ସୂର୍ଯ୍ୟୋଦୟ
ସୂର୍ଯ୍ୟୋଦୟ


ବାହାଘରର ବଣ୍ଣାଢ୍ୟ ପରିବେଶ, ରିସେପସନ, ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀଙ୍କ ଗହଳିଚହଳି କମିଆସିଲାଣି।ଅନିମେଷ ଅପଲକ ନୟନରେ ଆକଶର ତାରାଗଣୁଥିଲା।ମାଙ୍କ ଡାକରେ ଭାବନା ଭିତରୁ ଫେରିଆସିଲା। ଅପର୍ଣ୍ଣା କଥାଭାବି ପୁଣି ସାହସ ଯୁଟେଇଲା ରୁମ୍ ଭିତରକୁ ଯିବାକୁ।ଆଉ ଅପର୍ଣ୍ଣା ,ଆଯି ତ ତାର ଇପ୍ସିତ ରାତି।ବାସର ରାତି।ଅଥଚ କାହିଁକି ତାକୁ ଏ ଶୂନ୍ୟ ପଣ ଗ୍ରାସୁଛି।ପ୍ରଥମଥର ପାଇଁ ତାର ଭେଟହେବ ତା ମନର ମଣିଷ ସହିତ।ଯାହାକୁ କେବେବି ସେ ଦେଖି ନାହିଁ କି ଭେଟିନାହିଁ। ଏ ଇଣ୍ଟରନେଟ ଯୁଗରେ ମଧ୍ୟ ଏମିତି ବିଭାଘର ! ପଛ କଥା ମନେପକାଇବାକୁ ଆଦୌ ଇଚ୍ଛା ନାହିଁ। କିନ୍ତୁ ଏ ଶୂନ୍ୟ ପଣର ଇଲାଜ ବି ନାହିଁ । ଅତୀତର କ୍ଷତ ବର୍ତ୍ତମାନ ରେ ପୂରଣ ହୁଏକି? ହେଇଥିବ କାହାର, ମାତ୍ର ଏ କ୍ଷତର ଆକାର ମାପିହୁଏ କି ? ଜୀବନ କଟିଯାଏ ଭରଣା କରିହୁଏନି। ଅଜାଗା ଘା ପରି ଲୁଚେଇବାକୁ ପଡେ। ନିଜକୁ ନିଜେ ଅଚିହ୍ନା କରେଇବାରେ ବହୁତ କଷ୍ଟ କରିଛି। ଆଯି ପୁଣି ଚିହ୍ନା ସହରକୁ ମନ ଦୌଡି ଯାଉଛି କାହିଁକି? ସୁଖର ମୁହୂର୍ତ୍ତରେ ସୁନେଲି ସ୍ୱପ୍ନ ଦେଖୁଥିବା ଆଖିରେ ଦୁଃଖ ର କଳାବାଦଲ ସବୁ ବର୍ଷା ରେ ଟପ୍ ଟପ୍ ଖସି ପଡନ୍ତି କାହିଁକି! ବୁୁଝିପାରୁଥିଲେ
ବି ଅପର୍ଣ୍ଣା ଚାହୁଁ ନଥିଲା ବୁଝିବାକୁ।ଅନ୍ୟମନସ୍କ ଥିଲାସେ।କାହାର ସ୍ନେହ ଭରା ସ୍ପର୍ଶ ରେ ଓଲଟି ଚାହିଁଲା।ରୁନୁ ମାଉସୀ। ଅନିମେଷର ମା। କିଛି କହିବେ ବୋଧେ।ଖଟର ଗୋଟେପଟକୁ ଆଉଜିପଡି ତାକୁ ଖୁବ୍ ଜୋରେ ଭିଡ଼ି ଧରିଲେ।"ଅନିମେଷ ତତେ ଲାଗିଲା ଅପୁ"। ଭାରି ହତଭାଗ୍ୟ ସେ।ପିଲାବେଳୁ ବାପାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ।କାହାସହ ଏତେଟା ସହଜ ହୋଇପାରେନା ବୋଲି ବନ୍ଧୁ ସଂଖ୍ୟା ଖୁବ୍ କମ୍। କଲେଜ ପଢା ପରେ ସ୍କଲାରସିପ୍ ପାଇ ଆମେରିକା ଗଲା । ସେଇଠି ସବୁ ଓଲଟପାଲଟ ହେଇଗଲା।ଷ୍ଟେଲା ସାଙ୍ଗରେ ସଂସାର ଆରମ୍ଭ ପୂର୍ବରୁ ଶେଷ ହୋଇଗଲା।ଷ୍ଟେଲା ଇଣ୍ଡିଆନ ନଥିଲା ସତ କିନ୍ତୁ ଇଣ୍ଡିଆ, ଇଣ୍ଡିଆର ଫାମିଲି , ଆଉ ଇଣ୍ଡିଆନ ମାନଙ୍କ ଜୀବନଶୈଳୀକୁ ପାଖରୁ ଦେଖିବାକୁ ଅନୁଭବ କରିବାକୁ ଚାହିଁ ଥିଲା। ଅନିମେଷ ମୋ ଅନିଛାକୁ ଏତେ ଦୂରରେ ଥାଇ ବି ପଢିପାରିଥିଲା ଆଉ ନିଜ ଭଲପାଇବା
କୁ ଭୂଲି ଷ୍ଟେଲା ଠାରୁ ଦୁରେଇ ଆସିବାକୁ ଚାହିଁଥିଲା।ଯାହାର କି କେବେ ଆବଶ୍ୟକତା ପଡିଲାନି।ଷ୍ଟେଲା ନିଜେ ସବୁଦିନ ପାଇଁ ଇବୋଲା ରେ ଚାଲିଗଲା।ଅନିମେଷ ଫେରି ଆସିଲା ସତ କେମିତି ଏକ ଅନ୍ୟ ଗ୍ରହର ମଣିଷ ହୋଇ ଫେରିଲା।
ଦୁଇବର୍ଷ ଚିକିତ୍ସା ର ଯାହା ସୁଫଳ ମିଳିଛି ତା ହେଲା ତତେ ବାହାହେବାକୁ ରାଜି ହେଲା।ମୁଁ ସବୁ ଜାଣେ ତୋ ବିଷୟରେ।ମୋର କିଛି ଆପତ୍ତି ନାହିଁ । ମୋ ବଂଶ ଆଗକୁ ବଢୁ କି ନବଢୁ।ମୋ ଅନିମେଷ ର ଓଠରେ ଟିକେ ହସ ଦେଖି ପାରିଲେ ମୁଁ ଆଉ କିଛି ଦିନ ବଞ୍ଚି ଯାଇପାରେ।ତୋ ମା ମତେ ସବୁ କହିଛନ୍ତି।ସବୁ ପୁରୁଷ ଅର୍ନବପରି ନୁହନ୍ତି ଅପୁ।ଭଲପାଇବା,ବାହାହେବା,ବଂଶ ରକ୍ଷା କରିବା ସମସ୍ତଙ୍କ ଭାଗ୍ୟରେ ନିହାତି କଣ ଥାଏ? ତୋ ଶାରୀରିକ ଅକ୍ଷମତା କଥା ମୁଁ ଓ ଅନିମେଷ ଜାଣିଛୁ।ଗୋଟିଏ ବୋଲି ଝିଅକୁ ମୋ ଘରକୁ ପଠାଇବା ପୂର୍ବରୁ ତୋ ମା ଓ ବାବା ମତେ ସବୁକହିଛନ୍ତି। ରୁନୁ ମାଉସୀଙ୍କର କଥାରେ ଏତେ ଆତ୍ମିୟତା ଥିଲା ଯେ ଅପର୍ଣ୍ଣା ଆଖି ରୁ ଖୁସୀରେ ଲୁହ ଗଡିଆସିଲା।ନିଜ ଶରୀର କୁ ନେଇଥିବା ହିନମନ୍ୟତା କେତେବେଳୁ ଭୂଲିଗଲାଣି।ମା କଥା ମନେପଡିଲା।ବାପାଙ୍କୁ ମା ବୁଝାଉଥାଏ ।"ଅର୍ନବ ନହେଲା ନାହିଁ ।ଯଦି ଅନିମେଷ ପାଇଁ ଅପର୍ଣ୍ଣାକୁ ଭଗବାନ ଗଢିଛନ୍ତି ଏ ବାହାଘର ରେ ଆପତ୍ତି କରିବାନି" । ବଜାରରୁ ଫେରି ଘରେ ପଶୁପଶୁ ମା ଜଣେଇ ଦେଲେ ବାହାଘର କଥା।ରୁନୁମାଉସୀ ପୁଅ ସହିତ।ଶୁଣିଥିଲି ତାଙ୍କପୁଅ ଆମେରିକା ରେ ପଢିବା କଥା।ହଠାତ ସବୁ ବଦଳିଡଲା । ଦେଖା, ଚାହାଁ, ନିର୍ବନ୍ଧ ବିନା ସିଧା ମନ୍ଦିରରେ ହାତଗଣ୍ଠି ପଡିଗଲା।ନା ଫେସବୁକ ନା ହ୍ୱଟ୍ସଅପ୍ କେଉଁଠି ବି ଭେଟ ହେଇନଥିବା ଅନିମେଷ ସହ ସଂସାର ଆରମ୍ଭିବାକୁ ଯାଉଛି ଅପର୍ଣ୍ଣା।ରୁନୁମାଉସୀ ଆଶୀର୍ବାଦ ଦେଇଚାଲିଗଲେଣି।ଅନିମେଷ ଧିରେ ଧିରେ ଅପର୍ଣ୍ଣା ପାଖକୁ ଆସିଲେ।ଗପର ପେଡିଖୋଲିଗଲା।ବୁଝାପଡୁନଥିଲା ଇଏ ରୁନୁମାଉସୀ ଙ୍କ ଅନିମେଷ ନା ଆଉ କିଏ? ଜୀବନକୁ ଖୁବ୍ ପାଖରୁ ଦେଖିଲା ପରି ଲାଗୁଥିଲା ଅପର୍ଣ୍ଣାକୁ। ଅଚିହ୍ନା ତ ଆଦୌ ଲାଗୁନଥିଲେ ଅନିମେଷ।ବରଂ ଏକ ସୁଖର ଅନୁଭବ କୁ ବହୁତ ସମୟ ଯାଏ ଧରିରଖିବାକୁ ଦୁହେଁ ଚେଷ୍ଟା କରୁଥିଲେ। ଆସନ୍ତା କାଲି ଏକ ନୂଆ ସୂର୍ଯ୍ୟୋଦୟ ହେବ ଅପର୍ଣ୍ଣା ଓ ଅନିମେଷ ପାଇଁ।