STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଗର୍ବ

ଗର୍ବ

2 mins
182

କୋଡ଼ିଏ ବର୍ଷର ସଂସାରୀ ଜୀବନ ଝୁନାର। ଏବେବି ବୁଝିପାରେନି ଜଣେ ନାରୀର ପ୍ରକୃତ ଘର କେଉଁଠି? ବାପ ଘରେ ନା ସ୍ୱାମୀର ହୃଦୟରେ ଶାଶୁଘରେ ! ଠିକଣା ମିଳେ କି? ନାଁ ! ଯେତେ ସେବା ଯତ୍ନ ଯେତେ ସମ୍ମାନ କଲେ ମଧ୍ୟ ଶାଶୁ ଘରେ ଝୁନା ଲାଗି ସେମିତି କେହି ଭାବନ୍ତି ନାହିଁ।ଅଶୋକ ତାଙ୍କର ଅଫିସ,ପୁରୁଣା ନୂଆ ବନ୍ଧୁଙ୍କୁ ନେଇ ସମୟ କଟାନ୍ତି। ଶାଶୁ ଖାଇ ସାରି ଟିଭି ଦେଖିବେ ପିଲାମାନେ ତ ଆଜିକାଲି ମୋବାଇଲରେ ବ୍ୟସ୍ତ ହେଲେ ଶଶୁରଙ୍କ କଥା ନିଆରା।ସବୁଦିନେ ପଚାରିଵେ ମାଆରେ ଖାଇ ସାରିଲୁଣି ତ। ଠିକ୍ ଟାଇମ୍ ରେ ଖାଇବୁ।କାମ ତ ହଉଥିବ।ତା ଭିତରେ ନିଜକୁ ଜଗିବାକୁ ପଡିବ ନା। ନଣନ୍ଦ ଥରେ ଆସିଲେ ପନ୍ଦର ଦିନ ରହିବା ପକ୍କା।ସାଥିରେ ନଣନ୍ଦେଇ ବି।ଲାଜ ସରମ ବୋଲି କିଛି ନଥାଏ ବେକାର ଜ୍ୱାଇଁ ମାନଙ୍କର।ଆଉ ତା ସହିତ ଶାଶୁଙ୍କ ଜ୍ୱାଇଁ ପ୍ରେମ ।

ଝୁନା ବେଳକୁ ବେଳ ଚିଡ଼ଚିଡା ହୋଇଯାଉଛି। ଟିଭି ସାଉଣ୍ଡରେ ମୁଣ୍ଡ ତାର କଣ ହୋଇଯାଉଛି। ହଠାତ୍ କେମିତି ଅନ୍ଧାର ମାଡ଼ି ଆସିଲା ।ବାସ୍ ଝୁନା ଆଉ କିଛି ଜାଣିନି। ହୋସ ଫେରିଲାପରେ ଦେଖିଲା ତା ଖଟ ଚାରିପାଖରେ ସମସ୍ତେ । ଅଶୋକ ଅଫିସ ନଯାଇ ତା ମୁଣ୍ଡକୁ ଆଉଁସି ଦଉଛନ୍ତି। ଶାଶୁ ଗ୍ଲୁକୋଜ ଗୋଳେଇ ବାରେ ବ୍ୟସ୍ତ। ଶଶୁର ଚିନ୍ତାମଗ୍ନ । ପୁଅକୁ ତାଙ୍କର ଗାଳି କରୁଛନ୍ତି।କଲେଜରେ ପଢୁଥିବା ପୁଅ ଆଖି ଛଳଛଳ । ମା ତୁ କେମିତି ପଡିଗଲୁ।କଣ ହେଲା କହିଲୁ।ଇତ୍ୟାଦି ଇତ୍ୟାଦି।

ଝୁନା ବୁଝିପାରୁନଥିଲା ସତରେ କଣ ମୋ ଲାଗି ଏମାନେ ଏତେ ବ୍ୟସ୍ତ! ଅଶୋକ ଫୋନ୍ କରି କହୁଥିଲେ"ମୁଁ ଆଜି ଯାଇପାରିବିନି।ମିସେସ୍ ପଡି ଯାଇଛନ୍ତି।ତାଙ୍କୁ ମେଡ଼ିକାଲ ନେବି। ଦି ଦିନ ସି ଏଲରେ ରହିବି"।

ଶଶୁରଙ୍କ ସହିତ ବାପା କଥା ହେଉଥିଲେ ।ସେମାନେ ବାଟରେ ହେଲେଣି।ମତେ ଦେଖିବାକୁ ଆସୁଛନ୍ତି। ଦଶଟା ବେଳକୁ ଡାକ୍ତରଙ୍କ ପାଖରୁ ଔଷଧ ଚିଠା ନେଇ ଫେରିଲୁ।ସମସ୍ତେ ଉଦ୍ ବିଘ୍ନ ହୋଇ ପଚାରିବସିଲେ ମୋ ଦେହକଥା।ରୋଷେଇ ଘରୁ ଶାଶୁ କହୁଥିଲେ,ଝୁନା ତୁ କିଛି ଦିନ ରେଷ୍ଟ କର।ମୁଁ ରୋଷେଇ ବାସ କରିପାରିବି।ଅଶୋକ ଚିନ୍ତାକରନା ।ଅଶୋକ ଅଫିସ ଗଲାବେଳେ ଚୁଡା କଦଳୀ ନେଇଯିବ।ଆଉ ତୋ ଶଶୁରଙ୍କ କଥା ତ ଜାଣିଛୁ।ମୁଁ ଯାହା ରାନ୍ଧିଲେ ଚଳିବ।ପିଲାମାନେ ଚକୁଳି ରେ ବୁଝିଯିବେ।ତୁ କିଛି ଚିନ୍ତା କରନା।ଆଗ ସୁସ୍ଥ ହ।

ବହୁ ପ୍ରଚେଷ୍ଟା ପରେ ଅସ୍ଥିର ଦେହ ମନକୁ ଶାନ୍ତ କରିଲା ଝୁନା। ବୋଧହୁଏ ଭିତରର ଅସ୍ଥିରତା ତା ଅସୁସ୍ଥତାର କାରଣ। ବାପା ପହଞ୍ଚି ତାକୁ ବୁଝାଉଥିଲେ ଖଟଣି ପଡିଯାଉଛି ଯଦି ଗୋଟେ କାମବାଲୀ ରଖ।ଦେହ କଥା ଆଗ। ତୁ ଅସୁସ୍ଥ ହେଲେ ଏମାନଙ୍କ କଥା କିଏ ବୁଝିବ।ଝୁନା ମନେ ମନେ ନିଜକୁ ଦୋଷ ଦେଉଥିଲା।ତା କଥା କେହି ଭାବୁନାହାନ୍ତି ବୋଲି ଭାବୁଥିଲା।ଏବେତ ଖୁବ୍ ଗର୍ବ ରେ ସେ ମନେ ମନେ ଖୁସୀ ହେଉଛି ତା ସଂସାର କୁ ନେଇ।ବୀର ଦର୍ପ ରେ ରୋଷେଇ ଘରକୁ ଚା କରିବାକୁ ଚାଲିଲା ।ଗର୍ବ ରେ ତା ମନ ଆହୁରି ନାଚି ଉଠୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract