ସୂର୍ଯ୍ୟ କିରଣ
ସୂର୍ଯ୍ୟ କିରଣ
ଚାରିବର୍ଷ ଚାରିମାସ ଚାରିଦିନରେ ନାତିଟାର ଖଡ଼ିଛୁଆଁ କରି ସାରିବା ପରେ ପ୍ରଥା ଅନୁସାରେ ସିଲଟ ଖଡିରେ ତିନି ମୁଣ୍ଡଳାକାର କରି ଓଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି ଯେତେ କହିଲେ ବି ପିଲାଟା ସେଇ ଓଁ ଛଡ଼ା କିଛି କହୁନଥିଲା, ଯାହେଉ ତିନି ମୁଣ୍ଡଳୀ ବୁଲେଇ ଖାଲି ଓଁ ଓଁ କହିଚାଲିଥିଲା ତ ହସିବି ନା କାନ୍ଦିବି ବା କଣ କହିବି କିଛି ନକରିପାରି ମୋ ବାପା ମୋ ଆଈଙ୍କଠୁ ଶୁଣିଥିବା ସେଇ ପୁରୁଣା ଗାଳି, "ବାପ ତୋର ଆସୁ, ସରା ମଡ଼େଇ ତୋ ଚୁଟି କାଟିଲେ "ତୁ ଠିକ ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିବୁ ରହ, କହୁ କହୁ ମନେ ପଡିଗଲା ସେଇ ପୁରୁଣା କଥା l
ସେଇ ସବୁ ପୁରୁଣା କାଳିଆ ଲୋକ କୁହନ୍ତି ସ୍ୱାଧୀନତା ପୂର୍ବରୁ କି ପରେ କେଜାଣି, ଆଜିକାଲି "ରୋମିଓ"ବୋଲାଯାଉଥିବା ସୁଦୁ ବାଳୁଙ୍ଗା ବାତେରା ଛତରା ପିଲାଏ କୁଆଡେ ବଦମାସୀ କଲେ ପ୍ରଶାସନ ସେମାନଙ୍କୁ ସରା ମଡ଼େଇ ଲଣ୍ଡା କରୁଥିଲା, ସେତେବେଳେ ସେ କଥାଟାର ବହୁ ମୂଲ୍ୟ ଥିଲାବେଳେ, ଏବେକାର "ରୋମିଓ ବୟ" ସବୁ ଯେଉଁଭଳି ଚୁଟି କାଟୁଛନ୍ତି,ସରା ବି ଭୟ କରିବ l
ପୁଅ ଆସି ପହଁଚିଲା ତ ତା ସଙ୍ଗରେ ଥିବା ତା ସାଙ୍ଗ ର ଚୁଟି କଟା କୁ ଦେଖି ବିସ୍ମିତ ହୋଇ ଦେଖେ ତ ଓଁ ଲେଖା ଭଳି ବାକି ଚୁଟି କିଛି ଅଛି ତାଳୁ ରେ, ତ ହସିବି କି କାନ୍ଦିବି ମୁଁ ନାତିଟାକୁ ଧରି ସିଧା ଛାତକୁ, ଆଉ ଛାତ ଉପରେ ସୂର୍ଯ୍ୟକିରଣ ପଡି ଗଛରେ ସୁନ୍ଦର ହଳଦିବସନ୍ତ ଚଢେଇଟିଏ, ଖୁବ ନିକଟ ରେ ପଛକରି ବସିଥାଏ ଆଉ ହଳଦୀ ରଂଗର ଦେହ କୁ କଳା ଥଣ୍ଟ ସହ ହଳଦୀ ମିଶା କଳା ଡେଣା ଦୁଇ ଭାରି ମାନେ ପକ୍ଷୀ ଟାକୁ, ହଠାତ ପଛପଟୁ ତା ଡେଣା ଦୁଇ" ଅ ", ଅକ୍ଷର ର ଦୁଇ ଟୋପି ଭଳି କଳା ମୋଟା ଗାର ଉପରେ କଳା ରଙ୍ଗର ଚନ୍ଦ୍ରବିନ୍ଦୁ ଟାଏ, ଓଁ ଲେଖାର ପ୍ରତେୟ ହେଉଥାଏ ତ ନାତି କୁ ଦେଖାଇବାରେ ସେ କହୁଥିଲା ବ୍ରହ୍ମା ବିଷ୍ଣୁ ମହେଶ୍ୱର, ମୁଁ ମନ୍ତ୍ରମୁଗ୍ଧ ପରି ହେ ପ୍ରଭୁ ଡାକିଲା ବେଳକୁ ପକ୍ଷୀଟି ମଧ୍ୟ ଡାକୁଥିଲା, ହେ ପ୍ରଭୁ, ଆଉ ତଳୁ ପୁଅ ଡାକ ଛାଡିଥିଲା, ଏ ବୋଉ ତଳକୁ ଆସେ, ମୋ ସାଙ୍ଗ ଆସିଛି ପରା ଦେଖ କିଏ, ତ ଧଡ଼ପଡ଼ ହୋଇ ତଳକୁ ଯାଇ ଓଁ ପରି ଚୁଟି କଟା ସାଙ୍ଗକୁ ଦେଖି ମୋ ପାଟିରୁ ରୋମିଓ କିରେ, ବାହାରୁଥିଲା ତ ପୁଅ କହୁଥିଲା ହେ ରୋମିଓ କିଏ? ଚିହ୍ନି ପାରୁନୁ କଣ ସେ ପରା ବାବୁଲା, ଆମ ଗାଁ ସ୍କୁଲ କୁ ପାଠ ପଢେଇବାକୁ ଆସିଛି ସାର ହୋଇ, ତ ନାତି ତା ଚୁଟି କୁ ଦେଖି ଓଁ ବ୍ରହ୍ମା ଓଁ ବିଷ୍ଣୁ ଓଁ ମହେଶ୍ୱର କହୁଥିଲା ଆଉ ସିଲଟ ରେ ତିନି ମୁଣ୍ଡଳୀ ବୁଲେଇଚାଲିଥିଲା ତ ପୁଅ ମୋର କହୁଥିଲା ଦେଖିଲୁ ତାକୁ ଦେଖି ଆମ ମୁନା କିପରି.. ତା ପାଟିରୁ କଥା ଛଡେଇ ମୁଁ କହୁଥିଲି ହଁ ହଁ, ଯୁଗ ବଦଳିବା ସହ ଆଦର୍ଶ ଶିକ୍ଷକ ଆମ ବାବୁଲା, ହେଲେ ବାବୁଲା କଣ ବିଚାରିଲା କେଜାଣି ତା ପରଦିନ ଗାଆଁକୁ ଆସିବା ବେଳକୁ ଚୁଟି ଠିକ ଠାକ କାଟି ଆସିଥିଲା କିନ୍ତୁ ନାତି ଟା ମୋର କହି ଚାଲିଥିଲା ଓଁ, ମୁଁ ସୂର୍ଯ୍ୟକିରଣରେ ଉଦ୍ଭାସିତ ଚଉରା ମୂଳେ ପାଣି ଢାଳି ବି କହୁଥିଲି ଓଁ l
