ତଲାକ ତଲାକ ତଲାକ
ତଲାକ ତଲାକ ତଲାକ
ଦିୱାନୀ ହୋଇ ଯାଉଥିଲା ରୁଖ୍ସାନା । ତାର ୱ।ଲିଦ କଣ ଏଇଥିପାଇଁ ଏତେ ପଢାଲେଖା ଦାମାଦ କରିଥିଲେ ? ତାଙ୍କୁ ମୂଳରୁ ତାଙ୍କ ଧର୍ମରେ ପ୍ରଚଳିତ କେତେ ଗୁଡି଼ଏ ଫାଲତୁ ରିଵାଜ ପସନ୍ଦ ନଥିଲା । ଏକମାତ୍ର ଔଲାଦ ଝିଅ ରୁଖ୍ସାନା ପାଇଁ ସବୁବେଳେ ଫିକ୍ର୍ ରେ ରହୁଥିଲେ । ପଢେଇ ଲେଖେଇ ତାକୁ ନିଜ ଗୋଡ଼ରେ ଠିଆ କରେଇଥିଲେ । ସେ ଗୋଟିଏ କଲେଜରେ ଏଡ ହକ ଲେକ୍ଚରର ଥିଲା । ତଲାକ ଓ ହଲାଲା ଭଳି ଗନ୍ଦା ରିଵାଜରୁ ତାକୁ ମହଫୁଜ଼ ରଖିବା ପାଇଁ ଅନେ ଜାଁଚ ପରଖ ପରେ ଅନାଥାଶ୍ରମରେ ବଢ଼ିଥିବା ଏକ ଲାଵାରିସ ପିଲା ଅନଵର ସହ ତାର ନିକାହ କରାଇଥିଲେ । ଅନଵର ମଧ୍ୟ ଗୋଟିଏ ବଡ଼ ସରକାରୀ କଲେଜରେ ଏଚ ଓ ଡି ଥିଲା ।
ଅନବର ବଢ଼ିଥିବା ଯତିମଖାନା ଯଦିଓ ଜଣେ ହିନ୍ଦୁ ଭଦ୍ରଲୋକ ପ୍ରତିଷ୍ଠା କରିଥିଲେ ଓ ଅନ୍ୟାନ୍ୟ ପିଲାଙ୍କର ହିନ୍ଦୁନାମ ସବୁ ଥିଲା , କିନ୍ତୁ ଯେହେତୁ ଅନଵରକୁ ଜଣେ ମୁସଲମାନ ଲୋକ ଅଳିଆ ଗଦାରୁ ଗୋଟେଇ ଆଣି ସେଠାରେ ଜିମା ଦେଇଥିଲା ଓ ତାର ନାମ ଅନଵର ଥିଲା , ତେଣୁ ତାକୁ ମଧ୍ୟ ସମସ୍ତେ ଅନଵର ବୋଲି ଡାକିବାକୁ ଲାଗିଲେ । କିନ୍ତୁ ଜଣା ନଥିଲା ନାମର କମାଲ ଥାଏ ବୋଲି ।
ରୁଖ୍ସାନାର ବାପା ତାଙ୍କ ବିରାଦରିରୁ କମ ବିରୋଧର ସାମନା କରିନଥିଲେ ଅନଵର ଓ ରୁଖ୍ସାନାର ନିକାହ ପାଇଁ । ନିକାହରେ କେହି ସାମିଲ ହୋଇନଥିଲେ ଯେ ତାର ବାହାଘର ଏକ କାଫି଼ର ସହ କରାଯାଇଛି । ସ୍ଥାନୀୟ ମୌଲଵି ସାହବ ମଧ୍ୟ ନିକାହ କରେଇବାକୁ ରଜାମନ୍ଦ ହୋଇନଥିଲେ ।
ସେ ଯାହାହେଉ , ନିକାହ ପରେ ତାର ଜୀବନ ବେଶ ଖୁସନୁମା ହୋଇଯାଇଥିଲା । ଅନଵର ତା ପାଇଁ ଜାନ୍ ନିଛାବର କରୁଥିଲା । ଦୁହିଁଙ୍କୁ ଏକ ଦୁସରେ ବିନା ଅଧୁରା ଲାଗୁଥିଲା ।
କିନ୍ତୁ କାହାର ପ୍ରରୋଚନାରେ କେଜାଣି ପ୍ରଥମେ ଅନଵର ତାକୁ ନୌକରୀ କରିବାକୁ ମନା କଲା । ଧୀରେ ଧୀରେ ଝଗଡ଼ା ବଢ଼ିବାରେ ଲାଗିଲା । ରୁଖ୍ସାନା ସାଫ ମନା କରିଦେଲା ଚାକିରୀ ଛାଡ଼ିବା ପାଇଁ । ସେହି ଝଗଡ଼ା ରୁ ହିଁ ଦିନେ ଅନଵର ଗୁସ୍ସା ହୋଇ କହିଦେଲା ,
ତଲାକ ତଲାକ ତଲାକ ,
କିଛି ଦିନ ପରେ ନିଜର ଗଲତି ବୁଝି ପୁଣିଥରେ ଆସିଲା ଅନଵର ତାକୁ ଲେଉଟେଇ ନେବାପାଇଁ , କିନ୍ତୁ ଏଥିରେ ଆହୁରି ଏକ ବଡ଼ ମୁସ୍କିଲାତ ଥିଲା । ଏକ କଦର୍ଯ୍ୟ , ଘୃଣ୍ଯ ,ବିକୃତ ରିଵାଜ ହଲାଲା ରୋଡ଼। ଅଟକେଇଲା । ନିକାହ ହଲାଲା ହେଲା ପରେ ହିଁ ଖୁଲ୍ଲା ହୋଇପାରିବ । ସେଥିପାଇଁ ରୁଖ୍ସାନା ଓ ତାର ଵାଲିଦ ବିଲକୁଲ ରାଜୀ ହେଲେ ନାହିଁ । ଅନଵର ମାଫି ମାଗିଲା , କାନ୍ଦିଲା କିନ୍ତୁ ବାପଝିଅ ନ ରେ ବାଡ଼ି ନା ।
ଇଏ କିଛି ବର୍ଷ ଆଗର କଥା । ରୁଖ୍ସାନାର ମନ ଟିକେ ବଦଳି ଗଲାଣି । ଅନଵର ମଧ୍ୟ ବଦଳି ଯାଇଛି । ଏମିତି ମଧ୍ୟ ସେ ଅନଵରକୁ ବହୁତ ଭଲ ପାଏ । ତାପରେ ସବୁଠାରୁ ବଡ଼ କଥା , ନିୟମ କାନୁନ ମଧ୍ୟ ବଦଳିଲାଣି । ଖାଲି ଲୋକଙ୍କ ମନ ବଦଳିଲେ ହେଲା ।
ବର୍ତ୍ତମାନ ଅନଵର ଓ ରୁଖ୍ସାନା ମନରେ ଭରସା ଆସିଲାଣି ଓ ଖ୍ଵାହିସ୍ ମଧ୍ୟ ଜାଗିଲାଣି , ହୁଏତ ସେମାନେ ପୁଣି ଥରେ ଏକ ହୋଇଯିବେ । କିଛି ସରଫିରା ଲୋକେ ଓ ମଜହବି ମୌଲଵି ଏବେ ମଧ୍ୟ ତାଙ୍କ ବିରୁଦ୍ଧରେ । କୋର୍ଟର ଦରଵାଜା ପିଟିଲେ ହୁଅନ୍ତା କିନ୍ତୁ ଦୁହେଁ ଅମନରେ ବେଶି ଭରସା କରନ୍ତି ।
ଅନଵର ଓ ରୁଖ୍ସାନା ଦୁହିଁଙ୍କ ହୌସଲା ବୁଲନ୍ଦ ଅଛି । ସେମାନେ ଜିତ୍ ଜରୁର ହାସଲ କରିବେ । ସମସ୍ତଙ୍କ ଖିଆଲ ବଦଳେଇବେ ।
କିନ୍ତୁ କେବେ କେଜାଣି ?