STORYMIRROR

Puspanjali Panda

Tragedy Inspirational

2  

Puspanjali Panda

Tragedy Inspirational

ଶତ୍ରୁ ଠାରୁ ଦୂରରେ

ଶତ୍ରୁ ଠାରୁ ଦୂରରେ

1 min
117

ସୁବୋଧ ବାବୁଙ୍କର ସଦା ହସହସ ମୁହଁ ରେ ଆଜି କଳାଘୁମର ମୋଘର ଆଶଙ୍କା।ଲକ୍ଡାଉନ୍ ପରଠୁ ବଜାର ଯିବା ତାଙ୍କର ଏକ ଧରାବନ୍ଧା ଅଭ୍ୟାସ ପଡିଯାଇଛି।ସେଇ ସୂତ୍ରରେ ବିନୋଦ ସହିତ ବନ୍ଧୁତା।ପୁଅ ବୟସର ମଣିଷ ସହିତ ବନ୍ଧୁତା ହୁଏ କି! ତଥାପି ବିନୋଦ ଆଉ ସୁବୋଧ ବାବୁ ଏଇ ଏପ୍ରିଲ ପରଠୁ ଖୁବ୍ ଘନିଷ୍ଠ।ବିନୋଦ ବ୍ୟାଙ୍କ ରେ କାମ କରେ।ସୁବୋଧବାବୁ ରିଟାୟାଡ଼୍ ଶିକ୍ଷକ ପ୍ରାଥମିକ ସ୍କଲ୍ ର ।ସୁବୋଧବାବୁଙ୍କ ପୁଅ ଶହୀଦ ହୋଇଯାଇଛି।ଅନ୍ତରର ଲୁକ୍କାୟିତ ଦୁଃଖ କୁ କେବେ ଦୁନିଆ ଆଗରେ ଦେଖାଇ ହୁଏନି।ବିଧବା ବୋହୁ ଓ ନାତୁଣୀ ରୋଜା କୁ ନେଇ ସଂସାର।ସ୍ତ୍ରୀ କେବେଠୁ ଆରପାରିରେ। ଆଉ ବିନୋଦ ବତିଶି ବର୍ଷର ଛଇ ଛଡିଆ ଟୋକା।ବିବାହକୁ ଚାରିପୁରି ପାଞ୍ଚ ଚାଲିଛି।ଅଥଚ, ସ୍ତ୍ରୀ ସାତ ମାସ ହେବ ଘରୁ ଫେରାର୍।ଫୋନ କରି ଜଣାଇ ଦେଇଛି ପାଖ।ପାନଦୋକାନୀ ପୁଅ ସହିତ ଯାଇଛି ବୋଲି।ବିନୋଦ ସହ ସେ ଅଣ ନିଃଶ୍ଵାସୀ ହେଇ ଯାଉଥିଲା।

ଏକଲା ଜୀବନରେ ଅସୁଖୀ ଥିବାର ଦୁଃଖ ସୁବୋଧ ବାବୁ ବେଶ୍ ଯାଣି ପାରିଥିଲେ।ସେଥିପାଇଁ ତାଙ୍କ ବୋହୁସହ ବିବାହ ପ୍ରସ୍ତାବ ବିନୋଦ କୁ ଦେଲାପରଠୁ ସେ ଏମିତି ଗୁମ୍ ସୁମ୍।ନାତୁଣୀ ଆସି ଡାକୁଛି ଜେଜେ, କେହିଜଣେ ଅଙ୍କଲ୍ ତମକୁ ଖୋଜୁଛନ୍ତି।ବିନୋଦ ମିଠା ପାକେଟ୍ ଟା ବଢେଇ ଦେଇ କହିଲେ ଅଙ୍କଲ୍ ସୁଗାର ଫ୍ରି ମିଠା ।ତଥାପି ବେଶି ଖାଇବେନି।ମୁଁ ଆପଣଙ୍କ କଥା ରଖିବି ଜଦି ଆପଣ ମୋ କଥା ରଖିବେ।ଆପଣଙ୍କୁ ମୋ ସହିତ ରହିବାକୁ ପଡିବ ଆପଣଙ୍କ ବୋହୁ ଓ ଆପଣଙ୍କ ନାତୁଣୀ ସହିତ। ରାଜିତ? ସୁବୋଧବାବୁ ଉପରକୁ ହାତ ଉଠାଇ ଆଶୀର୍ବାଦ ଦେଉଥିଲେ।ମନେମନେ ଭାବୁଥିଲେ ନିଃସଙ୍ଗତା ଶତ୍ରୁ ଠାରୁ ସେ ଏବେ ବହୁତ ଦୁରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy