STORYMIRROR

Henarani Senapati

Classics Inspirational Others

3  

Henarani Senapati

Classics Inspirational Others

ସୂର୍ଯ୍ୟ କିରଣ

ସୂର୍ଯ୍ୟ କିରଣ

6 mins
375


କାର୍ତ୍ତିକ ମାସର ଶେଷ ସପ୍ତାହ ।ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଥଣ୍ଡା ଥଣ୍ଡା ହାୱା ଶରୀରରେ ଯେମିତି ଲେପିହେଇ ଯାଉଛି । ସକାଳର ଏହି ଶୀତଳତାରେ ଶରୀରର ଉଷ୍ଣତା ଯେମିତି ଫସରଫାଟି ଯାଉଛି । ପାୟଲ ସକାଳୁ ସକାଳୁ ଉଠି ମେନ୍ ଗେଟ୍ ପାଖରେ ଛିଡ଼ା ହେଇଛି । ପ୍ରାତଃ ଭ୍ରମଣରେ ଯିବା ପାଇଁ ।ତାର ସାଙ୍ଗ ପ୍ରିୟାକୁ ଅପେକ୍ଷା କରିଛି । ଏପଟେ ସେପଟେ ଟହଳ ମାରୁଚି ଆଉ ମେନ୍ ରାସ୍ତାର ପିଚୁରୋଡକୁ ଆଖି ପାଇବା ପର୍ଯ୍ୟନ୍ତ ବୁଲାଇ ଆଣୁଛି ।

ପ୍ରିୟା ଆସୁଛି କି ? ହଁ ହଁ ଆସିଲା ପ୍ରିୟା । ବହୁତ ଦୂରରେ ଅଛି । ଆସୁ ଆଜି ତାକୁ ଭଲରେ ଶୁଣାଇବି , ମୁଁ ଥଣ୍ଡାରେ ବରଫ ହେଇଗଲେଣି , ସେ ନିଶ୍ଚିତ ଚା ପିକି ଆସୁଛି । ମତେ କହିବ ପାଞ୍ଚ ଟାରୁ ଜିବା ।ନିଜେ ହଲି ହଲି ସୂର୍ଯ୍ୟ କିରଣ ଆସିଲେ ଆସିବ ।


ପ୍ରିୟା ହସି ହସି ଆସି ପାୟଲ ପାଖରେ ପହଞ୍ଚିଗଲା ।କହିଲା " ଆରେ ତୁ ଏବେ ଆସିଲୁ ? ମୁଁ ପାଞ୍ଚଥର ସାଇକେଲ ଧରି ତୋ ଘରଠାରୁ ଆମ ଘର ବୁଲି ସାରିଲେଣି । ତୁ ତ ଘରୁ ବାହାରି ନଥିଲୁ ।ଫୋନ୍ କଲି ଉଠାଇ ଲୁନି ।

ହେ ପ୍ରିୟା ତୁ ଜମା ମିଛ କହନା ତ ! ମୁଁ ବହୁତ ଶିଘ୍ର ଆଜି ଉଠିଛି ।ଝରକା ପଟେ ଚାହିଁ ଚାହିଁ ବାହାରେ ଆସି ଘଣ୍ଟାଏ ହେଲା ବୁଲୁଛି ।ତତେ ଫୋନ୍ ଲଗାଉଚି ତୁ ଉଠାଉନାହୁଁ । ସୂର୍ଯ୍ୟ କିରଣ ଆସିଲେ ତୁ ଚାଲିବାକୁ ଯିବୁ ମୁଁ ଯାଣିଛି ।ହଉ ଯା ସାଇକେଲଟା ଗେଟ୍ ଭିତରେ ରଖିଦେଇ ଆସେ ।

ହଁ ରଖିକି ଆସୁଛି ମ ।କହି କହି ପ୍ରିୟା ସାଇକେଲଟା ପାୟଲ ଘର ଗ୍ୟାରେଜ୍ ରେ ରଖିଦେଇ ଆସିଲା।

ସମୟ ସକାଳ ଛ ଟା ହେଲାଣି ।ସୂର୍ଯ୍ୟଙ୍କର କଅଁଳ କିରଣ ଚାରିଆଡକୁ ବିଛାଇ ହେଇ ପଢିଲାଣି ।

ରାସ୍ତା କଡକୁ ମୁହଁ କରି ଚାଲିବା ପାୟଲର ଅଭ୍ୟାସ ।ଦୂର ଦୂରରେ ଯେମିତି ସୂର୍ଯ୍ୟକିରଣରେ ରାତ୍ରିର ଶିଶିର ବିନ୍ଦୁ ମୋତିପରି ଚମକି ଉଠୁଛି । ଆହା କି ଆନନ୍ଦ ମୟ ଦୃଶ୍ୟ । ସୂର୍ଯ୍ୟଙ୍କର ସୁନେଲି କିରଣ ସବୁ ଗଛ ଲତାକୁ ଯେମିତି ସୁନାର ଝରଣାରେ ପରିଣତ କରିଦେଇଛି । ବହୁତ ସୁନ୍ଦର ଦୃଷ୍ଟି ଗୋଚର କରାଉଛି ।

ଏହି ସକାଳର ସୂର୍ଯ୍ୟକିରଣ ସତେ ।

ପ୍ରିୟା ହସି ହସି କହିଲା ଦେଖିଲୁ ତ , କେତେ ସୁନ୍ଦର ଦୃଶ୍ୟ ।ଅନ୍ଧାରରେ ଆସିଥିଲେ କଣ ଦେଖିଥାନ୍ତେ ।ସାପ ବେଙ୍ଗ ରାସ୍ତାରେ ମାଡି ଥାନ୍ତେ ।କଣ ମୋ କଥା ଶୁଣୁଚୁ ନା ନାହିଁ !!ହେ ପାୟଲ ! କଣ ଦେଖୁଚୁ ? ପାୟଲ ଆଙ୍ଗୁଠି ଦେଖେଇ କହିଲା ହେଇ ସେ ଚାଳଘରେ କିଏ ଡାକୁଛି । ଆସେ ଦେଖି ଆସିବା । ପ୍ରିୟାର ଅନିଚ୍ଛା ସର୍ତ୍ତେ ପାୟଲ ପ୍ରିୟାକୁ ଟାଣି ଟାଣି ନେଲା ।ଅଳ୍ପ ବାଟ । ଦୁହେଁ ଯାଇ ଦୁଆର ମୁହଁରେ ଛିଡା ହେଇ ଭିତରକୁ ଦୃଷ୍ଟିପାତ କଲେ ।ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ।ବିଶାଳ କାୟ ଶରୀର ।ସାଇଡିକା ରୋଗୀ ପରି ଲାଗୁଛନ୍ତି । ତାଙ୍କ ସ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି ଟିକିଏ ବାହାରକୁ ମତେ ନିଅ ।କେବେ ଠାରୁ ସୂର୍ଯ୍ୟକିରଣ ମୋ ଶରୀର ଉପରେ ପଡିନି । ସ୍ତ୍ରୀ କାନ୍ଦି କାନ୍ଦି କହୁଥାନ୍ତି ମୁଁ କିପରି ଏକା ତୁମକୁ ବାହାରକୁ ନେବି ?

ନା ଆଜି ମୁଁ ଚା ପିବି ନାହିଁ କି କିଛି ଖାଇବି ନାହିଁ ।ବିଚରା ମାଉସୀର ମୁହଁଟା ଶୁଖି କଳାକାଠ ଦେଖା ଯାଉଛି ।କହୁଛନ୍ତି ହେ ତୁମେ ଅବୁଝା ହୁଅନି ମ ।ମୁଁ ଏଇଠି ତୁମର ସବୁ ପରିଷ୍କାର କରି ଦେବି ।ଗରମ ପାଣି ଆଣିକି । ଗରମ ପାଣି ସୂର୍ଯ୍ୟକିରଣ ପରି କାମ କରିବ । ନିଅ ଆଗେ ଚା ଟିକେ ପି ଦିଅ ।ଥଣ୍ଡା ହେଇଯିବ ।

ହଉ ଥଣ୍ଡା । ମୁଁ କିନ୍ତୁ ଆଜି ବାହାର ଦାଣ୍ଡରେ ବସି ଚା ପିବି ସେ ବୃଦ୍ଧ ବ୍ୟକ୍ତି ଜଣକ ଜିଦି କରୁଥାନ୍ତି । ପାୟଲ ସେ ମାଉସୀଙ୍କୁ ଡାକିଲା ।ପଚାରିଲା ମାଉସୀ ମଉସାଙ୍କର କଣ ହେଇଛି ? ସେ ଉଠିପାରୁ ନାହାନ୍ତି କାହିଁକି ? ତୁମେ ଭଲଘରର ଦେଖିଲେ ଜଣା ପଡୁଛ ।ଏଠି କାହିଁକି ରହିଛ ? ମାଉସୀର ଆଖି ସତେ ଯେମିତି ଗଙ୍ଗା ଯମୁନା ସୁଅ ଛୁଟିଲା ।କାନ୍ଦି କାନ୍ଦି କହିଲେ ଏ ମଉସା ଏ ଦେଶର ସୈନିକ ଥିଲେ । ଶତ୍ରୁ ପକ୍ଷ ଗୁଳିମାଡରେ ବଞ୍ଚିଗଲେ ସିନା କିନ୍ତୁ ତାଙ୍କର ଗୋଟିଏ ଗୋଡ ଅଚଳ ହେଇଗଲା । ଆଜକୁ ଦୁଇ ବର୍ଷ ହବ ଚାଲି ନାହାନ୍ତି ।ଡକ୍ଟର କହିଲେ କୃତ୍ରିମ ଗୋଡ ଲଗାଇ ଦେବେ । ଭଲ ହେଇ ଶୁଖିଲା ପରେ । ସେ ଆସ୍ତେ ଆସ୍ତେ ଚାଲିବେ , କିନ୍ତୁ ଏ ମଉସା ତୁମର ବହୁତ ଅବୁଝା । ଦିନେ ନିଜେ ଏକା ଏକା ଗୋଟିଏ ଗୋଡରେ ଛିଡା ହେଇଗଲେ କାନ୍ଥଧରି ।କିନ୍ତୁ ସେ ତାଙ୍କର ସୈନିକ ଶରୀରକୁ ଗୋଟିଏ ଗୋଡ ସମ୍ଭାଳି ପାରିଲାନି ।ଗଳି ପଡିଲେ ତଳେ । ପୁଅ ରାଗିକି ପାଟିକଲା ।ବୋହୂ ଦୁନିଆ କଥା ଶୁଣାଇଲା ।ଯେଉଁ ବୋହୂ ଶଶୁର ପାଖରେ ଛିଡ଼ା ହେଇ କଥା କୁହେନାହିଁ ସେ ବୋହୂ କହିଲା ମୁଁ ତୁମ ସେବା କରି କରି ମୋ ଅବସ୍ଥା ଗଲାଣି ।ତୁମେ ବୃଦ୍ଧାଶ୍ରମ ଚାଲି ଯାଅ । ମଉସା ବହୁତ ସ୍ବାଭିମାନୀ ଲୋକ । ବୋହୂ କଥା ସହି ପାରିଲେ ନାହିଁ ।ପୁଅକୁ କହିଲେ ଆରେ ସରୋଜ ମୁଁ ତ ମୋ ଟଙ୍କାରେ ଚଳୁଛି । ମୁଁ ତ ସରକାରର ପୁଅ । ତୁମର କଣ ଅସୁବିଧା ହେଲା ବାବା ମତେ ବୃଦ୍ଧାଶ୍ରମରେ ଛାଡି ବ କହୁଛ । ପୁଅ ରାଗିକି କହିଲା କି ଟଙ୍କା ଦେଖାଉଛ ମ ।ରଖ ତୁମ ଟଙ୍କା ।ଯାଅ କିଏ ତୁମକୁ ରଖିବ ମୁଁ ଦେଖିବି ।ସରକାରଙ୍କ କୋଠପୁଅ ଥିଲ । ମାଗଣା ଖାଇକି ସେ ଯେଉଁ ଶରୀର କରିଛ କିଏ ତୁମ ସେବା କରିବ ? ମୋ ସ୍ତ୍ରୀ ତୁମ ସେବା କରି କରି ନିଜକୁ ଭୁଲି ଗଲାଣି । ଏ କଥା ଶୁଣିବା ମାତ୍ରେ ଆମ ରାଜୁ କହିଲା ମୁଁ ମୋ ବାବୁଙ୍କୁ ଏଇଠି ରଖିକି ତାଙ୍କ ସେବା କରିବି । ବାବୁ ଏ ଘରଦ୍ବାର ସବୁ ବନେଇଛନ୍ତି । ବାବୁ କୁଆଡେ ଯିବେନାହିଁ । ପୁଅ ଆମ ପୁରୁଣା ଚାକର ରାଜୁକୁ ବହୁତ ପିଟିଲା ।କହିଲା ଯା ତୋ ବାବୁକୁ ନେଇକି ।ସେ ଏଠି ଏ ଘରେ ରହି ପାରିବେ ନାହିଁ ।ଜନ୍ମଗତ ଅଧିକାରରେ ଏ ଘର ମୋର ।


ଆଜକୁ ଦଶଦିନ ହେବ ରାଜୁ ଆମକୁ ଆଣି ଏଇଠି ରଖିଛି ।ଏ ଜାଗା ମଉସାଙ୍କୁ ମିଳିଛି ।ରାଜୁ ନିଜ ହାତରେ ଏ ଘର କରିଛି । ଚାଳଘର ।ହଠାତ୍ କୋଉଠିକୁ ଯିବୁ ।ସେଥିପାଇଁ ଏଇଠି ସଫା ସଫି କରି ରହିଛୁ । ଆମକୁ ଏଠି ଛାଡି ସେ ତା ଗାଁକୁ ଯାଇଛି ବାଙ୍ଗାଲୋର ।ତା ସ୍ତ୍ରୀ କି ଆଣିକି ଆସିବ ।ଆସିଲେ ତା ସ୍ତ୍ରୀ ଆଉ ମୁଁ ମଉସାଙ୍କ କଥା ବୁଝିବୁ ।ରୋଷେଇ ଦେଖିବୁ ।ଆଉ ରାଜୁ ଲୋକ ଆଣି ଏଠି ଭଲ ଘରଖଣ୍ଡେ କରିବ ।ମଉସା ଟଙ୍କା ରଖିଛନ୍ତି ।ସେ ଘରେ ଆମ ପରେ ସେଇ ରାଜୁ ରହିବ । ଏତେ ବଡ ଜାଗା ।ମଉସା ଘର ଚାରିପଟେ ବୁଲିବେ କୃତ୍ରିମ ଗୋଡ ଲଗାଇ । ଗୋଟିଏ ପାର୍କ କରିବେ ।ବୟୋଜ୍ଯଷ୍ଠ ଲୋକମାନଙ୍କ ପାଇଁ ।


ଏତେ କଥା ଭିତରେ ମଉସା ଆମକୁ ଡାକିଲେ ।

କହିଲେ ହେ ଝିଅମାନେ ମତେ ଟିକିଏ ସୂର୍ଯ୍ୟକିରଣରେ ବସାଇ ଦିଅ ।ମୋ ଦେହ ଗନ୍ଧ ହେଲାଣି ।ଯେତେ ସଫା ହେଲେ କଣ ହବ !! ବିନା ସୂର୍ଯ୍ୟକିରଣରେ ସବୁ ପଚାଗନ୍ଧ ହବ।ମୁଁ ଏକା ଘୁଷୁରୀ ଘୁଷୁରୀ ପଳାନ୍ତି ।କାଳେ ମୋ ଗୋଡ ଆଉ ଅଧିକ ଖରାପ ହେଇଯିବ ।ସେଥିପାଇଁ ଯାଉନି । ମୋ ରାଜୁ ଆସିଲେ ମତେ ଆଣିବ । ତୁମେ ଖାଲି ସେ ହୁଇଲି ଚେୟାରରେ ମତେ ବସାଇ ଦିଅ ।ମୁଁ ଚାଲିଯିବି ଚେୟାର ଚଲାଇକି ।


ପ୍ରିୟା ଅନାଇଲା ପାୟଲକୁ । ପାୟଲ ଇଶାରା ଦେଲା ମଉସାଙ୍କୁ ଧରିବାକୁ ।ଦୁହେଁ ମିସିକି ମଉସାଙ୍କୁ ଚେୟାରରେ ବସାଇ ବାହାରକୁ ଆଣି ଖରାରେ ବସାଇଲେ । ମଉସା ମାଉସୀଙ୍କୁ କହିଲେ ଚାରିକପ୍ ଚା ଆଣିବା ପାଇଁ ।ପାୟଲ ମନା କଲା । କିନ୍ତୁ ବସିବାକୁ କହିଲେ ମଉସା । ଦୁହେଁ ବସିଲେ । ଆଉ କହିଲେ ସରି ସାର୍ ।ଆପଣଙ୍କ ପରି ଜଣେ ରିଟାଡଅଫିସରଙ୍କୁ ଆମେ ସାର୍ ଡାକିବୁ ।ଆକାଶ ବାବୁ କହିଲେ ଆରେ ପିଲା ଯାଣିଛ ମୁଁ ଏଇ ସୂର୍ଯ୍ୟକିରଣରେ ସବୁ ବେଳେ କାମ କରେ । ସକାଳ ଖରାରେ ଭିଟାମିନ୍ ଡି ଥାଏ ।ପିଲା ଆଉ ବୟସ୍କବ୍ୟକ୍ତିଙ୍କ ପାଇଁ ନିହାତି ଜରୁରୀ ।

ସୂର୍ଯ୍ୟ କିରଣ ନଥିଲେ ଆଜି ପୃଥିବୀ ବି ଜୀବଜଗତ ନାଁ ପାଇନଥାନ୍ତା ।


ଏମିତି କଥା ହବା ଭିତରେ ରାଜୁ ତା ସ୍ତ୍ରୀ ଆଉ ଗୋଟିଏ ପୁଅ ଆସି ପହଞ୍ଚିଲେ । ଆକାଶ ସାର୍ ବହୁତ ଖୁସି ହେଇଗଲେ । କହିଲେ ମୋ ପୁଅ ବୋହୂ ଆଉ ନାତି ଆସି ଗଲେ ।ହସି ହସି ବୋହୂଟି ସଙ୍ଗେ ସଙ୍ଗେ ଚା ଆଣିକି ସମସ୍ତଙ୍କୁ ଧରାଇ ଦେଲା।ରାଜୁ କହିଲା ଦିଦି ଆପଣ ଦୁଇଜଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।ମୁଁ ନାହିଁ କିନ୍ତୁ ସାହାସିକତାର ସହ ଆମ ବାବୁଙ୍କୁ ଆଣି ସୂର୍ଯ୍ୟକିରଣରେ ବସାଇ ଥିବାରୁ ।ଆପଣ ଦୁଇ ଜଣ ସବୁବେଳେ ଆସିବେ ।ଦେଖିବେ ଆମ ବାବୁ ବହୁତ ଭଲ ।ମା ବି ମା ଧରିତ୍ରୀ ।ଆଉ ବାବୁ ଆକାଶ ପରି ବିଶାଳ ବୋଲି ତାଙ୍କର ଆକାଶ ନାଁ ଅଛି ।କାଲି ଠାରୁ ବାବୁଙ୍କ ଘର ହବ ।ହଉ ଆମେ ଯାଉଛୁ ।ଏଥର ସବୁ ଦିନ ଆସିବୁ ।କହି ସାର୍ ନମସ୍କାର ପକାଇ ପ୍ରିୟା ଆଉ ପାୟଲ ଫେରି ଆସିଲେ ଘରକୁ ।


ତା ପରଠାରୁ ସବୁ ଦିନ ଯିବା ବାଟରେ ପାୟଲ ଆଉ ପ୍ରିୟା ଦେଖି ଦେଖି ଯାନ୍ତି ।କେବେ ପିଲର କାମ କେବେ ଘର କାମ କେବେ ପାର୍କ କାମ କେବେ ରାସ୍ତା କାମ ଏମିତି ହେଉଥାଏ ।

ହଠାତ୍ ଦିନେ ସାର୍ କୃତ୍ରିମ ଗୋଡ ଲଗାଇ ଘର ଚାରିପଟେ ବୁଲୁଥିଲେ ।ଦେଖୁ ଦେଖୁ ଡାକ ମାରିଲେ ।ହାଏ ପାୟଲ ବେଟା ।ପ୍ରିୟା ବେଟା । ଆସ ଚା କପେ ହେଇଯିବ ଏ ସକାଳ ବେଳା କଅଁଳ ଖରାରେ ।ଦୁହେଁ ଗଲେ ।ଆଉ ଆଶ୍ଚର୍ଯ୍ୟ ହେଲେ ଘର ଦେଖିକି ।ମାତ୍ର ଦୁଇ ମାସରେ ରାଜ ଉଆସ ପରି ମହଲ , ଫୁଲ ବଗିଚା , ପାର୍କ , ସବୁ ସୁନ୍ଦର ଭାବରେ ସୁସଜ୍ଜିତ ହେଇଛି ।ସାର୍ ଯେ ବୃଦ୍ଧ ଥିଲେ ସେ ବହୁତ ଖୁସି ଅଛନ୍ତି ଆଉ ତାଙ୍କ ବୟସ ବହୁତ କମ ଦେଖା ଯାଉଛି ।କେଶ କଲର ହେଇଛି । ଗୋରା ତକତକ ଶରୀର । ମୁହଁରେ ହସ ଫୁଲେଇ ଟିକିଏ ଛୋଟେଇ ଛୋଟେଇ ଆସି ପାର୍କରେ ପଡିଥିବା ଚେୟାରରେ ବସିଲେ ।ଆଉ ବସିବାକୁ କହିଲେ ।ଆମେ ସେଦିନ ସମସ୍ତେ ଖୁସିରେ ଚା ପିଲୁ ଆଉ ସାର୍ ଙ୍କର କିଛି ଶିକ୍ଷଣୀୟ କଥା ଶୁଣିଲୁ ।

ସାର୍ କହିଲେ " ସକାଳ ସୂର୍ଯ୍ୟକିରଣ ଦେହ ପାଇଁ ବହୁତ ଭଲ । ଖରାବେଳ ସୂର୍ଯ୍ୟକିରଣ ଫସଲ ପାଇଁ ଭଲ । ସନ୍ଧ୍ୟା ସୂର୍ଯ୍ୟକିରଣ ସମସ୍ତଙ୍କ ପାଇଁ ଭଲ ।ବିନା ସୂର୍ଯ୍ୟ କିରଣରେ ମଣିଷ ବଞ୍ଚିବା କଷ୍ଟ ।ତେଣୁ ଦେଖ ମତେ ମୁଁ ସୂର୍ଯ୍ୟକିରଣ ପାଇ କିପରି ଚମତ୍କାର ଦିଶୁଛି । ଜଳ ଯେମିତି ଆମ ଜୀବନ , ସୂର୍ଯ୍ୟକିରଣ ବି ସେମିତି ଆମ ଜୀବନ ।ଯେତେ ଜଳ ଥାଉ କିନ୍ତୁ ସୂର୍ଯ୍ୟକିରଣ ନଥିଲେ ଗୋଟିଏ ଗଛ ବି ଉଠିବନି ।


 


Rate this content
Log in

Similar oriya story from Classics