ଦୃଢ଼ ବିଶ୍ୱାସ
ଦୃଢ଼ ବିଶ୍ୱାସ


ଅରୁନ୍ ଅଫିସରୁ ଫେରି ଜଲିକୁ ଚା ବରାଦକରି ବାଥରୁମକୁ ପଶିଗଲା । ଜଲି ଦୁଦୁନ୍ ର ୟ୍ଯିପି ବନଉଥିଲା । ତେଣୁ କହିଲା ଜଷ୍ଟ୍ ଦି ମିନିଟରେ କରୁଛି । ମାଆ ସେପଟରୁ ଡାକ ଛାଡୁଛନ୍ତି ,"ଜଲି ମୋ ମୁଣ୍ଡ ବିନ୍ଧା ବାମଟା ଦେଇଗଲୁ" । ଓହୋଃ, ସମସ୍ତଙ୍କର ଏକାବେଳେ କାମ । ମଣିଷ କେତେ ଧନ୍ଦି ହେବ । ଅରୁନ୍ ଲାଗି ଚା ବନଉ ବନଉ ବିଳିବିଳି ହେଉଥିଲା ଜଲି । ଅରୁନ୍ ଚା ବିସ୍କୁଟ୍ ଖାଇଲା ବେଳେ ଜଲିକୁ ଖୁବ୍ ତାରିଫ୍ କରୁଥିଲା । ଜାଣିଲ ଜଲି, ତମ ହାତର ଚା ପିଇବା ଗୋଟେ ନିଶା ମୋର । ଅଫିସର ଯେତେ ଚା ପିଇଥାଏ ତମ ହାତରୁ ଏଇ ସମୟରେ ନ ପିଇଲେ ମୋଟେ ଭଲ ଲାଗେନି । ଜଲି ରୋଷେଇ ଘରୁ ପାଣି ହାତ ପୋଛୁ ପୋଛୁ ଅରୁନ୍ ପାଖରେ ଆସି ବସିଲା । ପଚାରିଲା ମାଆଙ୍କ କଥା କଣ ଭାବିଲ? କେବେ ଅପରେସନ କରିବା । ଅରୁନ୍ ଚାହୁଁ ନଥିଲା ସକାଳୁ ସଞ୍ଜ ସେଇ ଗୋଟିଏ କଥା ଜଲି ଦୋହରାଉ ବୋଲି । ରାଗିଯାଇ କହିଲା ମୁଁ କଣ ଗୋଟିଏ ପୁଅ ଯେ ମାଆ ଅପରେସନରେ ସବୁ ଖର୍ଚ୍ଚ କରିବି । ଭାଇ ଓ ଦିଲୁ ବୁଝୁନାହାନ୍ତି କାହିଁକି ? ମୁଁ ଜାଣିପାରୁନି ତମର ଏତେ ଶାଶୁ ପ୍ରେମ ଉଛୁଳୁଛି କାହିଁକି?
ଜଲି ଏବେବି ବି ବିଶ୍ୱାସ କରିପାରୁନଥିଲା ଅରୁନର କଥାକୁ । ତଥାପି ଅରୁନକୁ ବୁଝାଉଥିଲା । ମାଆ ପରି ଆଉ କଣ କିଛି ଅଛି?ତାର ଦୃଢ଼ବିଶ୍ୱାସ ଅରୁନ୍ ବୁଝିଯିବ ଆଉ ଅପରେସନ ପରେ ମାଆ ଠିକ୍ ହୋଇଯିବେ ।