Trushna Das

Drama Tragedy

4.5  

Trushna Das

Drama Tragedy

ସୁନାର ପଞ୍ଜୁରୀ

ସୁନାର ପଞ୍ଜୁରୀ

9 mins
268


ଆସ୍ଥା ବାପା ବିଜୟ ଓ ମାଆ ରହଣୀଙ୍କ ଏକ ମାତ୍ର ଝିଅ।ବିଜୟ ସହରର ଜଣେ ସୁପ୍ରତିଷ୍ଠିତ ବ୍ୟବସାୟୀ। ଧନ ସମ୍ପତ୍ତିର ଅଭାବ ନାହିଁ। ରହଣୀ ଘରେ ରହି ବିଜୟଙ୍କୁ ବ୍ୟବସାୟରେ ସାହାଯ୍ୟ କରୁ ଥାଆନ୍ତି। ଘର କାମ ପାଇଁ ଚାକର ଚାକରାଣୀ ଅଛନ୍ତି। 


ରହଣୀ ଓ ବିଜୟଙ୍କର ବିବାହର ଦୀର୍ଘ ଦଶ ବର୍ଷ ପରେ ଆସ୍ଥା ତାଙ୍କ ଜୀବନକୁ ଆସି ଥିଲେ। ଆସ୍ଥାକୁ ସେମାନେ ନିଜ ଜୀବନ ଠାରୁ ବେଶୀ ଭଲ ପାଉଥିଲେ। ଆସ୍ଥାଙ୍କର କିଛି ବି ଅଭାବ ଅସୁବିଧା ସେମାନେ ରଖୁ ନ ଥିଲେ। ଆସ୍ଥାଙ୍କୁ ଫୁଲ ପରି ବଢାଇ ଥିଲେ। 


ଆସ୍ଥାଙ୍କୁ ସହରର ସବୁଠାରୁ ଭଲ ବିଦ୍ୟାଳୟରେ ପଢାଇ ଥିଲେ। ସବୁଠାରୁ ଭଲ ଭଲ ଟିଉସନ୍ ସାରଙ୍କୁ ଘରକୁ ଡକାଇ ପଢାଉଥିଲେ। ଆସ୍ଥା ଖେଳିବା ପାଇଁ ବାଡିରେ ବଡ ପାର୍କ କରିଥିଲେ ଏବଂ ଆସ୍ଥାଙ୍କ ସାଙ୍ଗମାନେ ଆସି ସେଠାରେ ଖେଳୁଥିଲେ। 


ପ୍ରଥମେ ଆସ୍ଥାଙ୍କୁ ସେସବୁ ବହୁତ ଭଲ ଲାଗୁଥିଲା। ହେଲେ ଆସ୍ତେ ଆସ୍ତେ ବଡ ହେଲା ବେଳକୁ ଆସ୍ଥାଙ୍କୁ ଆଉ ସେ ସବୁ ଭଲ ଲାଗିଲା ନାହିଁ। ସେ ବି ଚାହିଁଲେ ସେ ମଧ୍ୟ ସାଙ୍ଗମାନଙ୍କ ସହ ବାହାରକୁ ଯିବେ.... ବୁଲିବେ।ହେଲେ ବାପା ଓ ମାଆ କାହିଁକି କେ ଜାଣି ତାଙ୍କୁ ବାହାରକୁ ଏକା ଛାଡନ୍ତି ନାହିଁ। ବାହାରକୁ ଏକା ଯିବା କଥା ଶୁଣିଲେ ବାପା ବିଜୟ ପୁରା ଚିଡି ଉଠନ୍ତି। ଏବେ ବାପା ମାଆଙ୍କ ସ୍ନେହ ତାଙ୍କୁ ସୁନାର ପଞ୍ଜୁରୀ ପରି ଲାଗୁଛି ଯେଉଁଠି ସବୁ ଅଛି ସତ ହେଲେ ସ୍ୱାଧୀନତା ନାହିଁ।


ଆସ୍ଥା ଏବେ ବାପା ମାଆଙ୍କ ଠାରୁ ଆସ୍ତେ ଆସ୍ତେ ଦୂରେଇବାକୁ ଲାଗିଲେଣି। ଆସ୍ଥା ଆଉ ଆଗ ଭଳି ବାପା ମାଆଙ୍କ ସହ ଠିକ ସେ କଥା ବାର୍ତ୍ତା କରୁ ନାହାଁନ୍ତି। ଯେତିକି ଦରକାର ସେତିକି କଥା ହେଉଛନ୍ତି। 


ଆସ୍ଥା ଏବେ ଡିଗ୍ରୀ ପ୍ରଥମ ଶ୍ରେଣୀରେ ପାସ କଲେ। ସେ ଜିଦ୍ କରି ବସିଲେ ଯେ ସେ ଓଡ଼ିଶା ବାହାରକୁ ଯାଇ ଏମ୍. ବିଏ କରିବେ ବୋଲି।ବାପା ମାଆ ଓଡିଶା ବାହାରକୁ ଯିବା ପାଇଁ ମନା କଲେ। ଆସ୍ଥାଙ୍କର ଧୈର୍ଯ୍ୟ ସୀମା ଭାଙ୍ଗି ଗଲା।ସେ ରାଗି ଯାଇ କହିଲେ ବାପା ମାଆ ତୁମ ଭଲ ପାଇବା ମୋତେ ସୁନାର ପଞ୍ଜୁରୀ ପରି ଲାଗୁଛି। ଯେଉଁଥିରେ ସବୁ ଅଛି ହେଲେ ମୋର ସ୍ୱାଧୀନତା ନାହିଁ। ମୋତେ ଜେଲର କଏଦୀ ପରି ଲାଗୁଛି। ମୋତେ ଏ ପଞ୍ଜୁରୀରୁ ମୁକ୍ତି କର..... ନ ହେଲେ ମୁଁ ଆତ୍ମହତ୍ୟା କରିବି।ଏତିକି କହି ଆସ୍ଥା ନିଜ ଶୋଇବା କୋଠରୀକୁ ପଳାଇଲେ। 


ଗେହ୍ଲି ଝିଅ ଆସ୍ଥାର ଏ ପରି ବ୍ୟବହାର ବିଜୟ ଓ ରହଣୀଙ୍କୁ ବହୁତ ବାଧିଲା।ସେ ଦୁହେଁ ରାତି ଯାକ କାନ୍ଦି କାନ୍ଦି...... ସକାଳେ ଆସ୍ଥାଙ୍କୁ କହିଲେ ସେମାନେ ତାଙ୍କ ନିଷ୍ପତ୍ତିରେ ରାଜି.....ସେ ଓଡିଶା ବାହାରକୁ ଯାଇ ପଢି ପାରିବେ। 


ଆସ୍ଥା ଦିଲ୍ଲୀର ଗୋଟିଏ ବଡ କଲେଜରେ ଏମ୍. ବିଏ ପଢିବା ପାଇଁ ନିଷ୍ପତ୍ତି ନେଲେ। 


କିଛି ଦିନ ପରେ ଆସ୍ଥା ଦିଲ୍ଲୀ ପାଇଁ ବାହାରିଲେ। 


ବିଜୟ ଓ ରହଣୀ ନିଜ ହୃଦୟକୁ ପଥର କରି ଝିଅର ଖୁସି ପାଇଁ ଝିଅକୁ ଦିଲ୍ଲୀ ପଠାଇଲେ। ମୁହଁ ସେ ଦୁହିଁଙ୍କର ଶୁଖି ଯାଇଥାଏ। ଆଖି ଛଳଛଳ। ହେଲେ ଆସ୍ଥା ଏତେ ଖୁସି ଥିଲେ ଯେ ସେ ବାପାମାଆଙ୍କର ମନର ଭାବନାକୁ ବୁଝି ପାରିଲେ ନାହିଁ। 


ଯେ ଝିଅକୁ କେବେ ବିଜୟ ଏକା କୁଆଡ଼େ ଛାଡୁ ନ ଥିଲେ ଆଜି ସେ ତଙ୍କୁ ଏକୁଟିଆ ଛାଡିବେ କେମିତି। ତଥାପି ଝିଅ ଜିଦ ଆଗରେ ବାପାମାଆଙ୍କ ସ୍ନେହ ମମତା ହାର ମାନିଛି। ଆସ୍ଥା ଏବେ ଏକୁଟିଆ ଦିଲ୍ଲୀ ଗଲେ।


ଦିଲ୍ଲୀରେ ପଢୁଥିବା ସମୟରେ ଆସ୍ଥା ଆଧୁନିକତାର ବଶୀଭୂତ ହୋଇ ବାପାମାଆଙ୍କୁ ପୁରା ଭୁଲି ଗଲେ। ବାପା ମାଆ ଫୋନ କଲେ ବିରକ୍ତ ହୁଅନ୍ତି। ବାହାନା କାଢି କୁହନ୍ତି ସେ ପାଠ ପଢାରେ ବ୍ୟସ୍ତ ଅଛନ୍ତି।ଆଉ ସାଙ୍ଗମାନଙ୍କ ସହ ବହୁତ ମଜା ମସ୍ତି କରନ୍ତି..... ଭାବନ୍ତି ସେ କେତେ ଭଲ ହେଲା ନା..... ସୁନାର ପଞ୍ଜୁରୀରୁ ମକ୍ତି ପାଇଗଲେ। 


କଲେଜରେ ପଢିବା ସମୟରେ ଆସ୍ଥାଙ୍କର ଜୟ ନାମକ ଜଣେ ପିଲା ସହ ଚିହ୍ନା ପରିଚୟ ହେଲା। ଜୟ ଆସ୍ଥାଙ୍କ ସହରରେ ରହୁଥିବା ଗୋଟିଏ ମଧ୍ୟବିତ୍ତ ପରିବାରର ପୁଅ। ସେ ଜଣେ ମେଧାବୀ ଛାତ୍ର। ତେଣୁ ମେଧାବୃତ୍ତିରେ ସେ ଦିଲ୍ଲୀରେ ପଢିବାକୁ ସୁଯୋଗ ପାଇଛନ୍ତି। ଜୟ ଜଣେ ସରଳ ଓ ଶାନ୍ତ ସ୍ୱଭାବର ଲୋକ। ଆସ୍ଥା ଓ ଜୟ ମଧ୍ୟରେ ଧିରେ ଧିରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଜୟ ପରେ ଜାଣିଲେ ଯେ ଆସ୍ଥା ହେଉଛନ୍ତି ତାଙ୍କ ସହରର ସୁପ୍ରତିଷ୍ଠିତ ବିଜୟ ବାବୁଙ୍କ ଝିଅ ବୋଲି ।ଏହା ଜାଣିଲା ପରେ ଜୟ ଆସ୍ଥାଙ୍କ ଠାରୁ ଦୂରତା ବଢାଇବାକୁ ଲାଗିଲେ କାରଣ ଆସ୍ଥାଙ୍କ ପରିବାର ତୁଳନାରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା କିଛି ନୁହଁ..... ଆସ୍ଥା କେବେ ବି ତାଙ୍କ ସହ ଚଳିପାରିବେନି..... କାରଣ ସେ ଅଭାବ କଣ ଜାଣି ନାହାଁନ୍ତି । 


ଆସ୍ଥା କିନ୍ତୁ ବହୁତ ଜିଦି। ସେ ଯାହା ଚାହିଁଛନ୍ତି ତାହା ପାଇଛନ୍ତି।ସେ ଜୟଙ୍କ ଠାରୁ ଦୂରତାକୁ ସହି ପାରି ନାହାଁନ୍ତି। 


ଆସ୍ଥା ସିଧା ଯାଇ ଜୟଙ୍କୁ ପଚାରିଲେ କଣ ହେଇଛି...... କିଛି ଦିନ ହେଲା ତୁମେ ମୋ ଠାରୁ ଏମିତି ଦୂରେଇ ରହୁଛ?


ଜୟ ଆଖିକୁ ତଳକୁ କରି କହିଲେ ..... କିଛି ନାହିଁ ଆସ୍ଥା..... ଆଗକୁ ପରୀକ୍ଷା ଅଛି..... ପଢାରେ ବ୍ୟସ୍ତ ରହୁଛି। ଭଲ ପଢିଲେ ଯାଇକି ଭଲ ଚାକିରୀ କରିବି ନା..... ପରିବାର ଚଳାଇବାର ପୁରା ଦାୟିତ୍ବ ମୋ ଉପରେ ଅଛି।ଏତିକି କହି ଆଖି ଛଳଛଳ କରି ଜୟ ଆସ୍ଥାଙ୍କୁ ପଛ କରି ଆଖି ଲୁହ ପୋଛିବାକୁ ଲାଗିଲେ। 


ଆସ୍ଥା ଜୟଙ୍କୁ ତାଙ୍କ ଆଡକୁ ଟାଣି ପଚାରିଲେ କଣ ହେଇଛି..... ତୁମେ ମୋତେ ମିଛ କହୁଛ..... ତୁମ ଆଖିରେ ଲୁହ କାହିଁକି..... ମୋତେ ଦୟାକରି..... ସତ କୁହ.....ତୁମକୁ ମୋ ରାଣ.... ଜୟ ସତ କୁହ। 


ଜୟ କହିଲେ ଆସ୍ଥା କେମିତି ମୁଁ ତୁମକୁ ବୁଝେଇବି। ତୁମେ ଜହ୍ନରେ ରହିଲେ ମୁଁ ପରା ପୃଥିବୀରେ ରୁହେ। ଗରିବ ବ୍ରାହ୍ମଣ ହୋଇ କେମିତି ଜହ୍ନକୁ ହାତ ବଢାଇବି। ତୁମେ ମୋ ସହ ଖୁସିରେ ରହି ପାରିବ ନାହିଁ। ତୁମେ ଅଭାବ କଣ ଜାଣିନ..... ଆଉ ମୁଁ ଅଭାବରେ ବଢିଛି। ତୁମେ ମୋ ଠାରୁ ଅଲଗା ହୋଇ ଯିବାଟା ଭଲ। 


ଏତିକି କହୁ କହୁ ଆସ୍ଥା ଜୟଙ୍କ ମୁହଁରେ ହାତ ଜାକି ଜୟଙ୍କ ପାଟି ବନ୍ଦ କରି ଜୟଙ୍କୁ ଗୋଟିଏ ହାତରେ କୁଣ୍ଢାଇ ଧରିଲେ। କହିଲେ ଜୟ ଚୁପ ରୁହ..... ତୁମ ଠାରୁ ଅଲଗା ହୋଇ ମୁଁ ବଞ୍ଚି ପାରିବି ନାହିଁ। ମୁଁ ସୁନାର ପଞ୍ଜୁରୀ ନୁହେଁ......ପ୍ରେମର ପଞ୍ଜୁରୀ ଚାହୁଁଛି। ତୁମ ଠାରୁ ଅଲଗା ହୋଇ ଗଲେ ମୁଁ ମରି ଯିବି.....ଜୟ। 


ଜୟ କହିଲେ ଆସ୍ଥା କଣ ତୁମ ଘରେ ରାଜି ହେବେ.....ଏ ବାହାଘର ପ୍ରସ୍ତାବରେ।


ଆସ୍ଥା କହିଲେ ହଁ ଜୟ ରାଜି ହେବେ। ମୁଁ ରାଜି କରାଇବି।ଏତିକି କହି ସେ ଜୟଙ୍କ ମୁହଁକୁ ଗେହ୍ଲରେ ଆଉଁସି ବାକୁ ଲାଗିଲେ। ଜୟ ଆସ୍ଥାଙ୍କ ପ୍ରେମ ଭରା ଆଖିରେ ବୁଡି ତାଙ୍କ ଓଠରେ ଚୁମ୍ବନ କଲେ। 


ଏହା ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ ବହୁତ ଆଗେଇ ଗଲା। 


ପଢା ସାରିବା ପରେ ଆସ୍ଥା ଘରକୁ ଯାଇ ବାପାଙ୍କ ବ୍ୟବସାୟ ସମ୍ଭାଳିଲେ। ଆସ୍ଥା ଆସ୍ତେ ଆସ୍ତେ କରି ବିଜୟ ଓ ରହଣୀଙ୍କୁ ଜୟ ଓ ତାଙ୍କ ସମ୍ପର୍କ ବିଷୟରେ କହିଲେ ଯେ ସେ ଜୟ ବିନା ବଞ୍ଚି ପାରିବେ ନାହିଁ। ପ୍ରଥମେ ବିଜୟ ମନା କରୁଥିଲେ କିନ୍ତୁ ଝିଅ ଜିଦ ଆଗରେ ବାଧ୍ୟ ହେଲେ..... ଏବଂ ଜୟ ଓ ତାଙ୍କ ପରିବାରକୁ ଦେଖା କରିବାକୁ ଡାକିବା ପାଇଁ କହିଲେ। 


ସେପଟେ ଜୟ ପାଠ ସରିଲା ପରେ ନିଜ ସହରରେ ଗୋଟିଏ କମ୍ପାନୀରେ ଛୋଟ ଚାକିରୀଟିଏ କଲେ। ଜୟ ମଧ୍ୟ ନିଜ ବାପା ମାଆଙ୍କୁ ଆସ୍ଥା ବିଷୟରେ କହିଲେ। ତାଙ୍କ ବାପା ମାଆ ଏ ପ୍ରସ୍ତାବରେ ପୁରା ଖୁସି ହୋଇଗଲେ। 


ଯୋଜନା ଅନୁଯାୟୀ ଜୟ ଓ ତାଙ୍କ ପରିବାର ଆସ୍ଥାଙ୍କ ଘରକୁ ଗଲେ। ଆସ୍ଥାଙ୍କୁ ଦେଖି ସେମାନେ ବୁଝିଗଲେ ଯେ ଆସ୍ଥା ଜୟ ପାଇଁ ପାଗଳ। ସେମାନେ ବାହାଘର ପାଇଁ ସର୍ତ୍ତ ରଖିଲେ ଯେ ବାହାଘର ପରେ ଜୟ ଘର ଜୁଇଁ ହୋଇ ଆସ୍ଥାଙ୍କ ଘରେ ରହିବେ ଏବଂ ତାଙ୍କ ସହ ସେମାନେ ବି ରହିବେ। ଏହା ଶୁଣି ଜୟ ତାଙ୍କ ବାପା ମାଆଙ୍କ ଉପରେ ବିରକ୍ତ ହୋଇ ବିଜୟଙ୍କୁ କ୍ଷମା ମାଗିଲେ। ଜୟଙ୍କର ସ୍ୱଭାବ ବିଜୟ ଓ ରହଣୀଙ୍କୁ ଭଲ ଲାଗିଲା। ଝିଅର ଖୁସି ପାଇଁ ଜୟଙ୍କ ବାପା ମାଆଙ୍କ ପ୍ରସ୍ତାବରେ ସେମାନେ ରାଜି ହୋଇ ଗଲେ। 


ଜୟ ଓ ଆସ୍ଥାଙ୍କ ବିବାହ ବହୁତ ଧୁମଧାମରେ ହେଲା। ତାପରେ ସର୍ତ୍ତ ଅନୁସାରେ ଜୟ ଓ ତାଙ୍କ ବାପାମାଆ ଆସି ଆସ୍ଥାଙ୍କ ଘରେ ରହିଲେ। ଜୟ ଓ ଆସ୍ଥା ଏବେ ମିଶି ବିଜୟଙ୍କର ବ୍ୟବସାୟ ସମ୍ଭାଳିଲେ। ଆସ୍ଥା ଏବେ ବହୁତ ଖୁସି। ସେ ବାପା ମାଆଙ୍କ ମନର ଅବସ୍ଥା ବୁଝିବାକୁ ନାରାଜ। ସେ ଭାବନ୍ତି ବିଜୟ ଓ ରହଣୀ ଯାହା କରୁଛନ୍ତି ତାହା ସେମାନଙ୍କର କର୍ତ୍ତବ୍ୟ। ସେମାନେ କିଛି ବଡ କାମ କରି ନାହାଁନ୍ତି।


ଏବେ ଆସ୍ଥା ଶାଶୁ ଶଶୁରଙ୍କ ଚକ୍ରାନ୍ତରେ ପଢି ବିଜୟ ଓ ରହଣୀଙ୍କୁ ବହୁତ ଖରାପ ବ୍ୟବହାର କରିବାକୁ ଲାଗିଲେ।ଜୟ କିନ୍ତୁ ଆସ୍ଥାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ ଆସ୍ଥା କୁହନ୍ତି..... ସେମାନେ ମୋତେ ପ୍ରେମ ବାହାନାରେ ସୁନାର ପଞ୍ଜୁରୀରେ ଜେଲର କଏଦୀ ପରି ରଖୁ ଥିଲେ। ଏବେ ସେମାନେ ବି ଜାଣନ୍ତୁ ସବୁ କଥାରେ କଟକଣା ଲଗାଇଲେ କିପରି ଲାଗେ। ସେଥିପାଇଁ ବେଳେ ବେଳେ ଆସ୍ଥା ଓ ଜୟଙ୍କ ମଧ୍ୟରେ କଳି ଝଗଡ଼ା ମଧ୍ୟ ହୁଏ। ଆସ୍ଥା ଓ ତାଙ୍କ ଶାଶୁ ଶଶୁର ବିଜୟ ଓ ରହଣୀଙ୍କୁ ଚାକର ଓ ଚାକରାଣୀ ପରି ବ୍ୟବହାର କଲା ବେଳକୁ ଜୟ ସବୁବେଳେ ବିଜୟ ଓ ରହଣୀଙ୍କୁ ନିଜ ବାପା ମାଆ ପରି ବ୍ୟବହାର କରନ୍ତି।


ବାହାଘରର ସାତ ମାସ ପରେ ଆସ୍ଥା ଗର୍ଭବତୀ ହେଲେ। ସେତେବେଳକୁ ଯାଇ ସେ ମାଆ ହେବାର କଷ୍ଟ ଜାଣିଲେ। ତଥାପି ନିଜ ମାଆର କଷ୍ଟ ଏବେ ଯାଏଁ ସେ ଠିକ ସେ ବୁଝି ପାରିଲେନି। 


ଆସ୍ଥା ଗୋଟିଏ ସୁନ୍ଦର ଝିଅଟିକୁ ଜନ୍ମ ଦେଲେ। ତାର ନାମ ପରୀ ରଖିଲେ। ଆସ୍ଥା ଗର୍ଭବତୀ ହେବା ଠାରୁ ରହଣୀ ଆଉ ନିଜର ଯତ୍ନ ନ ନେଇ ଆସ୍ଥା ପାଇଁ ବ୍ୟସ୍ତ ରହିଲେ। ଆସ୍ତେ ଆସ୍ତେ ତାଙ୍କ ଦେହ ଖରାପ ହେଲା। ପରୀର ଜନ୍ମର ପାଞ୍ଚ ମାସ ପରେ ରହଣୀଙ୍କ ଦେହ ଆହୁରି ବେଶୀ ଖରାପ ହେଲା। ଦିନେ ହଠାତ୍ ଅଚେତ ହୋଇ ଗଲେ। 


ରହଣୀଙ୍କୁ ତାଙ୍କର ଘରୋଇ ଡାକ୍ତରଙ୍କୁ ଡାକି ଘରେ ଦେଖାଇଲେ। ଡାକ୍ତର ରହଣୀଙ୍କ ଘର ସହ ଆସ୍ଥା ଜନ୍ମ ହେବା ଆଗରୁ ସମ୍ପୃକ୍ତ। ସେ ରହଣୀଙ୍କୁ ଡାକ୍ତରଖାନା ନେଇ ଯିବାକୁ କହିଲେ।କରଣ ରହଣୀଙ୍କ ଅବସ୍ଥା ବହୁତ ଖରାପ। ରହଣୀଙ୍କୁ ନେଇ ଜୟ ଓ ବିଜୟ ଡାକ୍ତରଖାନା ଗଲେ। ଡାକ୍ତରଖାନାରେ ରହଣୀଙ୍କ ସବୁ ଡାକ୍ତରୀ ପରୀକ୍ଷା ହେବାରୁ ଜଣା ପଡିଲା ଯେ ତାଙ୍କର ବୋନମେରୁ ଶୁଖି ଯାଇଛି। ଅପରେସନ କରି ଆଉ କାହାର ବୋନମେରୁ ନ ଦେଲେ ସେ ପାରାଲିସିସ୍ ରେ ଯିବେ ନ ହେଲେ ମରି ଯିବେ। 


ଡାକ୍ତରଖାନାରେ ଡାକ୍ତର ରହଣୀଙ୍କ ବୋନମେରୁ ସହ ମିଶୁ ଥିବା ବୋନମରୁ ଖୋଜିଲେ। ହେଲେ କାହାରି ବି ମିଶିଲା ନାହିଁ। ଶେଷରେ ଡାକ୍ତର ଜୟ ଓ ବିଜୟଙ୍କୁ ଆସ୍ଥାଙ୍କ ବୋନମେରୁ ମିଶି ଯିବ ବୋଲି କହି ତାଙ୍କୁ ଡାକିବାକୁ କହିଲେ। 


ବିଜୟ କହିଲ ଡାକ୍ତର ଆପଣ ତ ଜାଣିଛନ୍ତି ସବୁ..... ତାପରେ ବି। 


ଡାକ୍ତର କହିଲେ ଏବେ ମୋର ରହଣୀଙ୍କୁ ବଞ୍ଚାଇବା ପ୍ରଥମ ଲକ୍ଷ୍ୟ। 


ଆସ୍ଥାଙ୍କୁ ଜୟ ନେଇକି ଆସିଲେ ଆସ୍ଥା କହିଲେ ମୁଁ ଛୋଟ ଛୁଆର ମାଆ..... ମୁଁ ଦେଲେ ମୋର କିଛି ହେଇଗଲେ ମୋ ପରୀ କେମିତି ରହିବ। ମୁଁ ବୋନମେରୁ ଦେଇ ପାରିବି ନାହିଁ। 


ଡାକ୍ତର ହା ହା ମାରି ହସିଲେ..... ବାଃ ଆସ୍ଥା। ଆଜି ତୁମେ ତୁମ ଝିଅ କଥା ଭାବୁଛ। ଥରୁଟିଏ ତମ ମାଆ କଥା ବୁଝିବାକୁ ଚାହିଁଛ। ଯିଏ ତୁମ ପାଇଁ ତା ଜୀବନର ସବୁଠାରୁ ବଡ ଖୁସିକୁ ହରାଇଲା..... ତା ଛୁଆକୁ। 


ଆସ୍ଥା: ମାନେ କଣ ଡାକ୍ତର? 


ବିଜୟ: ନାଇ ଡାକ୍ତର କିଛି କୁହନ୍ତୁ ନାହିଁ। 


ଡାକ୍ତର କହିଲେ କହିଲେ ମୋତେ କହିବାକୁ ଦିଅନ୍ତୁ ବିଜୟ ବାବୁ। 


ଡାକ୍ତର କହିଲେ ଶୁଣ ଆସ୍ଥା ତୁମେ ବିଜୟ ବାବୁ ଓ ରହଣୀଙ୍କ ଛୁଆ ନୁହଁ। ତୁମେ ରହଣୀଙ୍କ ଭଉଣୀର ଝିଅ। ତୁମ ମାଆ ଜନ୍ମ ଦେଲା ପରେ ମରି ଗଲେ।ସେତେବେଳକୁ ବାହାଘରର ଦଶ ବର୍ଷ ପରେ ରହଣୀ ବହୁ ଚିକିତ୍ସା ପରେ ମାଆ ହେବାକୁ ଯାଉଥିଲେ। ସେ ସାତ ମାସର ଗର୍ଭବତୀ ଥିଲେ। ହେଲେ ଗର୍ଭରେ କୌଣସି ଅସୁବିଧା ନ ଥିଲା। ଆରାମରେ ସେ ସନ୍ତାନ ପ୍ରସବ କରି ପାରି ଥାଆନ୍ତେ ଏବଂ ନିଜେ ମାଆ ହେବର ସୌଭାଗ୍ୟ ପାଇ ଥାଆନ୍ତେ। ହେଲେ ଦିନେ ସେ ହଠାତ୍ ଖବର ପାଇଲେ ତୁମ ପ୍ରକୃତ ବାପା ତୁମକୁ ମାରିବାର ଯୋଜନା କରୁଛନ୍ତି..... କାରଣ ସେ ଝିଅକୁ ବୋଝ ବୋଲି ଭାବୁଥିଲେ..... ଏ ଖବର ପାଇ ରହଣୀ ବିଜୟ ବାବୁଙ୍କୁ ଫୋନ କଲେ। ହେଲେ ବିଜୟ ବାବୁ ସହରରେ ନ ଥିଲେ। ତୁମକୁ ବଞ୍ଚାଇବା ପାଇଁ ସେ ନିଜକୁ ନ ଦେଖି ତୁମ ପ୍ରକୃତ ବାପା ପାଖକୁ ଗଲେ ଏବଂ ପୋଲିସକୁ ବି ଫୋନ କରି ଦେଇଥିଲେ। 


ତାପରେ ତୁମ ପ୍ରକୃତ ବାପା ତୁମକୁ ମାରିବାକୁ ଯିବା ସମୟରେ ରହଣୀ ପ୍ରତିବାଦ କରି ତୁମକୁ ଛଡାଇ ନେଇ ପଳାଉଥିବା ସମୟରେ ତୁମ ପ୍ରକୃତ ବାପା ରହଣୀଙ୍କୁ ଠେଲି ଦେଲେ। ରହଣୀ ତଳେ ପଡିଯିବାରୁ ତାଙ୍କର ବହୁତ ରକ୍ତ ବହିବାକୁ ଲାଗିଲା। ତଥାପି ସେ ତୁମକୁ ଯାକି ଧରି ଥିଲେ। ପୋଲିସ ପହଞ୍ଚିବାରୁ ସେ ପୋଲିସକୁ ତୁମକୁ ଦେଇ ଅଚେତ ହୋଇ ଗଲେ। ତାପରେ ପୋଲିସ ତୁମ ଦୁଇ ଜଣଙ୍କୁ ଡାକ୍ତରଖାନା ପଠାଇଲା ଓ ତୁମ ବାପାଙ୍କୁ ଜେଲ। 


ଡାକ୍ତରଖାନା ପହଞ୍ଚିଲା ବେଳକୁ ଡେରି ହେଇ ଯାଇଥିଲା। ରହଣୀଙ୍କ ଗର୍ଭରେ ତାଙ୍କ ଛୁଆ ମରି ଯାଇଥିଲା।ଆଉ ରହଣୀ ମାଆ ହେବାର କ୍ଷମତା ବି ହରାଇ ବସିଲେ। 


ତାପରେ ବିଜୟ ବାବୁ ତୁମକୁ ନେଇ ରହଣୀଙ୍କୁ ଦେଲେ ଏବଂ କହିଲେ ଆଜି ଠାରୁ ଏ ଝିଅ ଆମର ଝିଅ। ଆମର ଆଶା ଭରସା ଆଉ ସବୁ କିଛି। ଇଏ ଆମର ଆସ୍ଥା। 


ତାପରେ ବିଜୟ ବାବୁ ତୁମ ପ୍ରକୃତ ବାପା ଠାରୁ ତାଙ୍କୁ ଜେଲରୁ ବାହାର କରିବା ସର୍ତ୍ତ ରଖି କାନୁନ୍ ସେ ତୁମର ଉତ୍ତରଦାୟିତ୍ୱ ନେଲେ। ହେଲେ ରହଣୀ ଓ ବିଜୟ ବାବୁ ସବୁବେଳେ ଡରୁ ଥିଲେ କି କାଳେ ତୁମେ ସବୁ କଥା ଜାଣି ଯିବ..... କି ତୁମ ପ୍ରକୃତ ବାପା ତୁମର କିଛି କ୍ଷତି ପହଞ୍ଚାଇବେ କି। ସେଥିପାଇଁ ସେ ତୁମର ସବୁ କିଛି ଆବଶ୍ୟକ ଘରେ ଯୋଗାଉଥିଲେ ଏବଂ ଏକୁଟିଆ କୁଆଡେ ଯିବାକୁ ଦେଉ ନ ଥିଲେ। ହେଲେ ମୁଁ ମଝିରେ ଶୁଣିଲି ତୁମେ ତାଙ୍କ ଭଲ ପାଇବାକୁ ତୁମେ ସୁନାର ପଞ୍ଜୁରୀ ନାମ ଦେଲ.... ତୁମେ ଦିଲ୍ଲୀ ଗଲା ପରେ ରହଣୀ ଏ କଥାକୁ ଭାବି କାନ୍ଦି କାନ୍ଦି ତାଙ୍କର ହାର୍ଟ ଆଟାକ୍ ହେଲାରୁ ମୁଁ ଜାଣିଲି..... ହେଲେ ତୁମେ ଏତେ ବ୍ୟସ୍ତ ଥିଲ ଯେ ତୁମ ମାଆ କେମିତି ଅଛନ୍ତି ଜାଣିବାକୁ ବି ଚେଷ୍ଟା କଲ ନାହିଁ..... ଛି.... ଏମିତି ଝିଅ ନ ରହିବା ଟା ଭଲ। 


ଆସ୍ଥା ଭୋ ଭୋ ହୋଇ କାନ୍ଦି କାନ୍ଦି ବିଜୟଙ୍କ ଗୋଡ ଧରି ବସି ଗଲେ। 


ଆସ୍ଥା କହିଲେ ବାପା ମୋତେ କ୍ଷମା କରି ଦିଅ। ମୁଁ ବହୁତ ଖରାପ.....ସ୍ୱାର୍ଥପର ଝିଅ। ତୁମର ଓ ମାଆଙ୍କ ସ୍ନେହ ମମତାକୁ ନ ବୁଝି ତୁମର ଏ ସବୁ କର୍ତ୍ତବ୍ୟ ବୋଲି ନାମ ଦେଲି। 


ବିଜୟ ଆସ୍ଥାଙ୍କୁ କହିଲେ ଉଠ ମାଆ.... ତୁ କାନ୍ଦନି.... ତୋ କାନ୍ଦ ମୁଁ ଦେଖି ପାରିବି ନାହିଁ..... ।


ବିଜୟ ଆଖିରୁ ଲୁହ ପୋଛି କହିଲେ ଏ ତ ଆମ ଭାଗ୍ୟ.....ତୋ ମାଆକୁ ଯଉ ରୋଗ ହେଇଛି..... ସେଥିରେ ବୋନମେରୁ ମିଶିବା ଦରକାର..... ଏଠି କାହାରି ବି ମିଶୁ ନାହିଁ। ବୋଧେ ତୁ ତାର ନିଜ ଝିଅ ହୋଇଥିଲେ ମିଶି ଯାଇ ଥାଆନ୍ତା। ତାପରେ ତୋର ବ ତ ଛୋଟ ଛୁଆ। ଆମେ କାଲି ଦେଖିବା ଆଉ କାହାରି ଯଦି ମିଶିବ। 


ଡାକ୍ତର କହିଲେ ରହଣୀଙ୍କ ଆଜି ରାତି ସୁଧା ଅପରେସନ ଦରକାର..... ନ ହେଲେ କିଛି ବି ହୋଇ ପାରେ। ଆଉ ଆସ୍ଥାଙ୍କ ମିଶି 99% ସମ୍ଭାବନା ରହିଛି..... କାରଣ ଆସ୍ଥା ହେଉଛନ୍ତି ରହଣୀଙ୍କ ନିଜ ଭଉଣୀର ଝିଅ। ଡି.ଏ.ନେ ଏମାନଙ୍କର ସମାନ। ହେଲେ ଆସ୍ଥା....! 


ଆସ୍ଥା ଆଖିରୁ ଲୁହ ପୋଛି ଜୟଙ୍କ ପାଖକୁ ଗଲେ..... ଜୟଙ୍କ ହାତ ଧରି କହିଲେ ମୁଁ ବୋନମେରୁ ମାଆଙ୍କୁ ଦେବି। ତୁମେ ଆମ ପରୀ କଥା ବୁଝିବ। 


ଜୟ ଖୁସିରେ ଆସ୍ଥାଙ୍କୁ କୁଣ୍ଢାଇ ଧରିଲେ ଏବଂ କହିଲେ ପରୀ ପାଇଁ ବ୍ୟସ୍ତ ହୁଅନି...... ତୁମେ ତୁମ ମାଆ ରୂପୀ ଦେବୀଙ୍କୁ ଆଗ ବଞ୍ଚାଅ। 


ଆସ୍ଥାଙ୍କ ବୋନମେରୁ ମିଶିଗଲା ରହଣୀଙ୍କ ସହ। ଅପରେସନ ବି ଠିକରେ ହେଲା। କିଛି ଦିନ ପରେ ଆସ୍ଥା ଘରକୁ ଫେରିଲେ। ରହଣୀ ମାସେ ପାଖାପାଖି ପରେ ସୁସ୍ଥ ହୋଇ ଘରକୁ ଫେରିଲେ। 


ଏବେ ମାଆ ଘରେ ନ ଥିବାରୁ 

ଆସ୍ଥାଙ୍କୁ ଘରଟି ଖାଲି ଖାଲି ଲାଗୁ ଥାଏ। ସେ ସ୍ନେହ ଭରା ସୁନାର ପଞ୍ଜୁରୀର ଅଭାବକୁ ଅନୁଭୂତି କଲେ। 


ରହଣୀ ମାସେ ପରେ ଘରକୁ ଫେରିଲେ। ରହଣୀଙ୍କୁ ଧରି ଆସ୍ଥା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ଏବଂ ନିଜର ଭୂଲ ପାଇଁ କ୍ଷମା ମାଗିଲେ। 


ରହଣୀ କହିଲେ ଛୁଆ କଣ ବାପାମାଆଙ୍କୁ କ୍ଷମା ମାଗେ। ତୁ ପରା ଆମ ଆଖିର ତାରା। 


ତାପରେ ଆସ୍ଥା, ଜୟ, ପରୀ ଓ ତାଙ୍କ ଶାଶୁ ଶଶୁର ସବୁ ସେ ଘରୁ ନିଜ ଘରକୁ ପଳାଇବାକୁ ବାହାରିବାରୁ ରହଣୀ କହିଲେ କୁଆଡେ ଯାଉଛୁ। ଏମିତି ଯଦି ମୋତେ ଏକା ଛାଡି ଯିବାର ଥିଲା ତୁ ମୋତେ ବଞ୍ଚାଇଲୁ କାହିଁକି। ତୁ ଏଇଠି ରହିବୁ ସମସ୍ତଙ୍କ ସହ। 


ଆସ୍ଥା କହିଲେ ଠିକ ଅଛି ମାଆ କିନ୍ତୁ ମୋତେ ତୁମର ଓ ବାପାଙ୍କର ସେହି ସ୍ନେହ ଭରା ପଞ୍ଜୁରୀ ଦରକାର.... ମୋତେ ରଖିବ ତ କହି ରହଣୀଙ୍କୁ କୁଣ୍ଢାଇ ପକାଇଲେ। 


ରହଣୀ ପାଗଳୀଟା କହି ଆସ୍ଥାଙ୍କୁ ବହୁତ ଗେହ୍ଲ କଲେ। ମାଆ ଝିଅର ସ୍ନେହ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଗଲା।


ଜୟଙ୍କ ବାପା ମାଆ ବି ନିଜ ଭୂଲ ପାଇଁ କ୍ଷମା ମାଗିବାରୁ ବିଜୟ ଓ ରହଣୀ କହିଲେ ସମଦ୍ୱି ଓ ସମଦୁଣୀ ଏ ତ ଘର କଥା...... ଆପଣ କ୍ଷମା ମାଗିଲେ ଆମକୁ ଭଲ ଲାଗିବ ନାହିଁ। ଆଗ ପରି ଆମେ ପୁଣି ଏକାଠି ସାଙ୍ଗ ହୋଇ ରହିବୁ। ଆମେ ତ ବହୁତ ଭାଗ୍ୟବାନ..... ଝିଅ ବିବାହ କରି ଜୟ ଭଳି ପୁଅଟିଏ ପାଇଲୁ। ସୁନା ପଞ୍ଜୁରୀ ଟା ଆମର ସୁନ୍ଦର ସୁନାର ସଂସାର ହୋଇଗଲା। 


ପରୀକୁ କୋଳକୁ ନେଇ ରହଣୀ କହିଲେ ଏ ହେଉଛି ଆମ ସୁନା ସଂସାରର ରାଜ କୁମାରୀ। 


ତାପରେ ସମସ୍ତେ ଏକାଠି ଏକତ୍ର ହୋଇ ସେଲଫି ଉଠାଇଲେ। ଏବେ ସମସ୍ତେ ଖୁସିରେ ଏକାଠି ରହୁଛନ୍ତି।


Rate this content
Log in

Similar oriya story from Drama