ମଣିଷ ପଣିଆ
ମଣିଷ ପଣିଆ


ସକାଳୁ ଦାଣ୍ଡରେ ସେମିତି ପଡିରହିଛି ଶୁକୁଟାର ଶବ।କେହି ଛୁଇଁବାକୁ ଆସୁନାହାନ୍ତି।
ବୁଢ଼ା ଲୋକଟା।ପାଞ୍ଚ ଦିନ ତଳେ ହସପିଟାଲରେ ଭର୍ତ୍ତି ହେଇଥିଲା। ଜର ଛାଡୁ ନଥିଲା,ଜରରେ ଜରରେ ଆଖିବୁଜିଲା।ହସପିଟାଲରୁ ଶବ ଆଣି ଦାଣ୍ଡରେ ଫୋପାଡ଼ି ଦେଇଗଲେ।ଝିଅ ଯମୁନା ବିଚରା ବହୁତ ଦୌଡ଼ିଛି। ଏ ଡାକ୍ତରଙ୍କୁ ସେ ଡାକ୍ତରଙ୍କୁ ବହୁତ ଅନୁରୋଧ କରିଛି।କେହି ଆସିଲେନି ।କରୋନାର କରାଳ ଭୟରେ ଡାକ୍ତର ,ନର୍ସ ସମସ୍ତେ ତ୍ରସ୍ତ। କେହି ଦେଖିଲେନି।ବିଚରା ସେମିତି ସେଇ ଜରରେ ଚାଲିଗଲା। ହସ୍ପିଟାଲରୁ ଶବ ଆଣିବାକୁ ବି କେହି ଗଲେନି। ଆଉ ମଶାଣୀ କଥା କିଏ ଶୁଣିବ।ଯୋଉମାନେ ନିଜର ବୋଲି ପରିଚୟ ଦଉଥିଲେ ସେମାନେ କେହି କୁଆଡ଼େ ନାହାନ୍ତି। ଆଉ ଏଇ ଯୋଉ ସାଇ ପଡିଶା ,ନ କହିବା ଭଲ।ଧନୁଆ ଦାଦା ସ୍ତ୍ରୀ ଫୁଲ ଖୁଡ଼ିଙ୍କ ଦେହ ଖରାପ ବେଳେ କଣ ନକରିଛି ଶୁକୁଟା।ସେ ବ
ି ଶୁଣିଲାନି।ନେତରା ଭାଈ ତ ଏଇ କେତେଦିନ ତଳେ ମଦଖାଇ ରାସ୍ତାରେ ଆକ୍ସିଡେଣ୍ଟରେ ପଡିଥିଲା।ସେଇ ଶୁକୁଟା ତାକୁ କଷ୍ଟେ ମଷ୍ଟେ ହସପିଟାଲରେ ଭର୍ତ୍ତି କରିଥିଲା।ସେ ବି କବାଟ ଖୋଲୁନି। ଧୁଣ୍ଡ ଜେଜେ ଡାଇରିଆରେ ପଡିଥିଲାବେଳେ ତାଙ୍କ ପୁଅବୋହୁ ଆସିବା ଯାଏ ଜେଜେଙ୍କର ସବୁ ସେବା ଶୁଷ୍ରୁସା ଏଇ ଶୁକୁଟା କରିଥିଲା।ଅଥଚ ଆଯି ତା ଶବ ଏମିତି ବେୱରିସ୍ ହୋଇ ପଡିଛି।ଯମୁନା ଆଖିରୁ ଲୁହ ସରିଗଲା ବୋଧେ। ଚୁଡ୍ଡାର ଓଢଣାକୁ ଅଣ୍ଟାରେ ଖୋସିଲା ମା କୁ ଆଗରେ ଧରିବାକୁ କହି ପଛରେ ସେ ତା ବାପାର ଶବ ବୋହି ଵୋହି ନେଲା।ମୁଖାଗ୍ନି ଦେଲା।ନିଆଁ ଏତ ,ମଶାଣୀ ର ନିଆଁଁ।ହୁତୁ ହୁତୁ ହୋଇ ଜଳୁଥାଏ।ତା ଭିତରେ ମଣିଷର ମଣିଷ ପଣିଆ ଜଳିଯିବାର ସାକ୍ଷୀ ଯମୁନା।ଧିରେ ଧିରେ ଘରମୁହାଁ ଯମୁନାର ପାଦ ଟଳମଳ ହେଇଗଲା।ସେ ବୁଝିପାରୁଥିଲା ମଣିଷର ମଣିଷ ପଣିଆ ଖାଲି କଥାରେ।କାମ ବେଳକୁ କିଛି ନଥାଏ।ନା ମଣିଷ ନା ମଣିଷ ପଣିଆ।