STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପ୍ରଶଂସା

ପ୍ରଶଂସା

1 min
224


ଏଲ୍ ଆଇ ଜି କ୍ୱାଟରର ସାତ ବାଇ ଅଣଚାଶ  ରହୁଥିବା ରଞ୍ଜନ ଆଜି ବହୁତ ଖୁସି ଜଣାପଡୁଥିଲା।କୁନାଲ୍ ଓଏଏସ ପାଇଛି।ଗୋଟିଏ ପୁଅ କୁନାଲ୍ ଓ ଝିଅ କିଟୁନ୍ କୁ ,ସ୍ତ୍ରୀ କଲ୍ୟାଣୀକୁ ନେଇ ତାଙ୍କ ସଂସାର। ବାପା ବୋଉ ଚାଲିଗଲାପରେ ଗାଁରେ ଥିବା ଘର ,ଜାଗା ,ଓ ବିଲ ସବୁ ସାନଭାଇ କୁ ଦେଇଦେଇ ଭୂବନେଶ୍ୱର ଚାଲିଆସିଥିଲେ।ପିଲାମାନେ ପାଠ ପଢିବେ।ଏଠି ବହୁତ ଫାସିଲିଟି ଅଛି ।ସତକୁ ସତ ଏକଥା ଆଜି ସତ ହେଇଛି।

ସରକାରଙ୍କର ଶିକ୍ଷା ବିଭାଗର ସାମାନ୍ୟ ତଳିଆ କର୍ମଚାରୀ ସେ।ମାସ ଶେଷକୁ ଦରମା ନଥାଏ।କଲ୍ୟାଣୀଙ୍କ ଟେଲରିଂ ଧନ୍ଧାରୁ କିଛି ମିଳେବୋଲି ପିଲାମାନଙ୍କୁ ଏତେଯାଏ ନେଇଆସିଛନ୍ତି। ଆଜି ରଞ୍ଜନ ଏତେ ଖୁସୀ ଯେ ଯେଉଁ କଲ୍ୟାଣୀକୁ ସବୁବେଳେ ଅଶିକ୍ଷିତ, ଗାଉଁଲି ବୋଲି ଗାଳିଦେଇଆସୁଥିଲା ,ଆଜି ଟିଭି ପରଦାରେ କୁନାଲ୍ ର ବାପା ହିସାବରେ ଇଣ୍ଟରଭ୍ୟୁ ଦେଲାବେଳେ ଅନର୍ଗଳ କଲ୍ୟାଣୀ ର ପ୍ରଶଂସା କରି ଚାଲିଛନ୍ତି।କଲ୍ୟାଣୀ ହି କୁନାଲ୍ର ସଫଳତାର ମୂଳପିଣ୍ଡ।ନହେଲେ ସକାଳ ଦଶରୁ ସନ୍ଧ୍ୟା ଛ ଯାଏ ସେତ ଅଫିସ ରେ।କୁନାଲ୍ ପଢେ କଣ,କିଟୁନ୍ କେତେ ନମ୍ବର ଆଣିଲା ଏସବୁ କିଛି ବୁଝେନି।ସବୁବେଳେ କଲ୍ୟାଣୀ ହି ପିଲା ଦୁହିଁଙ୍କ ଦାୟିତ୍ୱ ସମ୍ଭାଳିଛନ୍ତି।ତେଣୁ କଲ୍ୟାଣୀ ର ଯେତେ ପ୍ରଶଂସା କଲେ ବି ନିଅଣ୍ଟ।ଟିଭି ପରଦା ପଛରେ ବସିଥିବା କଲ୍ୟାଣୀ ଓ କୁନାଲ୍ ଦେଖୁଥିଲେ ନୂଆ ମଣିଷ କୁ ଯିଏ ସବୁବେଳେ ରାଗେ ସତ ପ୍ରଶଂସା ବି କରିଜାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract