋ ଉପରେ ,ଆଉ ବେଳେ ବେଳେ ବହୁତ ଗାଳି ଦେଉଛି ମଧ୍ୟ। ସେଦିନ ତାକୁ ଗେଲ କରିବା ଭିତରେ ମୁଁ ହଜି ଯାଇଥିଲି ମୋ ଶୈଶବ ଆଉ ତା ଜନନୀ ସୁଲଭ ସମୟକୁ। 


     ଶୈଶବରେ ଯାହା ବି ଅଳି କରେ ସେ ମୋତେ ଆଣିଦିଏ ନହେଲେ କେତେ ଯେ ଅଭିନୟ କରି ବୁଝାଏ । କିନ୍ତୁ ମୁଁ ଏମିତି ଦ୍ଵନ୍ଦ ପରିସ୍ଥିତିର ଦାସ ଯେ ନା କହିବାର ସତ ସାହସ ଥିଲା ନା କିଛି କରିଵାର ! କେବଳ ଆଉ କେବଳ ନୀରବ ନିଷ୍ପ୍ରାଣ କାଷ୍ଠ ପ୍ରସ୍ତର ତୁଲ୍ୟ ସ୍ଥାଣୁ ଥିଲି । କାହିଁକି ଯେ ! ଏମିତି ବର୍ଣ୍ଣନା କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ମୋ ଭଳି ସବୁ ଝିଅ ଏମିତି ତ ନିଶ୍ଚୟ । ତାକୁ ଭୁଲେଇ ଆସିବାକୁ ବାହାରିଲି ,ଏ ସମୟରେ କହିଲି ,ଏ ମାଆ ତୁ ଆଜି କିଛି ଦେବୁ ନାହିଁ କି ମୋତେ ? ଦେ କ'ଣ ରଖିଛୁ । ଦୁଇ ତିନି ଥର ମାଗିବା ଭିତରେ ସେ କେବଳ କହୁଥାଏ ,ତୁ ଯଦି ମୋ ପାଖେ ପାଖେ ରହନ୍ତୁ ନା ମୁଁ ବହୁତ ଖୁସି ହୁଅନ୍ତି। ମୋର ଦେହ ପାଆ କିଛି ହୁଅନ୍ତା ନାହିଁ। ତୁ ଆଜି ରହୁନୁ,ଏ ତୁ ଆଜି ମୋ ପାଖରେ ରହ,କେତେ କଥା ହେବା । ମୋ ହାତ ଧରି ହଲେଇ ହଲେଇ କହୁଥାଏ ।ବାଟେଇ ଦେବାକୁ ତିନି ଚାରି ପାଦ ଆଗକୁ ଆସିଲା । ଅସୁସ୍ଥ ଭିତରେ ମୁଁ କହିଲି ତୁ ଯା' ଖଟରେ ବସ୍ । ଆଉ ଆସେନା ଯା',କହୁଥାଏ ସିନା ,ଅବାଧ୍ୟ ମନଟା କିନ୍ତୁ ତା'ରି ପାଖରେ ବାନ୍ଧି ରହିଥାଏ ।


କାହିଁକି ନା ସେ ପରା ମାଆ, ଯିଏ ମାତୃତ୍ଵ ହେବାର ପ୍ରଥମ ସୁଗୁଣର ଯନ୍ତ୍ରଣାକୁ ସାରାଜୀବନ ହସି ହସି ସହେ, ଗର୍ଭ ଯନ୍ତ୍ରଣାକୁ ଆନନ୍ଦରେ ଆନନ୍ଦିତ ହୋଇ କାଳ ସହ ଲଢେ,ଶେଷରେ ସନ୍ତାନର ସବୁ ଯନ୍ତ୍ରଣାକୁ ହସି ହସି ମଥାପାତି ଲୁଚେଇ ଦିଏ ।ସେହି ମାଆର ସୃଷ୍ଟି ଏ ସଂସାର ପାଇଁ କେତେ ଯେ ମହତ୍ତ୍ୱପୂର୍ଣ୍ଣ ସଭିଏଁ ତ ବୁଝନ୍ତି କିନ୍ତୁ ବୁଝି ବିଚାରି ପାରନ୍ତି ନାହିଁ।

ପଳେଇ ଆସିଲି, ଏଥର ମୋ ମାଆ ସିନା କିଛି ଦେଇ ନ ଥିଲା, ହେଲେ ଅନେକ କିଛି ମୁଁ ପାଇଥିଲି , ଯାହାର ମୂଲ୍ୟାୟନ ସବୁଠାରୁ ଉର୍ଦ୍ଧ୍ବରେ । ଆଉ ତାହା ଥିଲା ତା ମମତାର, ସ୍ନେହର ,ଅଭିମାନର ଆଞ୍ଜୁଳା ଆଞ୍ଜୁଳା ଆଶୀଷ ।

ଏକଥା କହିବା କି ଲେଖିବାର କାରଣ ଗତକାଲି ରାତିରେ ଫୋନରେ ମୋର ପୁଅ ବାବୁ ମୋତେ ବି କହିଲା ମାଆ ,ମୋତେ କ'ଣ ଦେବ ।ମୁଁ ତୁମ ସହ ଦେଖା ହେଲେ

ତା କଥାର ଉତ୍ତର ଏହି କାହାଣୀରେ ରଖିଲି କିଛି ଅବ୍ୟକ୍ତରେ

ଏ କଥାଟି କେବଳ ମୋର ସେ ପୁଅ ବାବୁ ପାଇଁ

ବାବୁ ,ତୁ ନିଶ୍ଚେ ଏ ଗପ ପଢିବୁ ଆଉ ମତାମତ ଦେବୁ ।

ସ୍ନେହ ମମତାର ଅମପା ଅମୂଲ୍ୟ ସମ୍ପଦ ତୋ ପାଇଁ ମୋର ରହିଛି, ରହିବ ନିଶ୍ଚୟ ।

  ତୋର ମାଆ ମୁଁ


Rate this content
Log in

Similar oriya story from Action