STORYMIRROR

Puspanjali Panda

Others

3.4  

Puspanjali Panda

Others

ଭକ୍ତ ର ଭଗବାନ

ଭକ୍ତ ର ଭଗବାନ

1 min
193


ନୂଆ ଗଛରେ ନୂଆ ନଡ଼ିଆ ପାରିଛି ସପନି ଚମାର । ବିଦୁଖୁଡି ଖୁସୀରେ ଫାଟିପଡୁଛି । ବିଶ୍ୱ ନାହାକାଣୀର ନାରିକେଳ ଚାରା କେନ୍ଦ୍ରରୁ ଚାରା ଆଣି ଲଗେଇଥିଲେ କକେଇ । ସମସ୍ତେ କହୁଥିଲେ ବିଦୁଖୁଡି ପରି ଏ ନଡ଼ିଆ ଗଛ ଅଫଳନ୍ତି । ବିଦୁଖୁଡିର ଛୁଆପିଲା ନାହିଁ ବୋଲି ବହୁତ କଥା ଶୁଣିଛି କକେଇଙ୍କ ବୋଉ ଧୁମା ମାଆ ଠାରୁ । ଧୁମା ନାନୀ କକେଇଙ୍କଠାରୁ ବଡ଼ ବୋଲି ସମସ୍ତେ ବୁଢ଼ୀକୁ ଧୁମା ମାଆ ଡାକନ୍ତି । ଗାଆଁର ଚଳିଆସୁଥିବା ଗ୍ରହଣୀୟ ବୋଲି । ହେଲେ ବିଦୁଖୁଡି ନା ବିଦୁଲତା । ପିଲାଛୁଆ ନଥିବାରୁ ସମସ୍ତେ ବିଦୁ ଡାକନ୍ତି । ନଡ଼଼ି଼ଆ ଗଛଟିକୁ ଅତି ଯତନରେ ବଢ଼ାଇ ଥିଲା୍ । ରାତିରେ ଶୋଇଲାବେଳେ ସବୁବେଳେ ହାତଟେକେ ପ୍ରଭୁ ଗଛଟା ଫଳ ଦେଉ । ଆଗ ତୁମପାଖେ ଭୋଗ ଲଗାଇବି । ସମସ୍ତଙ୍କ ଟାହି ଟାପରା କଥା ଶୁଣେ ବିଦୁଖୁଡି । କିଛି ପ୍ରତିକ୍ରିୟା ନଥାଏ । ହରେନ୍ ଡାକ୍ତର ହୋଇ ଘରକୁ ଆସିଥିଲା । କକେଇଙ୍କୁ କହିପୋଛି ଖୁଡ଼ିଙ୍କ ଟ୍ରିଟମେଣ୍ଟ ଆରମ୍ଭ କରିଥିଲା । ନଡ଼ିଆ ଗଛରେ ଫଳ ଧରିଥିଲା । ଖୁଡ଼ିଙ୍କ ପିଲାପିଲି ହବାର ଥିଲା । ଏକା ସାଙ୍ଗରେ ଖୁସୀ ଦିଗୁଣ ହେଇଗଲା ଖୁଡ଼ିଙ୍କର । ଭଗବାନଙ୍କ ଠାରେ ବିଶ୍ୱାସ ଆହୁରି ବଢିଗଲା । ସତକଥା ହେଲା ଭକ୍ତର ଭଗବାନ । ଖୁଡ଼ିଙ୍କ ଭକ୍ତି ଆଗରେ ମେଡ଼ିକାଲ ସାଇନ୍ସି ଫେଲ୍ ମାରିଲା । ଏବେ ନଡ଼ିଆ ଗଛରେ ଫୁଲ ଭର୍ତ୍ତି । ଆଉ ଖୁଡ଼ିଙ୍କ କୋଳ ବି । 


Rate this content
Log in