STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଭୟଙ୍କର ବ୍ୟାଧି

ଭୟଙ୍କର ବ୍ୟାଧି

1 min
245

ବିଜୁ ଆଉ ଜୁଲିର ସଂପର୍କ ଆଉ ଆଗପରି ନାହିଁ।ଏକା କମ୍ପାନୀରେ ଚାକିରୀ କରିଥିଲେ ବି ଅଲଗା ଅଲଗା ଆସନ୍ତି।ଅଲଗା ଅଲଗା ଟିଫିନ ଖାଆନ୍ତି।କିନ୍ତୁ କେମିତି ଏକାଠି ଏକାଘରେ ରହୁଛନ୍ତି ତା ମା ଗଙ୍ଗେଇ ଜାଣନ୍ତି।

ଜୁଲି ବିଜୁକୁ ଭଲପାଇ ବିବାହ କରିଥିଲା।ବାପା ମାଆଙ୍କର ଏକମାତ୍ର କନ୍ୟା ସନ୍ତାନ ହେତୁ ସମସ୍ତେ ବାଧ୍ୟ ବାଧକତାରେ ଏ ବିଭାଘରରେ ରାଜି ହୋଇଥିଲେ। ବାହାଘର ସମୟରେ ବିଜୁ ବାପାଙ୍କ ଅସ୍ପଷ୍ଟ ଇଛାକୁ ଆଖିଆଗରେ ରଖି ଜୁଲିର ବାପା ସବୁ ଜିନିଷପତ୍ର ସହିତ ନଗଦ ତିନିଲକ୍ଷ ଟଙ୍କା ବି ଦେଇଥିଲେ। କିଛି ଅଭାବ ରଖିନଥିଲେ ଯେଉଁ ଥିରେ ଜୁଲିର ଶଶୁର ଘର ଲୋକେ ମନଉଣା କରିବେ।

ଜୁଲି ଶିକ୍ଷିତା,ସୁନ୍ଦରୀ ଝିଅଟେ।ତା ତୁଳନାରେ ବିଜୁଠାରୁ ଢେର ଭଲ ପ୍ରସ୍ତାବ ଆସିଥାନ୍ତା ହେଲେ ଜୁଲିର ଏକାଜିଦ୍ ବିଜୁକୁ ବିଭାହେବ।ନହେଲେ ଆଦୌ ହେବନି।ବାପା ମାଆ ମାନିନେଇଥିଲେ।ମାତ୍ର କଣ ହେଲା!ବାହାଘରର ଦିନ କେଇଟା ପରେ ଜୁଲି ଆଉ ବିଜୁ ଭିତରେ ଫାଟ।ଫାଟ ର ଦୁରତା ବରଂ ବଢ଼ିବାରେ ଲାଗିଛି।ଅଫିସ ରେ ସମସ୍ତଜ ଟୁପୁଟୁପୁ ଫୁସଫାସ ହୁଅନ୍ତି।ବିଜୁ କାଳେ ଅନ୍ୟ କାହାକୁଭଲପାଉଛି। ତା ସହ ସମୟ ବିତାଉଛି।ବିଜୁର ମୋବାଇଲ୍ ଓ ହ୍ୱଟସ୍ଅପ୍ ରୁ ଏକଥା ଜୁଲି ଯାଣିପାରିଛି।ଯେଉଥିପାଇଁ ଆଯିର ଏ ଅବସ୍ଥା।ସନ୍ଦେହ ଏକ ଭୟଙ୍କର ବ୍ୟାଧି।ଏଥିରୁ ନିସ୍ତାର ମିଳେନା।ଜୁଲି ଆଉ ବିଜୁର ସଂସାର କେବେ ଏ ବ୍ୟାଧି ରୁ ମୁକୁଳିବ କେଜାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract