Satyabati Swain

Classics

2  

Satyabati Swain

Classics

ସୁଅ

ସୁଅ

5 mins
790


ଜେଜେମା ଗଜ ମଣ୍ଡା ପାଇଁ ଯନ୍ତନି କରି ସୋଦୁଆ ଚକଟୁ ଥାନ୍ତି। ତେର ବର୍ଷର ନାତି ନିଶାନ୍ତ,ନି ବସି ଦେଖୁଥାଏ। ନିଶାନ୍ତକୁ' ନି 'ଡାକନ୍ତି ସଭିଏଁ। ଛୋଟିଆ ଚୁଟି ପରି ଛୋଟ ନାଁ ର ଆଦର କୁଆଡେ ଆଜିକାଲିକା ଲୋକଙ୍କ ବେଶୀ ପସନ୍ଦ। ଜନ୍ମରୁ ଆଜିଯାଏ ଗାଁ ମାଟି ମାଡି ନଥିବା ନିଶାନ୍ତ ଜେଜେମାପାଖେ ବସି ହଜାରେ କଥା ପଚାରୁଥାଏ। ନିଶାନ୍ତ କୋମଳ ଜିଜ୍ଞାସା ହୃଦର ଅବୋଧ ପ୍ରଶ୍ନ ଶୁଣି ଜେଜେମା ଶଶୀ ଦେବୀ ଯେତିକି ଆଶ୍ଚର୍ଯ୍ୟ ହେଉଥାନ୍ତି ସେତିକି ମନ ଊଣା ବି କରୁଥାନ୍ତି। କଣ ହୋଇଛି ଏବେକାର ପିଢୀକୁ ନିଜ ସଭ୍ୟତା,ସଂସ୍କୃତି,ପ୍ରଥା ପରମ୍ପରା ବିଷୟରେ ସାମାନ୍ୟ ତମ ଜ୍ଞାନ ନାହିଁ। ଶଶୀଦେବୀ ମାତ୍ର ସପ୍ତମ ଯାଏ ପଢିଲେ ବି ଦେଶ ବଦେଶ ଖବର କହି ପାରନ୍ତି। ବୁଝି ପାରନ୍ତି ହିନ୍ଦୀ ,ଇଂଲିଶ। କିନ୍ତୁ ତାଙ୍କ ପୁଅ ବୋହୁ କେ...ତେ..କଣ ବିଦେଶ ଚାଲି ଚଳଣି କଥା ପଢ଼ିଛନ୍ତି। ହେଲେ ପଢି ନାହାନ୍ତି ନିଜ କଥା,ନିଜ ଦେଶ କଥା କି ନିଜ ପ୍ରଥା ପରମ୍ପରା କଥା। ନାତି କିନ୍ତୁ କୌତୁହ ଳୀ ସବୁ ବିଷୟ ଜାଣିବାକୁ।

   ନି ଆଖିରେ ତାରା ଭର୍ତ୍ତୀ ପ୍ରଶ୍ନକଣ,କାହିଁକି,କେମିତି

କିପରି କୁ ନେଇ। ଶଶୀ ଦେବୀ ଗୋଟି ଗୋଟି ବୁଝାଉଥାନ୍ତି। ଯାହାକୁ ଏମିତି ଚକଟୁଛି ତା ଆଈ ସେଇଟା କଣ ନି ର ପ୍ରଶ୍ନ।'ଯନ୍ତନି' ଶଶୀ ଦେବୀ କହିଲେ।ୱାଟ୍ ଇଜ୍ ଯ...ଣ୍ଟ...ନି?ୱାଟ୍ ଇଜ୍ ସୋଡୁଅ ??

     ଆରେ ପାଗଳା ଜ...ଣ୍ଟ...ନି ,ସୋଡୁଅ ନୁହେଁରେ ଯ..ନ୍ତ...ନି ,ସୋ... ଦୁ... ଅ.ଓ । ୟା ୟା ଗ୍ରାଣ୍ଡ ମା ଜ ଣ୍ଟ ନି ,ସୋଡୁଅ।

    ଶଶୀ ଦେବୀ ଚେଷ୍ଟା କରୁଥିଲେ ବୁଝାଇବାକୁ ନ୍ତ ଓ ଣ୍ଟ,ଦ ଓ ଡ କେମିତି କହିବ। ହେଉଁଥିଲା କେଉଁଠି ନି ର।

    ବୋହୁ ନିଧି କହିଲା ଛାଡ଼ନ୍ତୁ ନା ମା ନି ଓଡ଼ିଆ ବେଶୀ ଜାଣିନି। ତାକୁ କିଛି ଠିକ୍ ଉଚ୍ଚାରଣ ଆସିବ ନାହିଁ। ଇଙ୍ଗିଲିଶ ,ହିନ୍ଦୀ ପଚାରନ୍ତୁ ସବୁ ଠିକ୍ ଠିକ୍ କହିଦେବ। କ୍ଲାସ୍ ରେ ଫାଷ୍ଟ୍ ହେଉଛି ନି। କିନ୍ତୁ ଓଡିଆରେ ଏକଦମ୍ ଖରାପ କରୁଛି।

    ନି କହିଲା ଗ୍ରାଣ୍ଡ ମା ମୋ ମମ୍ମି ଓଡ଼ିଆ କହିଲେ ଚିଡନ୍ତି। ମୋତେ ସବୁବେଳେ,ସବୁଠାରେ,ସବୁ କଥା ଇଙ୍ଗିଲିଶ ରେ କହ କୁହନ୍ତି। ତୁମେ ମୋତେ ଓଡ଼ିଆ ଶିଖାଇ ଦେବ ତ ମୁଁ ଶିଖିବି। ଓଡିଆ ବହୁତ ମିଠା ଭାଷା ଲାଗୁଛି। ହେଲେ ମୋ ଡାଡି ମମ୍ମି କେବେ ଦିନେ ବି ପ୍ରୋତ୍ସାହନ ଦିଅନ୍ତି ନାହିଁ ଓଡ଼ିଆ କହିବାକୁ। ତୁମେ ଶିଖେଇ ଦେବନା ଗ୍ରାଣ୍ଡ ମା

    ଆରେ ନି ତୁ ସିନା ମୋ ପାଖକୁ ବାରମ୍ବାର ଆସିଲେ ଶିଖନ୍ତୁ। ଜନ୍ମ ହେଲା ଦିନୁ ଏବେ ବା ତେର ବର୍ଷ ପରେ ପ୍ରଥମ କରି ଆସିଛୁ। ପ୍ରମିଜ୍ ଗ୍ରାଣ୍ଡ୍ ମା ଏଥରକ ସବୁ ହଲିଡେରେ ମୁଁ ତୁମ ପାଖକୁ ଆସିବି। ମମ୍ମିକୁ କହିଦିଅ ମୋତେ ସେ ଆଲାଉ କରିବେ।

    ଶଶୀ ଦେବୀ ଟିକେ ନାତି ଓ ଟିକେ ପୁଅକୁ ଚାହିଁଲେ। ପୁଅ ତାଙ୍କର ଇଙ୍ଗିଲିଶ ପ୍ରେମରେ ବାଇଆ ହୋଇ ଗାଁ ଛାଡି ସହର ହଷ୍ଟେଲ ରହି ପଢିବାକୁ ପସନ୍ଦ କଲା। ସିଙ୍ଗାପୁର ରେ ଚାକିରୀ କଲା। ବାହା ହେବା ପାଇଁ ଅନୁଗ୍ରହ କରି ବାପା ମାଙ୍କୁ ଓଡ଼ିଶାରେ କରିବାକୁ ସୁଯୋଗ ଦେଇଥିଲା। ସେ ପୁଣି ମଣ୍ଡପରେ। ବାହା ହୋଇ ଯାଇଛି ଯେ ଚଉଦ ବର୍ଷ ପରେ ଗାଁ କୁ ଆସିଛି। ସେ ଓଡ଼ିଆ ପରିଚୟ ଦେବାକୁ କୁଣ୍ଠା ବୋଧ କରେ। ଅଥଚ ତାରି ପୁଅ ନିଶାନ୍ତ ଓଡ଼ିଆ ଶିଖିବାକୁ କେତେ ଆଗ୍ରହୀ ।

    ବୋହୁ କହୁଥିବାର ଶୁଭିଲା ମୁଁ କହୁଥିଲି 'ନି'କୁ ଗାଁ କୁ ନିଅନି,ଦେଖିଲ ତ .. 'ନି' କେମିତି ଗାଁଉଳି ହେବାକୁ ବସିଲାଣି। ଏଥରକ ସମ୍ଭାଳିବ ଯେ।

    ଶଶୀ ଦେବୀ ଏକଥା ଶୁଣି ତୁନି ରହିଲେ। କଣ କହିବେ,ନିଜ ପୁଅକୁ ତ ଅଟକାଇ ପାରିନଥିଲେ। ଆଉ ନାତିକୁ କଣ ଅଟକାଇ ପାରିବେ?

    ନି କିନ୍ତୁ ବେଶ୍ ମଜା ନେଉଛି। ଗାଁରେ ଠାକୁରଙ୍କ ପାଖେ ରାହାସ ହେଉଛି। ଖୁବ ଖୁସି ନି। ଗ୍ରାଣ୍ଡ ମା ଗଡ୍ କ୍ରିଷ୍ଣଙ୍କ ଲବ୍ ଷ୍ଟୋରୀ ଭେରୀ ଇଣ୍ଟରେଷ୍ଟିଙ୍ଗ୍ ବି କହୁଛି।। ଗାଁ ଝିଅଙ୍କ ବାଲୁଙ୍କା ଚଉରା ପୂଜା,ଆକାଶ ଦୀପ ଟଣା ଦେଖି ଖୁସିରେ ଲୋଟି ଯାଉଛି।

    'ନି' ଗୋଟି ଗୋଟି ପଚାରୁଛି ହବିଷ 'ରାହାସ,ବଡ଼ ଓଷା,ପଂଚୁକ କଣ?

    ଶଶୀ ଦେବୀ କହୁଛନ୍ତି ଆରେ ଧନ! ଜେଜେଙ୍କୁ ପଚାରେ ସେ ରାହାସ ବିଷୟରେ ଭଲ କହି ପାରିବେ। ତୋ ଜେଜେଙ୍କ କୃଷ୍ଣ କଳା ଥିଲାରେ ନି। ହଜାରେ ଗୋପୀ ଗୋଡାଉଥିଲେ ତୋ ଜେଜେ ପଛରେ। ରିଟାର୍ଡ କର୍ଣ୍ଣେଲ ଶ୍ରୀକାନ୍ତ ବାବୁ ମାଗୁରିଆ ନିଶ ସାଉଁଳେଇ କହିଲେ ଲକ୍ଷେ ଗୋପୀ ମେଳେ ତୁମେ ତ ରାଧିକା ଥିଲ ଗୋ ତୁମେ ଶଶୀ। ସେଇଥି ପାଇଁ ତୁମ ପାଖେ ବନ୍ଧା ପଡ଼ିଗଲି କହି ହୋ ହୋ ହସି ଉଠିଲେ ଶ୍ରୀକାନ୍ତ।

    'ନି 'ଗ୍ରାଣ୍ଡ ପା ଓ ଗ୍ରାଣ୍ଡ ମା ଙ୍କ କଥା ସବୁ ନବୁଝିଲେ ବି ଏତିକି ଅନୁଭବ କରୁଥିଲା ତା ଡାଡିମମ୍ମିଙ୍କ ଠାରୁ ବହୁତ ଭଲ ସମ୍ପର୍କ ଏମାନଙ୍କର। ଏକାଠି ଖୁସି ହୋଇ ହସି ପାରୁଛନ୍ତି ତ....କିନ୍ତୁ ତା ମମ୍ମି ଡାଡି ସବୁବେଳେ ତୁ ତୁ ମେ ମେ। ଟିକେ ଟିକେ କଥାରେ ଝଗଡା। ନି ପଚାରିଲା ପଞ୍ଚକ କଣ?

    ଜେଜେମା କହିଲେ ବର୍ଷକ ବାର୍ ମାସ ମଧ୍ୟରେ କାର୍ତ୍ତିକ ମାସଟି ଶ୍ରେଷ୍ଠ। କୁହନ୍ତି ଏଇଟି ଧର୍ମ ମାସ। ଲୋକେ ନିରାମିଷ ଖାଆନ୍ତି। ବଡି ଭୋଅରୁ ଉଠି ଚଉରା,ଠାକୁର ପୂଜା କରନ୍ତି। କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ କରନ୍ତି। ତୁଳସୀ ଦେବୀଙ୍କୁ ଆରାଧନା କରନ୍ତି। ମନ୍ଦିରରେ ଆଳତୀ ହୁଏ। ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିଅନକୁ ପଂଚୁକ କୁହନ୍ତି। ଏହି ପାଞ୍ଚ ଦିନେ ବଗ ବି ଆଇଁଷ ଖାଆନ୍ତି ନାହିଁ ବୋଲି କୁହାଯାଏ। ପାଞ୍ଚ ଦିନ ପୋଖରୀ ତୁଠରେ ଚଉରା କରି ଝିଅ ମାନେ ଆକାମା ଙ୍କୁ ପୂଜା କରାଯାଏ। ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ କାର୍ତ୍ତିକ ମାସର ବଡ଼ ଓଷା ଉଯାପନ କରନ୍ତି ଓଷେଇତୀ ମାନେ। ପୂର୍ଣ୍ଣିମା ଦିନ ରାଧା କୃଷ୍ଣ ନାଵ କେଳି ଗୀତ ଗାଇ ଗାଁ ରେ ବୁଲନ୍ତି।

    ବିଶେଷ କରି ତୁଳସୀ ଦେବୀ ଯେ କି ବୃନ୍ଦାବତୀ ଭାବେ ପୂଜା ପାଆନ୍ତି ସେ ଜଣେ ମହା ସତୀ ଥିଲେ। ଯାହା ପାଇଁ ତାଙ୍କ ସ୍ୱାମୀ ଜଳନ୍ଧର ଅତ୍ୟାଚାର କଲେବି କେହି ବଧ କରି ପାରୁ ନଥିଲେ। ବିଷ୍ଣୁ ମାୟାରେ ଜଳନ୍ଧର ରୂପ ଧରି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କଲା ପରେ ଜଳନ୍ଧରକୁ ମାରିବା ସମ୍ଭବ ହୋଇଥିଲା ଦେବତା ମାନଙ୍କ ପାଇଁ। ମାତ୍ର ଏ ସତ୍ୟ ଜାଣିଲା ପରେ ବୃନ୍ଦାବତୀ ଘୋର ଦୁଃଖ ପ୍ରକାଶ କରିଥିଲେ। ବିଷ୍ଣୁ ଜଗତ କଲ୍ୟାଣ ପାଇଁ ଏପରି ପାପ କରିଛନ୍ତି ଓ ଏହି ପାପ ମୋଚନ ପାଇଁ ସେ ତୁଳସୀଙ୍କୁ ସଦା ସର୍ବଦା ମସ୍ତକରେ ଧାରଣ କରିବେ ବୋଲି ବର ଦେଇଥିଲେ। ଚଉରାଟି ବିଷ୍ଣୁ ଓ ତୁଳସୀ ବୃନ୍ଦାବତୀ ରୂପରେ କଳିଯୁଗେ ପୂଜା ପାଉଛନ୍ତି। ପ୍ରତ୍ୟେକ ଘର ମୂଖ୍ୟ ଦ୍ୱାର ଦକ୍ଷିଣ ପାର୍ଶ୍ଵରେ ଚଉରା କରାଯାଇ ପୂଜା ଯାଏ ଯାହାଙ୍କ ମୁହଁ ପଶ୍ଚିମ ପଟକୁ ଥାଏ।

    ପଂଚୁକରେ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପଡେ।କାର୍ତ୍ତିକ ମାହାତ୍ମ୍ୟ ବହି ବି ପଢ଼ାଯାଏ।ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ଅତୀତର ସାଧବ ପୁଅଙ୍କ ବୋଇତ ନେଇ ବ୍ୟବସାୟ ବାଣିଜ୍ୟ କଥା ବି ମନେ ପକାଯାଏ। ପଂଚୁକରେ ଗାଁ ଗଣ୍ଡା ଭକ୍ତି ଭାବରେ ଭାସେ। ଭଞ କୀର୍ତ୍ତନରେ ଗହ ଗହ ଶୁଭେ।

    ଓଃ ଗ୍ରାଣ୍ଡ ମା ଆୱାର୍ କଷ୍ଟମ୍ ଆଣ୍ଡ୍ ଟ୍ରାଡିସନ୍ ଇଜ୍ ସୋ ସ୍ୱିଟ୍। ରିଅଲ୍ଲି ଆମ୍ ସୋ ପ୍ରାଉଡ୍ ବି ଆନ୍ ଓଡ଼ିଆ। ଆଇ ଲବ୍ ମାଇଁ କଲଚର୍ ବେରୀ ବେରୀ ମଚ୍।

    ହଁ ରେ ଧନ ଆଗର ବ୍ରତ ଉପାସ କରିବା ନିଷ୍ଠା,ଆଗ୍ରହ,ମନୋବୃତ୍ତୀ ମଣିଷ ମନରୁ ଆସ୍ତେ ଆସ୍ତେ ମରି ମରି ଆସୁଛି। ଆମ ଅନ୍ତେ ଦିନ,ମାସ,ପର୍ବ,ଓଷା,

ପାର୍ବଣ ର ମହତ୍ତ୍ୱ ନିଭି ଯିବ। ତୁମେ ସବୁ ଉତ୍ତର ଦାୟାଦ ଭାରି କଣ ଏ ସଂକୃତିକୁ ବଞ୍ଚାଇ! ପଂଚୁକ ପରି ଶବ୍ଦ ମାନଙ୍କ ଅର୍ଥ ମନ,ମସ୍ତିଷ୍କ କି ହୃଦୟରେ ନ ରହି ; ରହି

ଯିବେ ଶବ୍ଦ କୋଷ ଭିତରେ। ତୁମେ ମାନେ ଅଣ୍ଡାଳିବ କଣ ଏ ଶବ୍ଦର ଅର୍ଥ,ତାତ୍ପର୍ଯ୍ୟ।

 ଗ୍ରାଣ୍ଡ ମା ଦୋଣ୍ଟ ଓରି;ଆଇ କ୍ୟାନ୍ କ୍ୟାରି ଆଣ୍ଡ ଅବ୍ଜର୍ଭ ଅଲ୍ କଷ୍ଟମସ୍ ଆଣ୍ଡ୍ ଟ୍ରାଡ଼ିସନ୍ସ୍.....

     ଶଶୀ ଦେବୀ ଟିକେ ମୂର୍କି ହସିଲେ। ପୁଅ ସିନା ତାଙ୍କର ସଭ୍ୟତା ସୁଅରେ ଭାସି ଗଲା;ଲାଗୁଛି ନାତି ଟି ଭିତରେ ସଭ୍ୟତା ଟିକେ ସୁକୁ ସୁକୁ ହୋଇ ବଞ୍ଚିପାରେ...

  ....।ଶ୍ରୀକାନ୍ତ ବାବୁ କହିଲେ.---ଦେଖ ଦେଖ ଶଶୀ ! ନିଶାନ୍ତ ଟି ମୋର ସବୁ ଗୁଣ ଆଣିଛି। ଲାଗୁଛି ସଭ୍ୟତା 'ସୁଅ' ତାକୁ ହୁଏତ ଭସେଇ ନ ପାରେ...। ହୁଏତ ତାରି ମାଧ୍ୟମରେ ଲୁପ୍ତ ହେବାକୁ ଯାଉଥିବା ପ୍ରଥା ପରମ୍ପରା ଜୀବନ୍ୟାସ ପାଇଁ ପାରେ। ହଁ ଅନେଜ କିଛି ସମ୍ଭାବନା ଭରପୁର ଆମ ନିଶାନ୍ତ ଭିତରେ।  

    

 


Rate this content
Log in

Similar oriya story from Classics