STORYMIRROR

Suchismita Sahoo

Children

4  

Suchismita Sahoo

Children

ତାରା କାହିଁକି ଜକଜକ କରେ ?

ତାରା କାହିଁକି ଜକଜକ କରେ ?

3 mins
416


ମୋହନପୁର ଗାଁ ରେ ଭଲ ଇଂରାଜୀ ଶିକ୍ଷକ ଭାବରେ, ସରୋଜ ମିଶ୍ର ମହୋଦୟଙ୍କର ବେଶ ନାମ। ସେଦିନ, ସେ ପିଲାଙ୍କୁ ଇଂରାଜୀ ରାଇମ୍ "ଟ୍ଵିଙ୍କଲ ଟ୍ଵିଙ୍କଲ ଲିଟଲ ଷ୍ଟାର..." ଗାଇ ନାଚି ଶିଖୋଉଥିଲେ। ହଠାତ କିଶୁ ହାତ ଟେକି ପ୍ରଶ୍ନ କଲା, ସାର, ଷ୍ଟାର ଟ୍ଵିଙ୍କଲ କାହିଁକି କରେ? କିଶୁର ଏ ପ୍ରଶ୍ନ ଶୁଣି, ସାର ବହୁତ ଖୁସିହେଇଗଲେ, କହିଲେ ବାଃ କିଶୁ ଭଲ ପ୍ରଶ୍ନ ଟିଏ ପଚାରିଛ। ମୁଁ ବୁଝେଇଦେବି ଯେ, ହେଲେ ମୋ ଠୁ ଭଲ ଆମ ବିଜ୍ଞାନ ଶିକ୍ଷକ ବୁଝେଇବେ। ତେଣୁ, ଚାଲ ଆମ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ପାଖକୁ ଯିବା। ସେ ବହୁତ ଭଲ ଭାବେ ବୁଝେଇଦେବେ। ଦୁହେଁ ଯାଇ ପହଁଚିଲେ ବିଜ୍ଞାନ ଶିକ୍ଷକ, ଶ୍ରୀଯୁକ୍ତ ଅକ୍ଷୟ ବେହେରା ମହୋଦୟଙ୍କ ପାଖରେ। ବିଳମ୍ବ ନକରି, ଅକ୍ଷୟ ସାରଙ୍କ ପାଖେ କିଶୁ ତା ପ୍ରଶ୍ନ ବାଢ଼ିଦେଲା। କିଶୁର ପ୍ରଶ୍ନ ଶୁଣି, ଅକ୍ଷୟ ସାର କହିଲେ, ଯଦିଓ ଆମ ଆଖିକୁ ତାରା ମାନେ ଜକଜକ କରୁଥିବାର ଦେଖାଯାଏ, ହେଲେ ପ୍ରକୃତରେ ତାରା ମାନେ ଜକଜକ କରନ୍ତିନି। ଆମ ପୃଥିବୀର ପରିବେଶ ଯୋଗୁଁ ଆମକୁ ଏମିତି ଦେଖାଯାଏ। ମହାକାଶ ଚାରୀ ମାନଙ୍କୁ ତାରାର ଉଜ୍ବଳତା ସମାନ ଥିବା ପରି ଦେଖାଯାଏ, ମାନେ ଜକଜକ କରୁଥିବାର ଦେଖାଯାଏ ନାହିଁ, କାରଣ ସେମାନେ ପୃଥିବୀ ପରିବେଶର ବାହାରେ ଥାଅନ୍ତି । କିଶୁ ଆଶ୍ଚର୍ଯ୍ୟ ହେଇ କହିଲା, କଣ! ତାରା ମାନେ ଜକଜକ କରନ୍ତିନି!, ତେବେ ପୃଥିବୀ ପରିବେଶ ଭିତରେ ଆମ ଆଖିକୁ ଏମତି କାହିଁକି ଦିଶେ? ଅକ୍ଷୟ ସାର କହିଲେ, ମନ ଦେଇ ମୋ କଥା ଶୁଣ, ସବୁକିଛି ବୁଝେଇ କହୁଛି। ତାରାଠୁ ଆସୁଥିବା ଆଲୋକ ରଶ୍ମି ଯେବେ ପୃଥିବୀର ପରିବେଶ ମଧ୍ୟକୁ ଆସେ, ସେବେ ସେ ନିଜର ପଥ ପରିବର୍ତ୍ତନ କରେ, ମାନେ ଟିକେ ବଙ୍କେଇ ଯାଏ, ଯାହାକୁ ପ୍ରତିଫଳନ କୁହାଯାଏ। ପରିବେଶର ସବୁ ସ୍ଥାନରେ ଘନତାରେ ଅସମାନତା ଯୋଗୁ, ପରିବେଶ ମଧ୍ୟକୁ ଆଲୋକ ରଶ୍ମି ଆସିବା ମାତ୍ରେ, ତାର ପ୍ରତିମୁହୁର୍ତ୍ତରେ ପଥ ପରିବର୍ତ୍ତନ ହେଉଥାଏ। ତେଣୁ ତାରା ର ଆଲୋକ ରଶ୍ମିର ପଥ ପୃଥିବୀ ପରିବେଶ ମଧ୍ୟରେ ଜିଗଜାଗ ଥାଏ। ତାପମାତ୍ରା ଅନୁଯାଇ ଘନତା ପରିବର୍ତ୍ତନ ହୁଏ। ଯେଉଁଠି ତାପମାତ୍ରା ଅଧିକ, ସେ ସ୍ଥାନର ଘନତା ସେତେ ଅଧିକା ଆଉ ଯୋଉଠି କମ, ତାର ଘନତା ବି କମ। ବାୟୁର ପରିବର୍ତ୍ତନ ରେ ମଧ୍ୟ ଘନତାର ପରିବର୍ତ୍ତନ ହୁଏ। ମନେକର ଏମିତି ଜିଗଜାଗ ପଥରେ ଆସୁଥିବା ଆଲୋକ ରଶ୍ମିରୁ ୧୦ଟି ରଶ୍ମି ତମ ଆଖିରେ ପଡ଼ିଲା, ଯଦ୍ୱାରା ତମେ ତାରାକୁ ଦେଖି ପାରିଲ। ବର୍ତ୍ତମାନ ତମ ପରିବେଶର ତାପମାତ୍ରାର ପରିବର୍ତ୍ତନ ଯୋଗୁ ଘନତ୍ୱ ର ବି ପରିବର୍ତ୍ତନ ହେଲା, ତଦ୍ୱାରା ମନେକର ୩ଟି ଆଲୋକ ରଶ୍ମି ତାଙ୍କ ପଥ ପରିବର୍ତ୍ତନ କରି ବଙ୍କେଇ ଗଲେ। ତେଣୁ ଏବେ ମାତ୍ର ୭ଟି ଆଲୋକ ରଶ୍ମି ତମ ଆଖିରେ ପଡ଼ିଲା। ଏବେ ତମକୁ ତାରା କିପରି ଦେଖାଯିବ? ଠିକ କହିଲ କିଶୁ, ଏବେ ଆଗ ଅପେକ୍ଷା ଟିକେ କମ ଉଜ୍ବଳ ଦେଖାଯିବ। ମନେକର ଆଉ ୪ଟି ରଶ୍ମି ବଙ୍କେଇ ଗଲେ, ତେବେ ଏବେ ୩ଟି ରଶ୍ମି ତମ ଆଖିରେ ପଡ଼ିଲା, ତଦ୍ୱାରା ତାରା ଆହୁରି କମ ଉଜ୍ବଳ ଦେଖାଯିବ ତମ ଆଖିକୁ। ଯଦି ପରିବେଶରେ ଘନତ୍ୱ ବଢିଗଲା, ତେବେ ପୁଣି ଆମକୁ ତାରା ଉଜ୍ବଳ ଦିଶିବ। ଏପରି ଭାବେ, ତାରା କେବେ ଅତି ଉଜ୍ବଳ ତ କେବେ କମ ଉଜ୍ବଳ ଦିଶେ ଆଖିକୁ, ମାନେ ଜକଜକ ହେଉଥିବାର ଦେଖାଯାଏ। ହେଲେ ପ୍ରକୃତରେ ସେମାନଙ୍କ ଉଜ୍ବଳତା ସବୁସମୟରେ ସମାନ ଥାଏ, ସେମାନେ ଜକଜକ କରନ୍ତି ନାହିଁ। ଅକ୍ଷୟ ସାର ଙ୍କ କଥା ନ ସରୁଣୁ, କିଶୁ କହିଲା, ଯଦି ତାରାଥୁ ଆଲୋକ ରଶ୍ମି ପୃଥିବୀ ପରିବେଶକୁ ଆସିବା ମାତ୍ରେ ବଙ୍କେଇ ଯାଏ, ତେବେ ଅନ୍ୟ ଗ୍ରହମାନଙ୍କଥୁ ଆସୁଥିବା ରଶ୍ମି ମଧ୍ୟ ଆମ ପରିବେଶକୁ ପଶିବା ମାତ୍ରେ ବଙ୍କେଇ ଯିବା କଥା, ମାନେ ସେମାନେ ବି ଜକଜକ କରୁଥିବାର ଦେଖାଯିବା କଥା। ହେଲେ ତାରାକୁ ଛାଡିଦେଲେ ଅନ୍ୟ କେହିବି ଜକଜକ କରନ୍ତି ନାହିଁ। କାହିଁକି, ଏହାର କାରଣ କଣ? କିଶୁର ପ୍ରଶ୍ନ ଶୁଣି ଅକ୍ଷୟ ସାର ଟିକେ ହସିଦେଇ କହିଲେ, ଆରେ ବାଃ କିଶୁ, ତମେ ତ ବଢିଆ ପ୍ରଶ୍ନ ପଚାରୁଛ। ଭାରି ଖୁସି ଲାଗୁଛି ତମ ପ୍ରଶ୍ନ ଶୁଣି। ହଉ କହୁଛି, ଶୁଣ। ଅନ୍ୟ ଗ୍ରହ ମାନେ ପୃଥିବୀର ଅତି ନିକଟରେ ଥିବାରୁ, ଆମ ଆଖିକୁ ଆକାରରେ ବଡ଼ ଦେଖାଯାଆନ୍ତି। ବଡ଼ ଦିଶୁଥିବା ଗୋଟେ ଗ୍ରହକୁ ଛୋଟ ଛୋଟର ମିଶ୍ରଣ ବୋଲି ଭାବ, ଯଦି ଛୋଟ ଅଂଶକୁ ଆମେ ଦେଖିପାରିବା, ତେବେ ଗୋଟେ ସମୟରେ କିଛି ଅଂଶ ଅଧିକ ଉଜ୍ବଳ ଦେଖାଯିବ ଆଉ କିଛି ଅଂଶ କମ ଉଜ୍ବଳ। କିନ୍ତୁ ସେମାନେ ମିଶିକରି ଗଢୁଥିବା ବଡ଼ ଆକାରର ଗ୍ରହର ଉଜ୍ବଳତା ସମାନ ଦେଖାଯିବ। ତେଣୁ ଗ୍ରହମାନେ ଆମକୁ ଜକଜକ କରୁଥିବାର ଦେଖାଯାଏ ନାହିଁ। ଏବେ ବୁଝିଲ ତ? ଆମ ଆଖିକୁ କାହିଁକି କେବଳ ତାରା ଜକଜକ କରୁଥିବାର ଦେଖଯାଏ? କିଶୁ ମୁଣ୍ଡ ଟୁଙ୍ଗାରି ହଁ କହିଲା। ଅକ୍ଷୟ ସାର କହିଲେ, ଆଉ କିଛି ଯଦି ପଚାରିବ ପଚାର। କିଶୁ କହିଲା, ନା ସାର, ମୁଁ ବୁଝିଗଲି। ଅକ୍ଷୟ ସାରଙ୍କୁ ବହୁତ ଧନ୍ୟବାଦ ଜଣେଇ ସେ ଖୁସି ମନରେ ନାଚି ନାଚି ତା ଶ୍ରେଣୀଗୃହ ଆଡେ ଚାଲିଲା।


Rate this content
Log in

Similar oriya story from Children