ପଣା
ପଣା


ଆଜି ପଣା ସଂକ୍ରାନ୍ତି।ବସନ୍ତରା ଘଡି ରୁ ଥୋପାଏ ଥୋପାଏ ପାଣି ପଡ଼ିବ ବୋଲି କୁଟା ଖଣ୍ଡିଏ ଦେଇ ଚଉରା ଉପରେ ଗବ ଡାଳରେ ଟାଙ୍ଗି ଦେଲେ।ଧୂପ ,ଦୀପ, ଝୁଣା ଓ ପଣା ଦେଇ ପୂଜା ସାରିଦେଲେ।ପୂଜାରୀ କୁ ପାଉଣା ଦେଇ ଖୁସିରେ ବିଦାକରିଦେଲେ।ଅପୂର୍ବା ବାଡ଼ି ଘରକୁ ଆସି ଶାଶୁଙ୍କ ପାଖରେ ପଣା ଟିକେ ଥୋଇ ମା ମା ବୋଲି ଡାକ ଦେଲେ।ସବୁ କେମିତି ଅବାଗ ଲାଗିଲା।ନାହାକ କହିଛନ୍ତି ଏଇ ସଂକ୍ରାନ୍ତି ଟପିବନି।ବୁଢି ଆଉ ବେଶିଦିନ ନୁହେଁ। ଶାଶୁଙ୍କ ଅବସ୍ଥା ଦେଖି ଆଖିରୁ ଲୁହ ଗଡି ଆସିଲା ।ପଣା ଟୋପେ ପିଆଇବାକୁ ଉଠାଇବା ସମ୍ଭବ ହେଲାନି।ସବୁଶେଷ୍।ସତରେ କଣ ନାହାକ ମାନେ ସତ କୁହନ୍ତି। ପୁଣି ଚାଲିବ ଧୂପ ଦୀପ ଝୁଣା ଓ ପଣା ର ପାର୍ବଣ।ଏଇ ତ ଜୀବନ।ଅପୂର୍ବା ଭେମାରଡି ପକାଇଲେ ଶାଶୁଙ୍କ ଶବ ଉଠାବେଳେ।ପୁଣି ପଣା ର ବ୍ୟବସ୍ଥା।ସପ୍ତମୀ ଠାରୁ ନବମୀ ଯାଏ। ଅପୂର୍ବା ବୁଝି ପାରୁନଥିଲେ ....।
ପୁଷ୍ପାଞ୍ଜଳି ପଣ୍ଡା
ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର
ଜାଜପୁର